ମୃତ ଦେବେନ୍ଦ୍ରଙ୍କ ପରିବାରକୁ ଭେଟିଲେ ବ୍ଳକ ଉପାଧ୍ୟକ୍ଷ …

କୋକସରା – ଇନ୍ଦ୍ରାବତୀ କୋନାଲକୁ ଗାଧୋଇବାକୁ ଯାଇ ମୃତ୍ୟୁ ବରଣ କରିଥିବା କୋକସରା ବ୍ଳକ କାଶିବାହାଲ ନୂଆପଡାର ମୃତ ଦେବେନ୍ଦ୍ର ବାଗ(୨୫)ଙ୍କ ପରିବାର କୁ ସୋମବାର କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଭେଟିଛନ୍ତି। ଏବଂ ଏକମାତ୍ର ପୁଅ କୁ ହରାଇ ଦୁଃଖରେ ଭାଙ୍ଗିପଡିଥିବା ବାପା ମା’ ଓ ତାଙ୍କ ବିଧବା ପତ୍ନୀଙ୍କୁ ସମବେଦନା ଜଣାଇଛନ୍ତି।

Advertisement

ଏଥି ସହିତ ୨ ହଜାର ଟଙ୍କା ସହାୟତା ପ୍ରଦାନ କରିବା ସହ ତାଙ୍କ ବିଧବା ସ୍ତ୍ରୀ କୁ ବିଧବା ଭତ୍ତା ଓ ଆପଦ କାଳୀନ ସହାୟତା ୪ ଲକ୍ଷ ଟଙ୍କା ସିଘ୍ର ଯୋଗାଇ ଦେବା ନିମନ୍ତେ ପ୍ରଶାସନ କୁ ଜଣାଇବା ପାଇଁ ଆଶ୍ଵାସନା ଦେଇଛନ୍ତି। ସେହିପରି ଭାବେ କାଶିବାହଲ ସରପଞ୍ଚ ପୁଷ୍ପାଞ୍ଜଳି ନାଏକ ଉପସ୍ଥିତ ରହି ଚାଉଳ ଓ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଏହି ସମୟରେ କାଶିବାହାଲ ସମିତି ସଭ୍ୟ ଗଜାନନ ନାଏକ, ରୁଦ୍ର ନାଏକ, ସଞ୍ଜୟ ସିଙ୍ଗଲ ପ୍ରମୂଖ ଉପସ୍ଥିତ ଥିଲେ। ପ୍ରକାଶ ଯେ’ ମୃତ୍ୟୁ ଦେବେନ୍ଦ୍ର ଦୁର୍ଜନ ବାଗଙ୍କ ଏକମାତ୍ର ପୁଅ ରହିଥିଲେ। ଏବଂ ଦେବେନ୍ଦ୍ରଙ୍କ ସ୍ତ୍ରୀ ବର୍ତ୍ତମାନ ଗର୍ଭବତୀ ରହିଛନ୍ତି। ତାଙ୍କ ମୃତ୍ୟୁ ପରେ ସ୍ତ୍ରୀ ସମେତ ପୁରା ପରିବାର ଦୁଃଖରେ ଭାଙ୍ଗିପଡିଛନ୍ତି।

Advertisement

Leave a Reply

Your email address will not be published. Required fields are marked *

error: Content is protected !!