ପାଇକମାଲରେ ବିଜ୍ଞାନ ମେଳା

ବରଗଡ଼ (ନିରଞ୍ଜନ ତ୍ରିପାଠୀ)-: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକସ୍ତରୀୟ ବିଜ୍ଞାନ ମେଳା ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ବ୍ଲକର ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟକୁ ନେଇ ଅନୁଷ୍ଠିତ ବିଜ୍ଞାନ ମେଳାକୁ ପାଇକମାଲ ବ୍ଲକ ବିଡିଓ ସୁଶ୍ରୀ ଉପାଞ୍ଜଳି ମାଝୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ।

Advertisement

ପ୍ରାୟ ୮୫ଟି ପ୍ରକଳ୍ପ ଛାତ୍ରଛାତ୍ରୀ ମାନେ ପ୍ରଦର୍ଶନ କରିଥିଲେ । ସେଥିରୁ ୬ଟି ପ୍ରକଳ୍ପ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାରେ ଯୋଗଦେବା ପାଇଁ ଯୋଗ୍ୟ ମନୋନୀତ କରାଯାଇଥିଲା । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପାଇକମାଲ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପାଇଁ କୃତିତ୍ବ ହାସଲ ନିମନ୍ତେ ତତ୍ପରତା ପ୍ରକାଶ କରିବା ଆବଶ୍ୟକତା ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତଅତିଥି ଭାବେ ପାଇକମାଲ ସରପଞ୍ଚ ଶ୍ରୀମତୀ ତୁଲାବତୀ ତାଣ୍ତି, ପାଇକମାଲ ସମିତିସଭ୍ୟା ଶ୍ରୀମତୀ ନିରୁପମା ନାଗ, ଦ୍ବାଦଶ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଉତ୍ସବର ବୈଠକରେ ପାଇକମାଲ ବ୍ଲକ ଶିକ୍ଷାଧିକାରୀ ଚୁଡାମଣି ବାରିକ ସଭାପତିତ୍ୱ କରିଥିବା ବେଳେ ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ତା ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଜ୍ଞାନ ଶିକ୍ଷୟିତ୍ରୀ ସଙ୍ଗିତା ସାହୁ ସ୍ଵାଗତ ଭାଷଣ ଦେବାସହ ଶିକ୍ଷୟିତ୍ରୀ ଅନିମା ରାଉତ ଓ ରଞ୍ଜିତା ସାହା ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!