୬୭ବର୍ଷର ବୃଦ୍ଧ ବିବାହ କଲେ ଏହି ତରୁଣୀଙ୍କୁ, ବିବାହର ସର୍ତ୍ତ ଥିଲା ଏମିତି …

ନୂଆଦିଲ୍ଲୀ -: ପ୍ରେମର ପରିଭାଷା ଏବେ ବୋଧହୁଏ ବଦଳିଯାଇଛି । ପ୍ରେମ ଏବେ ମନ ବଦଳରେ ଧନରେ ଅଟକି ଯାଇଛି । ଆଧୁନିକତାର ଛାପରେ ବ୍ୟକ୍ତିତ୍ୱର ଏହି ବ୍ୟତିକ୍ରମ ବେଶ ଚିନ୍ତା ଉଦ୍ରେକକାରୀ ହୋଇଥିଲେ ମଧ୍ୟ ସମୟ ସହ ତାଳ ଦେଇ ସବୁ କିଛି ସହଜ ହୋଇଯାଇଛି । ଜଣେ ୩୧ ବର୍ଷିୟ ମହିଳା ତାଙ୍କ ଠାରୁ ୩୬ ବର୍ଷ ବଡ଼ ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି । ଏହି ଘଟଣା ଘଟିଛି ଜର୍ଜିଆରେ । ଏହି ଝିଅ ଜଣକ ଫେସବୁକ୍‌ରେ ପୋଷ୍ଟ କରିଥିଲେ ‘ମୁଁ ନିଜ ବୟସର ଯୁବକଙ୍କ ସହ ସମ୍ପର୍କ ରଖି ଥକି ଗଲିଣି, ଏବେ ମୁଁ ୫୦ ବର୍ଷରୁ ଅଧିକ ବୟସର ପୁରୁଷଙ୍କ ସହ ଡେଟିଂ କରିବାକୁ ଚାହୁଁଛି ।

Advertisement
demia

’ ତେବେ ସେ ପୋଷ୍ଟରେ ସର୍ତ୍ତ ରଖିଥିଲେ ଯେ ପୁରୁଷ ଧନୀ ହେବା ଉଚିତ୍‌, ଯାହାଫଳରେ ତାଙ୍କୁ ଆର୍ଥିକ ଦିଗରେ କୌଣସି ଅସୁବିଧା ହେବ ନାହିଁ । ତାଙ୍କ ୋଷ୍ଟ ଅନୁଯାୟୀ ତାଙ୍କୁ ଜଣେ ପୁରୁଷ ମଧ୍ୟ ମିଳିଗଲେ । ଯେ କି ଉକ୍ତ ଯୁବତୀ ଡେମିଆ ଓ୍ଵିଲିୟମ୍ସଙ୍କୁ ୩ କୋଟିର ଏକ ଘର ସହ ୩୭ ଲକ୍ଷ ଟଙ୍କାର ଗାଡ଼ି ଗିପ୍ଟ କରିଛନ୍ତି । ଏହି ସମ୍ପର୍କର ଆରମ୍ଭ ୨୦୧୭ ମସିହାରେ ହୋଇଥିଲା । ଜେମ୍ସ ମେରାଇନ ଚାକିରିରୁ ଅବସର ନେବା ପରେ ତାଙ୍କର ତଲାକ ମଧ୍ୟ ହୋଇ ସାରିଥିଲା । ଫଳରେ ଧିରେ ଧିରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହେଲା ଓ ଉଭୟେ ଉଭୟେଙ୍କୁ ପ୍ରେମ କରିବା ଆରମ୍ଭ କଲେ । ୨୦୧୮ ମସିହାରେ ବିବାହ ମଧ୍ୟ କଲେ । ଏବେ ଉଭୟେ ଆମେରିକାର ଲସ ବେଗାସରେ ରହିବାକୁ ଚିନ୍ତା କରୁଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରେମ ଗାଡି ଏବେ ବେଶ ଭଲ ଭାବେ ଦୌଡୁଛି ।

Advertisement

Leave a Reply

Your email address will not be published. Required fields are marked *