ମାର୍ଚ୍ଚ ୩୧ ଗୁରୁବାର ରାଶିଫଳ – ଏହି ରାଶିଧାରୀଙ୍କ ଭାଗ୍ୟରେ ଧନ ପ୍ରାପ୍ତିର ଯୋଗ

Creat A Revolution

ମେଷ -: ଲୋକପ୍ରିୟତା ଅର୍ଜନ କରିପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।

Advertisement


ବୃଷ -: କୁଳ ଉଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ପରିବାର ପ୍ରତି ସ୍ନେହ ସଦ୍ଦିଚ୍ଛା ଭାବ ରହିବ ।


ମିଥୁନ -: ଭାଗ୍ୟଶାଳୀ ହେବେ । ଭୋଗୀ ଓ ବିଳାସୀ ହେବେ । ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ । ବିଦ୍ୱାନ୍‌, ସାହସୀ ଓ ସମ୍ପତ୍ତିବାନ୍ ହେବେ । ଉଦ୍ୟୋଗୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଧର୍ମାତ୍ମା ହେବେ ।

https://youtu.be/ZrVjzJVkRF8
Subscribe Now BNS News


କର୍କଟ -: ସମାଲୋଚକଙ୍କ ଉପରେ ଈର୍ଷାଭାବ ଉଦ୍ରେକ ହୋଇପାରେ । ନିର୍ଭରଶୀଳ ନ ହୋଇ ସ୍ୱାଭିମାନର ସହ ଚଳିବେ । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କତା ଆବଶ୍ୟକ ।


ସିଂହ -: ବନ୍ଧୁ ମିଳନ ସହ ଆନନ୍ଦ ଉତ୍ସବ ଲାଗି ରହିବ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ନିଜକୁ ନିୟୋଜିତ କରିବେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶରେ ପରିଚାଳିତ ହେବେ ।


କନ୍ୟା -: ଅନାବଶ୍ୟକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ ।


ତୁଳା -: କର୍ମଚଞ୍ଚଳ ରହିବେ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଆର୍ôଥକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ । ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱଯୁକ୍ତ ହେବେ ।

Subscribe Now BNS BHakti


ବିଛା -: ଉଦାର ପ୍ରକୃତିର ହେବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ୱଯୁକ୍ତ ହେବେ । ସୁସ୍ଥ ଓ ନିରାମୟ ରହିବେ । କୃଷି କର୍ମକାରୀ ହେବେ । ପ୍ରେମୀ ଓ ବୁଦ୍ଧିମାନ୍ ହେବେ । ସୁଖୀ ହେବେ ।


ଧନୁ -: ମନ ପ୍ରସନ୍ନ ରହିବ । ଆତ୍ମବିଶ୍ୱାସୀ ହେବେ । ଭାଷା ଓ ବ୍ୟବହାର ମଧୁର ହେବ । ପ୍ରେମୀ ଓ ସାହସୀ ହେବେ । ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ୱାନ୍ ହେବେ । ପ୍ରତ୍ୟେକ କାର୍ଯ୍ୟରେ ପାରଙ୍ଗମ ହେବେ । ସୁସ୍ଥ ରହିବେ ।


ମକର -: ଭାଗ୍ୟଶାଳୀ ହୋଇପାରନ୍ତି । ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟା ପ୍ରେମୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମିତ୍ରଠାରୁ ସହାୟତା ମିଳିବ । ବିଭିନ୍ନ ସୂତ୍ରରୁ ଧନାଗମ ହେବ ।


କୁମ୍ଭ -: ସର୍ବମଙ୍ଗଳ ଧର୍ମକାର୍ଯ୍ୟରେ ନିୟୋଜିତ ହେବେ । ଐଶ୍ୱର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି । ମାଲିମୋକଦ୍ଦମାରେ ବିଜୟୀ ହେବେ । ଧନଲାଭର ସୂଚନା ମିଳୁଛି । ରୁଚିକର ଖାଦ୍ୟରେ ଆପ୍ୟାୟିତ ହେବେ ।


ମୀନ -: ଥଣ୍ଡା-କଫରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି । କର୍ମଚଞ୍ଚଳ ରହିବେ । ତପସାଧନା ପାଇଁ ଏକାନ୍ତବାସକୁ ଆଦରି ନେବେ । ମଧୁର ଭାଷାରେ ପରକୁ ଆପଣାର କରିବେ । ଖର୍ଚ୍ଚାନ୍ତ ହେବେ ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights