ଜୁଲାଇ ୧୩ ବୁଧବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ଆଜି ଜୁଲାଇ ୧୩ ତାରିଖ, ବୁଧବାର, ମିଥୁନ ୨୯ ଦିନ, ଆଷାଢ଼ ପୂର୍ଣ୍ଣିମା ରା. ଘ.୧୨.୦୫ମି, ପୂର୍ବାଷାଢ଼ା ନକ୍ଷତ୍ର ରା.ଘ.୧୧.୪୫, ଧନୁ ଚନ୍ଦ୍ର ନି.ଘ.୫.୦୩ମି.

Advertisement

ପର୍ବପର୍ବାଣି- ଗୁରୁପୂର୍ଣ୍ଣିମା, ବ୍ୟାସପୂଜନ, ପୁରୀ ଗୋବର୍ଦ୍ଧନ ପୀଠରେ ଗୁରୁପୂଜା

ମେଷ-ଆଜି ଲକ୍ଷ୍ୟପ୍ରାପ୍ତି ପାଇଁ ଆଗକୁ ବଢ଼ିଚାଲିବେ । କର୍ମକ୍ଷେତ୍ର ଓ ବ୍ୟବସାୟରେ ବହୁ ଦିଗରୁ ସୁଯୋଗ ଆସିବ । ପାରିବାରିକ ଜୀବନରେ ମନୋମାଳିନ୍ୟ ଦେଖାଗଲେ ମଧ୍ୟ ସୁଖୀ ରହିବେ । ପ୍ରିୟ ବନ୍ଧୁଙ୍କ ସହଯୋଗରେ ଦୂରଯାତ୍ରା ଯୋଗରହିଛ । ଦିନଟିକୁ ମଙ୍ଗଳମୟ କରିବାପାଇଁ ଶ୍ରୀ ଜଗନ୍ନାଥଙ୍କୁ ନଡିଆ ଅର୍ପଣ କରନ୍ତୁ ।


ବୃଷ- ଆଜି ସ୍ୱାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ । ଅଯଥାରେ ଧନବ୍ୟୟ ଯୋଗ ରହିଛି । ପାରିବାରିକ ଜୀବନ ସାମାନ୍ୟ କଳହ ଦେଖାଦେବ । ଅପ୍ରିୟ କଥାକହି ମତାନ୍ତର ହେବେ । ବ୍ୟବସାୟରେ ପରିଶ୍ରମ ତୁଳନାରେ ଆଶାନୁରୂପ ଫଳ ମିଳିବ ନାହିଁ । ଦିନଟିକୁ ମଙ୍ଗଳମୟ କରିବାପାଇଁ ଜଗନ୍ନାଥଙ୍କୁ ଦୀପଟିଏ ପ୍ରଦାନ କରନ୍ତୁ ।


ମିଥୁନ-ଆଜି ଆପଣଙ୍କ ମନ ଚଞ୍ଚଳ ରହିବ । କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବ୍ୟବସାୟରେ ଲାଭଯୋଗ ରହିଛି । ପ୍ରେମିକମାନଙ୍କ ପାଇଁ ଦିନଟି ମଙ୍ଗଳମୟ ହେବ । ପାରିବାରିକ ଜୀବନରେ ଖୁସି ଅନୁଭବ କରିବେ । ଦିନଟିକୁ ମଙ୍ଗଳମୟ କରିବାପାଇଁ ଜଗନ୍ନାଥ ଅଷ୍ଟକ ପାଠ କରନ୍ତୁ ।


କର୍କଟ- ଆଜି ଆପଣଙ୍କ ରାଶିରେ ନୂତନ କର୍ମକ୍ଷେତ୍ର, ଅର୍ଥ ଓ ଯଶ ପାଇବେ । ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଜୀବନ ସୁଖମୟ ହେବ । ଦେହ ଓ ମନ ସୁସ୍ଥ ରହିବ । ବନ୍ଧୁଙ୍କ ଠାରୁ ଖୁସି ଖବର ପାଇବେ । ନୂତନ ଯାନବାହାନ କ୍ରୟ ଯୋଗ ଅଛି । ଦିନଟି ମଙ୍ଗଳମୟ କରିବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରୁନ୍ତୁ ।


ସିଂହ- ଆଜି ଆପଣଙ୍କ ରାଶି ପାଇଁ କଲ୍ୟାଣକାରୀ ଶୁଭ ଯୋଗ ରହୁଛି । ବ୍ୟବସାୟରେ ଲାଭବାନ ରହିବେ । ପାରିବାରିକ ଜୀବନ ହସଖୁସିରେ କଟିବ । ଯାନିଯାତ୍ରାରେ ନିଜକୁ ସାମିଲ କରିବେ । ପ୍ରେମ କ୍ଷେତ୍ରରେ ସଫଳ ହେବେ । ଲକ୍ଷପ୍ରାପ୍ତି ପାଇଁ ବନ୍ଧୁମାନଙ୍କ ସହଯୋଗ ମିଳିବ । ଦିନଟିକୁ ମଙ୍ଗଳମୟ କରିବାପାଇଁ ଲକ୍ଷ୍ମୀନାରାୟଣଙ୍କୁ ଧ୍ୟାନ କରନ୍ତୁ ।


