ରିଲିଜ୍‌ ହେଲା ହୁମା କୁରୈସୀ ଓ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ‘ଡବଲ ଏକ୍ସଏଲ୍‌’ର ଟ୍ରେଲର …ଦେଖନ୍ତୁ ଭିଡିଓ

Creat A Revolution

‘ଡବଲ ଏକ୍ସଏଲ୍‌’ ଏକ କମେଡି ଫିଲ୍ମ, ଯାହା ଜରିଆରେ ଦର୍ଶକମାନଙ୍କୁ ମନୋରଞ୍ଜନର ଖୋରାକ ସହିତ ଏକ ସଚେତନଧର୍ମୀ ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଇଛି। ଖାସ୍‌ କରି, ଯେଉଁମାନଙ୍କ ନଜରରେ ଯୁବତୀ ଓ ମହିଳାମାନଙ୍କ ସୁନ୍ଦରତାର ଅର୍ଥ ପତଳା, ସେହି ସମାଜର ଲୋକଙ୍କୁ ଫିଲ୍ମ ଜରିଆରେ ଆଇନା ଦେଖାଯାଇଛି। ‘ଡବଲ ଏକ୍ସଏଲ୍‌’ର ଟ୍ରେଲର ଦେଖିବା ତ, ଏହାକୁ ଫ୍ୟାନମାନଙ୍କଠାରୁ ପିଜିଟିଭ୍‌ ରେସ୍‌ପନ୍ସ ମିଳୁଛି। ଲୋକେ ହୁମା ଓ ସୋନାକ୍ଷୀଙ୍କୁ ଏକାଠି ଦେଖି ବହୁତ ଖୁସି ଅଛନ୍ତି। ସେମାନଙ୍କ କେମିଷ୍ଟ୍ରି ଫ୍ୟାନ୍‌ମାନଙ୍କୁ ବହୁତ ପସନ୍ଦ ଆସୁଛି।

Advertisement

ହୁମା କୁରୈସୀ ଓ ସୋନାକ୍ଷୀ ସିହ୍ନା ଉଭୟ ହିଁ ବଲିଉଡ୍‌ର ଜଣେ ଜଣେ ଦମ୍‌ଦାର ଅଭିନେତ୍ରୀ। ଏହାରି ଭିତରେ ଦୁହେଁ ଏକାଠି ଏକ ଫିଲ୍ମ ନେଇ ଆସୁଛନ୍ତି, ଯାହାର ଟାଇଟଲ ରହିଛି ‘ଡବଲ ଏକ୍ସଏଲ୍‌’। ଏହି ଫିଲ୍ମରେ ଦୁଇ ପ୍ଲସ୍‌ ସାଇଜ୍‌ ମହିଳାଙ୍କ କାହାଣୀ ଦର୍ଶାଯାଇଛି, ଯାହାର ଝଲକ୍‌ ଏବେ ଆପଣ ‘ଡବଲ ଏକ୍ସଏଲ୍‌’ର ଟ୍ରେଲରରେ ଦେଖିବାକୁ ପାଇ ପାରିବେ। ଏହି ବହୁ ପ୍ରତୀକ୍ଷିତ ଫିଲ୍ମର ଟ୍ରେଲରକୁ ଆଜି ରିଲିଜ୍‌ କରି ଦିଆଯାଇଛି। ….

