ସୋରଡାରେ ବିଜେପି ତରଫରୁ ‘ଗାଁ ଗାଁ ଚାଲ … ଘର ଘର ଚାଲ’

ବେଲଗୁଣ୍ଠା -: ଭାଜପା ପ୍ରତିଷ୍ଠା ଦିବସ ଏପ୍ରିଲ ୬ ତାରିଖରୁ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସୋରଡ଼ା ବିଧାନସଭା ବିଜେପି ପରିବାର ଦ୍ୱାରା ସମାଜିକ ନ୍ୟାୟ ସପ୍ତାହ ପାଳନ କରିବା ଅବସରରେ ଓବିଶି ମୋର୍ଚ୍ଚା ଦ୍ୱାରା ‘ଗାଁ ଗାଁ ଚାଲ … ଘର ଘର ଚାଲ’ କାର୍ଯ୍ୟକ୍ରମ ବେଲଗୁଣ୍ଠା ଗ୍ରାମପଞ୍ଚାୟତ ରେ କରାଯାଇଥିଲା ।

Advertisement

ଏହି କାର୍ଯ୍ୟକ୍ରମ ସୋରଡ଼ା ବିଧାନସଭାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀଙ୍କ ନେତୃତ୍ୱରେ କରାଯାଇ ପଂଚାୟତର ସମସ୍ତ ଗ୍ରାମକୁ ପଦଯାତ୍ରା କରାଯାଇ ଲୋକଙ୍କ ସହ ମିଶିଥିଲେ ଓବିସି ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା । ଏହି କାର୍ଯ୍ୟକ୍ରମରେ ସାଙ୍ଗଠନିକ ଘୁମୁସର ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଗଦାଧର ସ୍ୱାଇଁ, ରାଜ୍ୟ ଓବିସି ମୋର୍ଚ୍ଚା ସଯଂଯୋକ ଗୋପଳ କୃଷ୍ଣ ଗୌଡ଼ ବଙ୍କା ପଂଚାୟତର ସରପଞ୍ଚ ଗୀତାଞ୍ଜଳି ପରିଡା, ସମିତି ସଭ୍ୟ ପ୍ରଫୁଲ ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!