ଭୟଙ୍କର ଦୁର୍ଘଟଣା, ବସ ଚକାତଳେ ମୁଣ୍ଡ ତଥାପି ଠିଆ ହେଲେ ଯୁବକ ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ -: ଗାଡ଼ି ଚଳାଇବା ସମୟରେ ହେଲମେଟ୍‌ ପିନ୍ଧିବା ନିହାତି ଆବଶ୍ୟକ। କିନ୍ତୁ ଆମ ଭିତରୁ ଅନେକ ହେଲମେଟ୍‌ ପିନ୍ଧିବା ଠାରୁ ଦୂରେଇ ରହିଥାନ୍ତି। କାରଣ ସେମାନେ ଭାବନ୍ତି ଯେ, ସେମାନେ ଭଲ ଭାବରେ ଗାଡ଼ି ଚଳାଇପାରନ୍ତି । ସହଜରେ ଦୁର୍ଘଟଣା ହେବନାହିଁ।  କିନ୍ତୁ ଦୁର୍ଘଟଣା ଆଗୁଆ ସୂଚନା ଦେଇ ଆସି ନଥାଏ। ଏକ ଭିଡ଼ିଓ ଏବେ ଇଣ୍ଟରନେଟରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଆପଣମାନେ ଏହି ଭାଇରାଲ ଭିଡ଼ିଓଟିକୁ ଦେଖିଲେ ଜାଣିପାରିବେ ହେଲମେଟର ମହତ୍ତ୍ୱ କେତେ…। ଏହି ଭିଡିଓରେ ବାଇକ୍ ଚଳାଉଥିବା ବ୍ୟକ୍ତି ହଠାତ୍ ଗୋଟିଏ ବସର ଚକ ତଳକୁ ଚାଲି ଆସନ୍ତି, ତା’ପରେ କ’ଣ ହୁଏ ତାହା ନ ଦେଖିଲେ ବିଶ୍ବାସ କରିହେବ ନାହିଁ।

Advertisement

ଇଣ୍ଟରନେଟରେ ଭାଇରାଲ ହେଉଥିବା ଅନେକ ଭିଡିଓ ଆମକୁ ଜୀବନରେ ବଡ଼ ଶିକ୍ଷା ଦେଇଥାଏ । ଭାଇରାଲ ହେଉଥିବା ଏହି ଭିଡିଓଟି ରାସ୍ତାରେ ଜଣେ ବାଇକ୍ ଚଳାଉଥିବା ବ୍ୟକ୍ତିଙ୍କଠାରୁ ଆରମ୍ଭ ହୋଇଛି । ବାଇକରେ ଯାଉଥିବା ବ୍ୟକ୍ତିଙ୍କ ସାମ୍ନାରୁ ଏକ ବସ୍ ଆସୁଥିବା ଦେଖାଯାଏ ଏବଂ ହଠାତ୍ ବ୍ୟକ୍ତିଙ୍କର ବାଇକର ଚକା ଖସିଯିବାରୁ ସେ ସିଧାସଳଖ ବସର ପଛ ଟାୟାର ତଳକୁ ଚାଲିଯାଆନ୍ତି । ଭାବନ୍ତୁ ତ କ’ଣ ହୋଇଥିବା ତାଙ୍କ ଅବସ୍ଥା ? କିନ୍ତୁ ଏସବୁ ସତ୍ତ୍ବେ ତାଙ୍କ ଜୀବନ ବଞ୍ଚିଯାଏ ଏବଂ କିଛି ସେକେଣ୍ଡ ପରେ ବାଇକ୍ ଚାଳକ ବସ୍ ତଳୁ ବାହାରକୁ ଆସନ୍ତି । ଅସଲ କଥା ହେଲା, ବାଇକ୍ ଚଳାଉଥିବା ଯୁବକ ହେଲମେଟ ପିନ୍ଧିଥିଲେ, ଯେଉଁଥିପାଇଁ ତାଙ୍କ ଜୀବନ ବଞ୍ଚିଗଲା । କଳ୍ପନା କରନ୍ତୁ ଯଦି ଏହି ବ୍ୟକ୍ତିଙ୍କ ମୁଣ୍ଡରେ ହେଲମେଟ ନଥାନ୍ତା ତେବେ ଦୁର୍ଘଟଣା କେତେ ଭୟଙ୍କର ହୋଇଥାନ୍ତା ।ସୋସିଆଲ ମିଡିଆରେ ଶିକ୍ଷା ଦେଲା ଭଳି ଏହି ଭିଡିଓକୁ ଆଇପିଏସ୍ ଦୀପାଂଶୁ କାବ୍ରା ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଭିଡିଓ ସେୟାର କରିବାବେଳେ ସେ କ୍ୟାପସନରେ ଲେଖିଛନ୍ତି, ମାତ୍ର ୧୨ ସେକେଣ୍ଡରେ ହେଲମେଟର ମହତ୍ତ୍ୱକୁ ଜାଣିପାରିବେ । ଏହି ଭିଡିଓ ସେହି ଲୋକମାନଙ୍କ ପାଇଁ ଏକ ଶିକ୍ଷା, ଯେଉଁମାନେ ହେଲମେଟ ପିନ୍ଧିବାରେ ଅବହେଳା କରିଥାନ୍ତି । କଳ୍ପନା କରନ୍ତୁ ଯଦି ସେହି ବ୍ୟକ୍ତି ଆଜି ହେଲମେଟ ପିନ୍ଧି ନଥାନ୍ତେ, ତେବେ ସେ ମୃତ୍ୟୁ କୋଳରେ ଥାଆନ୍ତେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!