ମମତା ବାନାର୍ଜୀ ଚଲାଇଛନ୍ତି ତାଲିବାନୀ ଶାସନ …!

କୋଲ୍‌କାତା -: ଗୋରୁ ଚୋରାଚାଲାଣ ମାମଲାରେ ଅନୁବ୍ରତ ମଣ୍ଡଳ ଗିରଫ ହେବା ପରେ ରାସ୍ତାଘାଟରେ ଭୀଷଣ ପ୍ରତିବାଦ ପ୍ରଦର୍ଶନ କରୁଥିବା ଛାତ୍ର ଓ ଯୁବ ସଂଗଠନ ପ୍ରତି ଉଦ୍ଦେଶ୍ୟ କରି ‘ବିଜେପି’ ସାଂସଦ ଦିଲୀପ ଘୋଷ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ତାଲିବାନୀ ରାଜ୍‌ ସରକାର ଚଳାଇଛନ୍ତି। ଆଜି ସକାଳ ବୁଲାରୁ ଫେରିବା ପରେ ଟେଲିଫୋନ୍‌ ଯୋଗେ ସେ ଗଣମାଧ୍ୟମକୁ କହିଛନ୍ତି, ‘ସିବିଆଇ-ଇଡି’ଙ୍କୁ ବାଧା ଦିଆଯାଉଛି। ଏମିତି ପରିସ୍ଥିତି କରାଯାଉଛି, ଯେମିତି ସେମାନେ ତଦନ୍ତ ଛାଡ଼ିଦେବେ। ଏଇଟା କ’ଣ ଆଫଗାନିସ୍ତାନ ହୋଇଗଲା। କେନ୍ଦରୀୟ ଏଜେନ୍‌ସିମାନେ ନିର‌ପେକ୍ଷ ତଦନ୍ତ କରନ୍ତୁ ବୋଲି ପ୍ରତିବାଦକାରୀ ସଙ୍ଗଠନର ସଦସ୍ୟମାନେ ଦାବି କରୁଛନ୍ତି।

Advertisement

‘ସିବିଆଇ’ ଏବଂ ‘ଇଡି’ ଭଳି କେନ୍ଦ୍ରୀୟ ଏଜେନ୍‌ସିମାନେ ଏକତରଫା ଆଚରଣ କରୁଛନ୍ତି ବୋଲି ‘ମହିଳା ତୃଣମୂଳ କଂଗ୍ରେସ’ ଅଭିଯୋଗ କରି ରାସ୍ତାଘାଟରେ ପ୍ରତିବାଦ ପ୍ରଦର୍ଶନ କରୁଛି। ଏହି ସଂଗଠନର କର୍ମୀ ଓ ସମର୍ଥକମାନେ ଗୁରୁବାର ଦିନ କୋଲ୍‌କାତାର ବିର୍ଲା ପ୍ଲାନେଟରିୟମ୍‌ରୁ ମାୟୋ ରୋଡ୍‌ରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପଦଯାତ୍ରା କରିବେ। ତାଙ୍କର ଏହି ପଦଯାତ୍ରା କେବଳ କେନ୍ଦ୍ରୀୟ ଏଜେନ୍‌ସିଗୁଡ଼ିକ ବିରୋଧରେ ନୁହେଁ, ରନ୍ଧନ ଗ୍ୟାସ୍‌ର ମାତ୍ରାଧିକ ଦର ବୃଦ୍ଧି, ବିଲ୍‌କିସ୍‌ ମାମଲାରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ୧୧ଜଣ ଦୋଷୀଙ୍କୁ ଜେଲ୍‌ରୁ ଖଲାସ କରିବା

ଆଦି ମାମଲା ସବୁ ମଧ୍ୟ ସେମାନଙ୍କ ପ୍ରତିବାଦ ପଦଯାତ୍ରାରେ ଅନ୍ତର୍ଭୁକ୍ତ କରାଯାଇଛି। ସେପଟେ, ସୋମବାର ଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ, ୪୩,୦୦୦ ଦୁର୍ଗାପୂଜା କମିଟିକୁ ରାଜ୍ୟ ସରକାର ୬୦ ହଜାର ଟଙ୍କା ଲେଖାଏଁ ଅନୁଦାନ ଯୋଗାଇ ଦେବେ। ଏହାଛଡ଼ା, ଚଳିତ ବର୍ଷ ସରକାରୀ କର୍ମଚାରୀମାନେ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ପୂଜାଛୁଟି ପାଇବେ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କରି ଦିଲୀପ କହିଛନ୍ତି, ଦୁର୍ନୀତି ଉପରୁ ଧ୍ୟାନ ହଟାଇବା ଲାଗି ପୂଜା ବାତାବରଣ ସୃଷ୍ଟି କରାଯାଉଛି। ତେଣୁ, କ୍ଲବ୍‌ମାନଙ୍କୁ ପ୍ରଥମେ ଉପରୋକ୍ତ ଆର୍ଥିକ ଅନୁଦାନ ଯୋଗାଇ ଦିଆଯିବ।

Advertisement

Leave a Reply

Your email address will not be published. Required fields are marked *