ସେପଟେ ଫିଲ୍ମର କନ୍‌ସେପ୍ଟକୁ ମଧ୍ୟ ଲୋକମାନେ ବେଶ୍‌ ପ୍ରଶଂସା କରୁଛନ୍ତି। ଫିଲ୍ମ ପାଇଁ ହୁମା ଓ ସୋନାକ୍ଷୀ, ଉଭୟଙ୍କୁ ନିଜ ନିଜ ଓଜନ ଢେର୍‌ ବଢ଼ାଇବାକୁ ପଡ଼ିଥିଲା। ଫିଲ୍ମର ଆକ୍ଟର ଜହୀରଙ୍କ ମୁତାବକ, ଦୁଇ ଅଭିନେତ୍ରୀ ୧୫ରୁ ୨୦ କିଲୋ ପର୍ଯ୍ୟନ୍ତ ନିଜର ଓଜନ ବଢ଼ାଇଥିଲେ। ଏଥିପାଇଁ ସେମାନେ ଏକ ସ୍ୱତନ୍ତ୍ର ଡାଏଟ୍‌ ଫଲୋ କରିଥିଲେ, ଯେପରି ସେମାନେ ନିଜର ଚରିତ୍ରକୁ ଜଷ୍ଟିଫାଏ କରି ପାରିବେ। କହି ରଖୁଛୁ, ‘ଡବଲ ଏକ୍ସଏଲ୍‌’ ଆସନ୍ତା ୧୪ ଅକ୍ଟୋବରରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମର କାହାଣୀ ଦିଲ୍ଲୀ, ମେରଠ ଓ ମୁମ୍ବାଇର ପରିବେଶ ଉପରେ ପର୍ଯ୍ୟବସିତ ରହିଛି।

ଏଥିରେ ସୋନାକ୍ଷୀ ସିହ୍ନା ଓ ହୁମା କୁରୈସୀଙ୍କ ସହ ଜହୀର ଇକବାଲ ଓ ମହତ ରାଘବେନ୍ଦ୍ର ମଧ୍ୟ ନଜର ଆସିବେ। ତେବେ ଫିଲ୍ମର ବଡ଼ ସରପ୍ରାଇଜ୍‌ ବିଷୟରେ କଥା ହେବା ତ ‘ଡବଲ ଏକ୍ସଏଲ୍‌’ରେ ଜଣାଶୁଣା ଭାରତୀୟ କ୍ରିକେଟର ଶିଖର ଧଓ୍ଵନ ବହୁତ ଖାସ୍‌ ଅନ୍ଦାଜରେ ନଜର ଆସିବେ। ନିଜ ରୋଲ ବିଷୟରେ ଶିଖର ଧଓ୍ଵନ କୁହନ୍ତି, ତାଙ୍କ ନିର୍ଣ୍ଣୟ ବହୁତ ସହଜ ଥିଲା। ଦେଶ ପାଇଁ ଖେଳୁଥିବା ଜଣେ ଆଥ୍‌ଲେଟର ଜୀବନ ସବୁବେଳେ ବ୍ୟସ୍ତ ଥାଏ। ସେ କହିଥିଲେ କି, ଭଲ ଭଲ ମନୋରଞ୍ଜନ ଭିତ୍ତିକ ଫିଲ୍ମ ଦେଖିବାରେ ମୋର ବହୁତ ସଉକ ଅଛି। ଯେତେବେଳେ ଏହି ଅଫର ମୋ ପାଖକୁ ଆସିଲା ଏବଂ ମୁଁ କାହାଣୀ ଶୁଣିଲି, ତ ମୋ ଉପରେ ଏହାର ଗଭୀର ପ୍ରଭାବ ପଡ଼ିଥିଲା। ଶିଖର ଧଓ୍ଵନ କହିଥିଲେ, ଏହି ଫିଲ୍ମ ପୂରା ସମାଜ ପାଇଁ ଏକ ସୁନ୍ଦର ବାର୍ତ୍ତା ଦେଉଛି ଏବଂ ମୁଁ ଆଶା ରଖିଛି ଯେ ସେ ଯାହା ବି ହେଉ ଅନେକ ଯୁବକ, ଯୁବତୀ ଏଣିକି ନିଜ ସ୍ୱପ୍ନ ପଛରେ ଦୌଡ଼ିବେ। କହି ରଖୁଛୁ, ଫିଲ୍ମ ‘ଡବଲ ଏକ୍ସଏଲ୍‌’ ଗୁଲଶନ କୁାର, ଟି-ସିରିଜ୍‌, ଓ୍ଵାକାଓ ଫିଲ୍ମସ୍‌ ଏବଂ ମୁଦସର ଅଜିଜ୍‌ଙ୍କ ଦ୍ୱାରା ନିର୍ମାଣ କରାଯାଇଛି।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights