କୁନାଲ କମ୍ପାନୀକୁ ଏନଜିଟି ଛାଟ: ଫାଇନ ପଡିଲା ୫୩ ଲକ୍ଷ ଟଙ୍କା …

କଟକ/ଢେଙ୍କାନାଳ -:  ଢେଙ୍କାନାଳ ଜିଲ୍ଲାରେ ବେଆଇନ ମୋରମ ଖନନ ଅଭିଯୋଗ ସଂକ୍ରାନ୍ତ ପ୍ରସଙ୍ଗରେ ଶୁଣାଣି କରି ପରିବେଶ କ୍ଷତି ଭରଣା ପାଇଁ ସଂପୃକ୍ତ ଠିକା କମ୍ପାନୀକୁ ୫୩ ଲକ୍ଷ ଟଙ୍କା ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲର ବିଭିନ୍ନ ଅଞ୍ଚଳରୁ କୁନାଲ କମ୍ପାନୀ ବେଆଇନ ମୋରମ ଖନନ କରୁଥିବା ନେଇ ଜାତୀୟ ସବୁଜ ପ୍ରାଧିକରଣ-ଏନଜିଟିରେ ସାମାଜିକ କର୍ମୀ ଶାନ୍ତନୁ କୁମାର ଭୁକ୍ତା ମାମଲା ରୁଜୁ କରିଥିଲେ । ଜାତୀୟ ରାଜପଥ ନଂ ୫୩ ସଂପ୍ରସାରଣ କାର୍ଯ୍ୟ ଚାଲିଥିଲା ବେଳେ ଏହି ରାସ୍ତା କାମରେ ବ୍ୟବହାର ପାଇଁ କୁନାଲ ଷ୍ଟ୍ରକ୍ଚର୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ ଠିକା ସଂସ୍ଥା ପରଜଙ୍ଗ ଓ କାମାକ୍ଷାନଗର ତହସିଲର ସରକାରୀ ଜମି, ସଂରକ୍ଷିତ ଓ ଅଣ ସଂରକ୍ଷିତ ଜଙ୍ଗଲ କିସମ ଜମିରୁ ବେଆଇନ ଭାବେ ମୋରମ ଉତ୍ତୋଳନ କରି ଆସୁଥିଲା ।

Advertisement

ଏ ନେଇ ପ୍ରଶାସନ ଓ ବନ ବିଭାଗ ପାଖରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସ କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ତେବେ ବେଆଇନ ମୋରମ ଖନନକୁ ନେଇ ୨୦୨୦ ମସିହାରେ ଏନଜିଟିଙ୍କ ଠାରେ ଅଭିଯୋଗ ପରେ ଏନଜିଟି ଏକ ଯୁଗ୍ମ କମିଟି ଗଠନ କରିଥିଲେ । ଏନଜିଟି ସଂପୃକ୍ତ କଂପାନୀକୁ ପରିବେଶ କ୍ଷତି ଭରଣା ନିମନ୍ତେ ୫୩ ଲକ୍ଷ ଟଙ୍କା ଦାଖଲ ନିର୍ଦ୍ଦେଶ ଦେବା ସହିତ ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୧ତାରିଖ ହେବ । ଏହି ମାମଲାକୁ ଆବେଦନକାରୀଙ୍କ ପକ୍ଷରୁ ପରିବେଶ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ପରିଚାଳନା କରୁଛନ୍ତି । କମିଟି ବେଆଇନ ମୋରମ ଉତ୍ତୋଳନ ସ୍ଥାନ ଗୁଡିକ ପରିଦର୍ଶନ କରିବା ସହିତ ପରିବେଶ କ୍ଷତିଭରଣା ପାଇଁ ୨୦.୩୦ ଲକ୍ଷ ଟଙ୍କା, ପରଜଙ୍ଗ ତହସିଲ ଅନ୍ତର୍ଗତ ବଡଝରା ଗ୍ରାମର ଖାତା ନମ୍ବର-୧୬୮୪ , ପ୍ଲଟ ନମ୍ବର-୪୭୮ରୁ ବେଆଇନ ଭାବେ ଜଙ୍ଗଲ ଜମିରୁ ମୋରମ ଉତ୍ତୋଳନକୁ ନେଇ ୩୧ ଲକ୍ଷ ଟଙ୍କାର କ୍ଷତି ଭରଣା ନିମନ୍ତେ ଆକଳନ କରି ଏନଜିଟିରେ ରିପୋର୍ଟ ଦାଖଲ କରିଛନ୍ତି । ଏହା ସହିତ ଅଢେଇ ଲକ୍ଷ ଟଙ୍କାର ବୃକ୍ଷ ରୋପଣ କରିବା ପାଇଁ ବନ ବିଭାଗ ନିର୍ଦ୍ଧାରଣ କରିଥିବା ନେଇ ଶୁଣାଣି ସମୟରେ ଉକ୍ତ ଯୁଗ୍ମ କମିଟି ଜାତୀୟ ସବୁଜ ପ୍ରାଧିକରଣଙ୍କ ପାଖରେ ଦର୍ଶାଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!