ଆପଣଙ୍କ ଆଧାର କାର୍ଡ ବ୍ୟବହାର କରାଯାଇ କେତୋଟି ସିମ୍ ଆକ୍ଟିଭ ଅଛି କେମିତି ଜାଣିବେ ? ଏହି ସରକାରୀ ୱେବସାଇଟ୍ କ୍ଲିକ କରନ୍ତୁ

ଏବେ ଆଧାର କାର୍ଡ ବହୁତ ଜରୁରୀ ଡକ୍ୟୁମେଣ୍ଟ ହୋଇଛି । ଏବେ ଏହାର ବ୍ୟବହାର ପରିଚୟ ପତ୍ର ଭାବେ ଅଧିକ ବ୍ୟବହାର କରାଯାଉଛି । ଏହା ସାହାଯ୍ୟରେ ୟୁଜର୍ସ ସିମ କାର୍ଡ ବି କିଣି ପାରିବେ । ଅଧିକାଂଶ ସମୟରେ ଆମ ଆଧାର କାର୍ଡରେ ସିମ ଜାରି ହୋଇଥାଏ । ହେଲେ ଏହା ସମ୍ପର୍କରେ ଆମକୁ ଜଣା ନଥାଏ । ଯେଉଁଥିପାଇଁ ଆମେ ବେଳେ ବେଳେ ଫ୍ରଡର ଶିକାର ହୋଇଥାଉ । ତେଣୁ ଆପଣ ଜାଣିବା ଉଚିତ ଯେ ଆପଣଙ୍କ ଆଧାର କାର୍ଡରେ କେତୋଟି ସିମ୍‌ ନିଆଯାଇଛି । ଏହା ଅତି ସହଜରେ ଆପଣ ଜାଣି ପାରିବେ । ଯଦି ଏହି ପ୍ରୋସେସକୁ ଫଲୋ କରିବେ ।

Advertisement

DoT ୱେବସାଇଟରୁ ମିଳିବ ସହାୟତା

ଏଥିପାଇଁ ଆପଣଙ୍କୁ ଡଟ ୱେବସାଇଟର ସହାୟତା ନେବାକୁ ହେବ । ଏହି ପୋର୍ଟାଲକୁ ଟେଲିକମ ଏନାଲେଟିକ୍ସ ଫର ଫ୍ରଡ ମ୍ୟାନେଜମେଣ୍ଟ ଆଣ୍ଡ କଞ୍ଜ୍ୟୁମର ବା TAFCOP ନାମ ଦିଆଯାଇଛି । ଏହା ଜରିଆରେ ଆପଣ କୌଣସି ବି ନମ୍ବରରେ ଜାରି ସିମ୍‌ କାର୍ଡ ସମ୍ପର୍କରେ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ ପ୍ରଥମେ https://tafcop.dgtelecom.gov.in/ େଓ୍ଵବସାଇଟକୁ ଯିବାକୁ ହେବ । ପରେ ଆପଣଙ୍କ ମୋବାଇଲ ନମ୍ବର ଏଣ୍ଟର କରିବାକୁ ହେବ । ଏହାପରେ ଆପଣଙ୍କୁ ରିକ୍ୱେଷ୍ଟ OTP ଉପରେ କ୍ଲିକ କରିବାକୁ ହେବ । ଆପଣଙ୍କ ଫୋନ ନମ୍ବରରେ OTP ପଠାଯିବ । ଏହାକୁ ଦିଆଯାଇଥିବା ଓଟିପି ବକ୍ସରେ ଟାଇପ କରନ୍ତୁ । ଏହାପରେ ଆଧାରକାର୍ଡ ସହ ଲିଙ୍କ ହୋଇଥିବା ସବୁ ଫୋନ ନମ୍ବର ଏଠାରେ ଦେଖାଯିବ । ଯଦି ଆପଣ କୌଣସି ଅଜଣା ବା ନେଇନଥିବା ନମ୍ବରକୁ ବ୍ଲକ କରିବାକୁ ଚାହାଁନ୍ତି,ତେବେ ଏଥିପାଇଁ ମଧ୍ୟ ଆପଣ ରିକ୍ୱେଷ୍ଟ କରିପାରିବେ । ଏଥିପାଇଁ ଆପଣ ବନ୍ଦ କରିବାକୁ ଚାହୁଁଥିବା ନମ୍ବର ଆଗରେ ଦିଆଯାଇଥିବା ବ୍ଲକ ଓ ରିପୋର୍ଟ ଅପସନ ଉପରେ କ୍ଲିକ କରିପାରିବେ । ଯଦିଓ ଏହି ସେବା ଏବେ ପୁରା ଦେଶରେ ଉପଲବ୍ଧ ହୋଇନାହିଁ, ହେଲେ ଖୁବ ଶୀଘ୍ର ଏହାକୁ ସବୁ ରାଜ୍ୟ ପାଇଁ ଉପଲବ୍ଧ କରାଯିବ । ତେବେ ଏଥିପାଇଁ କୌଣସି ଟାଇମ ଲାଇନ କୁହାଯାଇ ନାହିଁ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!