କନ୍ୟା- ଆଜି ଆପଣଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ । କୌଣସି ବନ୍ଧୁଙ୍କ ଗୃହକୁ ଯାତ୍ରା କରିପାରନ୍ତି । କର୍ମକ୍ଷେତ୍ରରେ ବା ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଜୀବନ ହସଖୁସିରେ କଟିବ । ଶ୍ରୀହରି ବିଷ୍ଣୁଙ୍କ ପାଖରେ ପଦ୍ମଫୁଲ ଅର୍ପଣ କରନ୍ତୁ ।


ତୁଳା- ଆଜି ଶାରିରୀକ ସମସ୍ୟାରେ ପୀଡିତ ରହିବେ । ପାରିବାରିକ ଜୀବନରେ ମନୋମାଳିନ୍ୟ ରହିବ । ସଂଚିତ ଅର୍ଥ ବ୍ୟୟଯୋଗ ରହିଛି । କର୍ମ କ୍ଷେତ୍ରରେ ଚିନ୍ତିତ ରହିବେ । ବବହାସୟରେ ସହଯୋଗୀମାନେ ଅସହଯୋଗ କରିବେ । ଦିନଟିକୁ ମଙ୍ଗଳମୟ କରିବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପୋଢ଼ପିଠା ଅର୍ପଣ କରନ୍ତୁ ।


ବିଚ୍ଛା-ଆଜି ଯେକୌଣସି ସୂତ୍ରରୁ ଧନପ୍ରାପ୍ତି ଯୋଗ ରହିଛି । ନୂତନ ଦ୍ରବ୍ୟାଦି କ୍ରୟ ଯୋଗ ରହିଛି । ପାରିବାରିକ ଜୀବନରେ ବ୍ୟସ୍ତତା ଲାଗିରହିବ । ବ୍ୟବସାୟରେ ଲାଭବାନ ହେବେ । ଗୁପ୍ତଶତ୍ରୁ ଉପରେ ବିଜୟୀ ହେବେ । ଦିନଟି ମଙ୍ଗଳମୟ କରିବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଦୀପଟିଏ ସମର୍ପଣ କରନ୍ତୁ ।


ଧନୁ- ଆଜି ଆପଣ ଦୁଃସାହସିକ କାମକରି ପ୍ରଶଂସିତ ହେବେ । ଯାନିଯାତ୍ରାରେ ନିଜକୁ ସାମିଲ କରି ଖୁସି ଅନୁଭବ କରିବେ । ବ୍ୟବସାୟରେ ଧନାଗମ ଯୋଗ ରହିଛି । ପାରିବାରିକ ଜୀବନରେ ହସଖୁସି ଲାଗି ରହିବ । ବ୍ୟବସାୟରେ ଆଶାନୁରୂପ ଶଫଳ ହେବେ । କୌଣସି ବନ୍ଧୁଙ୍କ ଠାରୁ ସହଯୋଗ ପାଇବେ । ଦିନଟିକୁ ମଙ୍ଗଳମୟ କରିବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ ।


ମକର- ଆଜି ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ପରିଶ୍ରମର ସୁଫଳ ପାଇବେ । ବିଶେଷ ଯାତ୍ରାକୁ ବାତିଲ କରନ୍ତୁ । ଅନେକ ଗୁପ୍ତ ଶତ୍ରୁ ମାନସିକ ଆଘାତ ଦେଇ ପାରନ୍ତି । କର୍ମକ୍ଷେତ୍ରରେ ବା ବ୍ୟବସାୟରେ ଲାଭବାନ ହେବେ । ଦିନଟିକୁ ମଙ୍ଗଳମୟ କରିବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପଦ୍ମଫୁଲଟିଏ ଅର୍ପଣ କରନ୍ତୁ ।


କୁମ୍ଭ- ଆଜି ପରିବାରେ ଅନ୍ୟମାନଙ୍କ ସହିତ ମନାନ୍ତର ଓ ମତାନ୍ତର ଯୋଗୁଁ ବିବ୍ରତ ହେବେ । ଭୂମି ସମ୍ବନ୍ଧୀୟ ଚିନ୍ତାରେ ଚିନ୍ତିତ ରହିବେ । କର୍ମ କ୍ଷେତ୍ରରେ ଅଯଥାରେ ଦୋଷୀ ହେବେ । ବନ୍ଧୁଙ୍କ ଠାରୁ ମାନସିକ ଚାପଗ୍ରସ୍ତ ରହିବେ । ଦିନଟିକୁ ମଙ୍ଗଳମୟ କରିବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦୀପଟିଏ ଅର୍ପଣ କରନ୍ତୁ ।


ମୀନ-ଆଜି ପରିଶ୍ରମ ତୁଳନାରେ ଆୟ କମ୍ ହେବ । ପାରିବାରିକ ଜୀବନରେ ସାମାନ୍ୟ ମନୋମାଳିନ୍ୟ ଦେଖାଦେବ । କର୍ମ କ୍ଷେତ୍ରରେ ଅପମାନିତ ହେବେ । ପ୍ରିୟବନ୍ଧୁ ଆପଣଙ୍କ ମନରେ ଦୁଃଖ ଦେବେ । ସଂଚିତ ଧନ ବ୍ୟୟହେବାର ସମ୍ଭାବନା ରହିଛି । ଦିନଟିକୁ ମଙ୍ଗଳମୟ କରିବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନଡିଆଟିଏ ଅର୍ପଣ କରନ୍ତୁ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!