ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇବ ଛେଳି, ଗୋଡ ଠାରୁ ବି ଲମ୍ବା ଏହି ଛେଳିର କାନ …

ପାକିସ୍ତାନ ପରି ଦେଶରେ କେବେ କଣ ଘଟଣା ଘଟିବ ତାହା ହୁଏତ କେହି କହିପାରିବେ ନାହିଁ । ଵର୍ତ୍ତମାନ ସମୟରେ ପାକିସ୍ତାନ ମିଡିଆରେ ଏକ ଛେଳିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଛେଳିର ମାଲିକଙ୍କ କହିବା ଅନୁଯାୟୀ ବିଶ୍ୱ ରେକର୍ଡରେ ସ୍ଥାନ ପାଇବା ପାଇଁ ଏହି ଛେଳିର ଏକ ବିଶେଷ ଗୁଣ ରହିଛି । ଏହି ଛେଳିର ବିରାଟ ଲମ୍ବର କାନକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିଜର ଏହି ପାଳିତ ଛେଳିକୁ ନେଇ ହାସନ ନରୋଜ କହିଛନ୍ତିକି ଗତ ମାସ ଅର୍ଥାତ ଜୁନରେ ଜନ୍ମ ନେଇଥିବା ସିମ୍ବା ନାମକ ଏହି ଛେଳିଟି ବର୍ତ୍ତମାନ ସମୟରେ ଖୁବ ଲୋକପ୍ରିୟତା ହାସଲ କରିସାରିଲେଣି ।

Advertisement

ହାସନଙ୍କ କହିବା ଅନୁଯାୟୀ ଜନ୍ମ ନେବାର ମାତ୍ର ୧୦ ରୁ ୧୨ ଦିନ ପରେ ସିମ୍ବା ବିଭିନ୍ନ ରାଷ୍ଟ୍ରୀୟ ତଥା ଅନ୍ତରାଷ୍ଟ୍ରୀୟ ମିଡ଼ିଆରେ ଛାଇବାକୁ ଲାଗିଥିଲା । ଗୋଟେ ମାସ ଭିତରେ ଏହାର ଲୋକପ୍ରିୟତା ଯେମିତି ଆକ୍କାଶ ଛୁଇଁଥିଲା । ଯେବେକି ସିମ୍ବା ପରି ଲୋକପ୍ରିୟତା ହାସଲ କରିବାକୁ ଜଣଙ୍କୁ ୨୫ ରୁ ୩୦ ବର୍ଷ ପର୍ଯ୍ୟନ୍ତର ସମୟ ଲାଗିଯାଏ । ଆକାଶ ଛୁଁଆ ଲୋକପ୍ରିୟତା ହାସଲ କରିଥିବା ଏହି ଛେଳିଟି ପ୍ରକୃତରେ କରାଚୀରେ ଜନ୍ମ ନେଇଛି । ଜନ୍ମ ସମୟରୁ ହିଁ ତା କାନ ଖୁବ ଲମ୍ବା ଥିଲା । ଆଉ ଏବେକା ସମୟରେ ତା କାନ ୫୪ ସେମି ବା ୨୧ ଇଞ୍ଚର ହେବ । 

ତା କାନ ଯେମିତି ପାଦ ତଳକୁ ଆସି ନଷ୍ଟ ନହେବ ମାଲିକ ତା କାନ ଟିକୁ ମୋଡ଼ି ଦେଇଛନ୍ତି ।ସିମ୍ବାର ଏତେ ଲମ୍ବ କାନକୁ ଦେଖି ହସନ ଗିନିଜ ବୁକ ଅଫ ରେକର୍ଡ କର୍ମଚାରୀଙ୍କ ସହିତ ସମ୍ପର୍କ କରିଥିଲେ । ଲମ୍ବା କାନ କାରଣରୁ କାଳେ ତାକୁ ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ମିଳିଯିବ ଏହା ହିଁ ତାଙ୍କ ମୂଳ ଲକ୍ଷ ଥିଲା । ଯେବେକି ଗିନିଜ ବୁକ ଅଫ ରେକର୍ଡ ତାଲିକାରେ ଲମ୍ବା କାନର କୌଣସି ସ୍ଥାନ ନାହିଁ । କାଳେ ତାକୁ କାହାର ନଜର ଲାଗିଯିବ ଏହି କାରଣରୁ ତା ପାଦରେ ଏକ କଳା ସୁତା ବନ୍ଧାଯାଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!