ଗୋନାସିକାରୁ ବାହାରି ବଙ୍ଗୋପସାଗରରେ ପଡ଼ିଛି ପୁଣ୍ୟତୋୟା ବୈତରଣୀ, ଆସନ୍ତୁ ଜାଣିବା ଏହାର ଐତିହାସିକ କିମ୍ବଦନ୍ତି

ଓଡ଼ିଶାର ପ୍ରାଚୀନତା ସମ୍ପର୍କରେ ଯଦି ଅନୁଧ୍ୟାନ କରିବା ତେବେ ପୁଣ୍ୟଧାମ ଶ୍ର୍ରୀକ୍ଷେତ୍ର ଠାରୁ ଯଦି କୌଣସି ପୁରାତନ ପବିତ୍ର ଧାମିର୍କ ପୀଠସ୍ଥଳ ରହିଛି ତେବେ ତାହା ହେଉଛି ପୁଣ୍ୟତୋୟା ବୈତରଣୀ । ବୈତରଣୀ ନଦୀ ଗୋନାସିକା ପାହାଡରୁ ବାହାରି ବଙ୍ଗୋପସାଗରରେ ପଡ଼ିଛି ।ପୌରାଣିକ ଦୃଷ୍ଟି କୋଣରୁ ଓଡ଼ିଶାର ଗଙ୍ଗା କହିଲେ ବୈତରଣୀ ନଦୀକୁ ବୁଝାଏ । ଏହି ବୈତରଣୀ ନଦୀ ଅନେକ ଲୋକମାନଙ୍କ ଜଳ କଷ୍ଟ ଦୂର କରିବା ସହିତ ସଦାସର୍ବଦା ଲୋକମାନଙ୍କ ମଙ୍ଗଳ କରି ଆସିଛି । ହେଲେ ଦର୍ଶକ ବନ୍ଧୁ ଆପଣ ଜାଣିଛନ୍ତି କି ଏହି ନଦୀର ଉତ୍ପତ୍ତି ସ୍ଥାନ କେଉଁଠି ? କାହିଁକି ଗୋ ନାକରୁ ବୈତରଣୀ ନଦୀର ପାଣି ବାହାରୁଛି ? ଗୋନାସିକା ପର୍ବତ ପଛର କାହାଣୀ କଣ ଆପଣ ଜାଣିଛନ୍ତି କି?କେନ୍ଦୁଝର ସହର ରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ ପୁରାଣ ପ୍ରସିଦ୍ଧ ଗୋନାସିକା ପର୍ବତ ।

Advertisement

ଗୋ ନାକରୁ ବୈତରଣୀ ନଦୀର ପାଣି ବାହାରୁ ଥିବାରୁ ଏହି ସ୍ଥାନ ଗୋନାସିକା ଦିଆଯାଇଛି । ଗୋନାସିକା ପାହାଡ଼ ବୈତରଣୀ ନଦୀର ଉତ୍ପତ୍ତି ସ୍ଥାନ । ଏଠାକୁ ପ୍ରତେକ ଦିନ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ ଆସିଥାନ୍ତି କେବଳ ଚିରସ୍ରୋତା ବୈତରଣୀ ନଦୀ ଏବଂ ମହାଦେବଙ୍କୁ ଦର୍ଶନ କରିବାକୁ । ଗୋନାସିକା ପର୍ବତରେ ଥିବା ବ୍ରହ୍ମେଶ୍ୱର ମନ୍ଦିର ରହିଛି। ମନୋରମ ପାହାଡ଼ ପର୍ବତ ଏବଂ ସବୁଜ ପରିବେଶ ଭିତରେ ଅବସ୍ଥିତ ଏହି ସର୍ବପୁରାତନ ମହାଦେବଙ୍କ ମନ୍ଦିର।। ପୂଣ୍ୟତୋୟା ବୈତରଣୀ ନଦୀ କୂଳରେ ଅବସ୍ଥିତ ଏହି ଶିବ ମନ୍ଦିର । ଏହି ପ୍ରସିଦ୍ଧ ଶିବ ମନ୍ଦିର ସ୍ଵୟଂ ବ୍ରହ୍ମାଙ୍କ ଦ୍ଵାରା ପ୍ରତିଷ୍ଠିତ ହେଇଥିବାର ମନ୍ଦିର ପୂଜକ କହିଛନ୍ତି। । ଏହାକୁ ନେଇ ଏକ ସୁନ୍ଦର କିମ୍ବଦନ୍ତୀ ମଧ୍ୟ ରହିଛି । ଦର୍ଶକବନ୍ଧୁ ଯେତେବେଳେ ବିରଜା କ୍ଷେତ୍ରରେ ସ୍ୱଂୟ ବ୍ରହ୍ମା ଦଶ୍ୱାଶମେଧ ମହାଯଜ୍ଞେ କରୁଥିଲେ ସେତେବେଳେ ଗଙ୍ଗା ଜଳର ଆବଶ୍ୟକ ପଡିଲା ।ବ୍ରହ୍ମା ଗଙ୍ଗାମାତାକୁ ଡାକିଥିଲେ ସେ ରଜସ୍ୱିଳା ଥିବାରୁ ଗୋନାସିକାରୁ ତାଙ୍କ ସାନ ଭଉଣୀ ବୈତରଣୀକୁ ଡାକିବାକୁ କହିଥିଲେ । ବ୍ରହ୍ମାଙ୍କ ଅନୁରୋଧ ରକ୍ଷା କରି କେନ୍ଦୁଝର ଜିଲ୍ଲାର ଗୋନାସିକାରୁ ପାହାଡ଼ରୁ ପୂର୍ଣ୍ଣତୟା ବୈତରଣୀ ବାହାରିଥିଲେ ।

