ସୁନ୍ଦରଗଡ଼ -: ବିଗତ ଦିନରେ ସୁନ୍ଦରଗଡ଼ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ମହାଦୁର୍ନୀତି ଚର୍ଚ୍ଚାର ବିଷୟ ହୋଇଥିଲା । ଆଦିବାସୀଙ୍କ ପାଇଁ ଆସିଥିବା ଉନ୍ନୟନମୂଳକ କାର୍ଯ୍ୟରେ ମିଥ୍ୟା ବିଲ୍ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି । ଘଟଣାର ପ୍ରାଶାସନିକ ତଦନ୍ତ ଚାଲିଥିଲା । କିନ୍ତୁ ଏଯାଏ କାର୍ଯ୍ୟାନୁଷ୍ଠାନ ଶୂନ ।
ବରଂ ମହାଦୁର୍ନୀତିର ମୁଖ୍ୟ କାର୍ପଟଦାର କୁହାଯାଉଥିବା ନିର୍ବାହୀ ଯନ୍ତ୍ରୀଙ୍କ ବଦଳି ଆଦେଶକୁ ୭ ମାସ ବିତିଯାଇଥିଲେ ମଧ୍ୟ ଜିଲ୍ଲାପାଳ ତାଙ୍କୁ ରିଲିଭ୍ କରୁ ନାହାନ୍ତି । ଶନିବାର ସୁନ୍ଦରଗଡ଼ ଗସ୍ତରେ ଆସିଥିବା କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଆଗରେ ଏସବୁ ଅଭିଯୋଗ ଉଠାଇଛନ୍ତି ସୂଚନା ଅଧିକାରକର୍ମୀ ସୁଶୀଳ ଗୁପ୍ତା ।
ପ୍ରଗତି ମଣ୍ଡପରେ ମନ୍ତ୍ରୀ ଜିଲ୍ଲାପାଳ ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରୁଥିବା ବେଳେ ଶ୍ରୀ ଗୁପ୍ତା ଏ ସମ୍ପର୍କିତ ଏକ ଅଭିଯୋଗ ପତ୍ର ଦେଇ ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏହା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଆଇଟିଡିଏ ଦୁର୍ନୀତି ପ୍ରସଙ୍ଗ । ସେ ଅଭିଯୋଗ କରିଥିଲେ, ୧୭୬ କୋଟିର ଟେଣ୍ଡର କାମ ହୋଇଥିବା ବେଳେ ୧୦୯ କୋଟିର ବିଭାଗୀୟ କାମ ଦର୍ଶାଇ ବିନା କାର୍ଯ୍ୟରେ ବିଲ୍ କରାଯାଇଛି ।
ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ବି ଏଯାଏ ତାହା କେଉଁଠି ଜଣାପଡ଼ୁ ନାହିଁ । ଉନ୍ନୟନମୂଳକ କାର୍ଯ୍ୟର ସମସ୍ତ ସୂଚନା ପାଇଁ ଆବେଦନ କରିଥିଲେ ମଧ୍ୟ ଦୁଇ ବର୍ଷ ହେଲା ବିଭାଗ ଦିନ ଗଡ଼ାଇ ନେଉଛି । ଏପରିକି ଏଥିପାଇଁ ସେ ୧୧ ଦିନ ଧାରଣା ଦେଇଥିଲେ ମଧ୍ୟ ବିଭାଗ ଏଡ଼ାଇ ଯାଇଥିଲେ ବୋଲି ସେ ମନ୍ତ୍ରୀଙ୍କ ଆଗରେ ଅଭିଯୋଗ କରିଥିଲେ । ମନ୍ତ୍ରୀ ଶ୍ରୀ ଟୁଡୁ ଏହାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରାଯିବ ଓ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ
Discover more from bnslive.in
Subscribe to get the latest posts sent to your email.