ସେହି ସମୟରେ ପାହାଡ଼ ତଳେ ଜୁଆଙ୍ଗ ଆଦିବାସୀ ମାନଙ୍କ ଏକ ପର୍ବ ଚାଲିଥାଏ । ନାଚ ଗୀତ ସହିତ ଭୋଜି ଭାତର ଆୟୋଜନ ହେଇଥାଏ । ସେଠାରେ ହଠାତ ବୈତରଣୀ ନଦୀ ପାଣି ଆସିବାରୁ ଗୋ ମୁଣ୍ତ କୁ ନେଇ ବୈତରଣୀ ନଦୀର ପାଣି ରୋକିବାକୁ ଆଦିବାସୀ ମାନେ ଦେଇଥିଲେ । ଯାହା ଫଳରେ ବୈତରଣୀ ନଦୀ ଅପବିତ୍ର ହେବା ସହିତ ସେହି ସ୍ଥାନରୁ ବୈତରଣୀ ନଦୀବନ୍ଦ ହୋଇଯାଇଥିଲା। ସେପଟେ ବୈତରଣୀ ନଦୀ ର ଜଳ ନ ଆସିବାରୁ ପୁଣି ବ୍ରହ୍ମା ବୈତରଣୀ ଦେବୀଙ୍କୁ ଡାକିଥିଲେ । ବୈତରଣୀ ଦେବୀ କହିଲେ ମୁଁ ଅପବିତ୍ର ହେଇଥିବାରୁ ଯାଇ ପାରୁ ନାହିଁ । ବ୍ରହ୍ମା ଉପାୟ ବାହାର କରି ଶିବଙ୍କୁ ଡାକିଥିଲେ। ପରେ ଏକ ଶିବ ମନ୍ଦିର ପ୍ରତିଷ୍ଠା କରିବା ସହିତ ବୈତରଣୀ ନଦୀକୁ ପ୍ରବିତ୍ର କରିଥିଲେ । ପୌରାଣିକ କଥା ଏପରି ମଧ୍ୟ ରହିଛି ଯେ ଏହି ଗୋନାସିକାରୁ ପୂର୍ବେ ଗୋଟିଏ ନାକରୁ ପାଣି ଅନ୍ୟ ନାକରୁ ବାଲି ବାହାରୁଥିଲା।

ଲୋକଙ୍କ କହିବା ଅନୁଯାୟୀ ବୈତରଣୀ ଉକ୍ତ ସ୍ଥାନରୁ ବାହାରି ଗାଁ ବାଟ ଦେଇ ଗୁପ୍ତ ଭାବେ ପାଖାପାଖି ୩ କିଲୋମିଟର ଦୂରରେ ଥିବା ଶିବ ମନ୍ଦିରେ ବାହାରିଥିବାରୁ ଏହି ନଦୀକଚୁ ଗପ୍ତ ଗଙ୍ଗାର ଆଖ୍ୟା ଦିଆଯାଇଛି। ମହାଦେବ ବ୍ରହ୍ମେଶ୍ଵରଙ୍କୁ ଉତ୍ସର୍ଗିତ ଏହି ମନ୍ଦିରଟି ଖ୍ରୀଷ୍ଟାବ୍ଦ ୧୬୫୪-୧୬୫୮ ମଧ୍ୟରେ ରାଜା ଲକ୍ଷ୍ମୀନାରାୟଣ ଭଞ୍ଜଙ୍କ ଦ୍ଵାରା ନିର୍ମିତ ହୋଇଥିଲା ବୋଲି ଜଣାପଡ଼ିଛି। ପୂର୍ଣ୍ଣତୟା ବୈତରଣୀ ନଦୀ ସମୁଦ୍ର ଯାଇ ମିଶିଛି । ବୈତରଣୀ ନଦୀ ଅନ୍ୟ କୌଣସି ଅପବିତ୍ର ନ ହେବା ପାଇଁ ବୈତରଣୀ ନଦୀ କୂଳରେ ୧୦୮ଟି ଶିବ ମନ୍ଦିର ପ୍ରତିଷ୍ଠା ହେଇଛି । ଯାହା ଏବେବି ଦେଖିବାକୁ ମିଳେ । କୁହାଯାଏ ବୈତରଣୀର ସୃଷ୍ଟି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପାଇଁ ହୋଇଛି।। ତେଣୁ ଅତ୍ୟନ୍ତ ପୁଣ୍ୟତୋୟା ହେଉଛି ବୈତରଣୀ ନଦୀ । ଯାହାର ପୁରାଣ ଯୁଗରୁ ଖ୍ୟାତି ରହିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!