ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ସୁମିତ ଓ ତପସ୍ୱିନ, ସଂପର୍କରେ ଆସିଲା କି ସୁଧାର !

କଟକ -: ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ଡାକ୍ତର ସୁମିତ କୁମାର ସାହୁ ଓ ତାଙ୍କ ପତ୍ନୀ ତପସ୍ୱିନୀ ଦାଶ ଆଜି ହାଜର ହୋଇଥିଲେ । ଉଭୟ ଦିନ ୧୧ଟା ପୂର୍ବରୁ ମଧ୍ୟସ୍ଥତା କେନ୍ଦ୍ରରେ ପହଞ୍ଚି ଯାଇଥିଲେ । ଦିନ ପ୍ରାୟ ୧୧ଟା ସମୟରେ ମେଡିଏଟରଙ୍କ ଉପସ୍ଥିତିରେ ମଧ୍ୟସ୍ଥତା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଉଭୟଙ୍କ ସହିତ ମେଡିଏଟର ଆଲୋଚନା କରି ରହିଥିବା ବିବାଦ ସଂପର୍କରେ ପଚାରି ବୁଝଥିଲେ ।

Advertisement

କେଉଁ କାରଣକୁ ନେଇ ଏପରି ବିବାଦ ଦେଖା ଦେଇଛି ଓ ଦୁଇ ଜଣଙ୍କ କଣ ସବୁ ପ୍ରସଂଗକୁ ନେଇ ସମସ୍ୟା ରହିଛି ଓ ଏବେ କଣ ମତ ରହିଛି ସେ ନେଇ ଆଲୋଚନା କରାଯାଇଥିଲା । ପ୍ରାୟ ସାଢେ ତିନି ଘଣ୍ଟା ଧରି ଏହି ପ୍ରକ୍ରିୟା ଚାଲିଥିଲା । ଉଭୟ ମଧ୍ୟସ୍ଥତା ପ୍ରକ୍ରିୟାରେ ସହଯୋଗ କରି ମେଡିଏଟରଙ୍କ ନିକଟରେ ନିଜ ନିଜ ପକ୍ଷ ରଖିଥିବା ସୂଚନା ମିଳିଛି । ଆଜି ମଧ୍ୟସ୍ଥତା ପ୍ରକ୍ରିୟା ଅଧା ରହିଛି । ଏପ୍ରିଲ ୧୧ ତାରିଖ ଦିନ ପୁଣି ଉଭୟଙ୍କୁ ମଧ୍ୟସ୍ଥତା କନ୍ଦ୍ରେରେ ହାଜର ହେବାକୁ କୁହାଯାଇଛି ।

ମଧ୍ୟସ୍ଥତା କେନ୍ଦ୍ରରୁ ବାହାରିବା ପରେ ତପସ୍ୱିନୀ ଗଣମାଧ୍ୟମକୁ କହିଥିଲେ ଯେ କିଛି ସକରାତ୍ମକ ସୂଚନା ମିଳିଛି । ରିୟୁନିୟନ ଚାନ୍ସ ରହିଛି ଓ ଏ ନେଇ ସେ ଆଶାବାଦୀ ବୋଲି ତପସ୍ୱନୀ କହିଥିଲେ । ସେ ଭାବୁଛନ୍ତି ଆସନ୍ତା ୧୧ ତାରିଖ ଦିନ ସବୁ ଠିକ୍ ହୋଇଯିବ ବୋଲି ତପସ୍ୱିନୀ କହିଥିଲେ । ଗଣମାଧ୍ୟମ ସମ୍ମୁଖରେ ସୁମିତଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି ଯେ ଆଜି ସକରାତ୍ମକ ଆଲୋଚନା ହୋଇଛି । ଉଭୟ ସୁମିତ ଓ ତପସ୍ୱିନୀ ମଧ୍ୟସ୍ଥତା ପ୍ରକ୍ରିୟାରେ ସହଯୋଗ କରିଛନ୍ତି । କିନ୍ତୁ ଆଜି କିଛି ନିଷ୍କର୍ସ ବାହାରି ପାରି ନଥିବାରୁ ପୁଣି ମଧ୍ୟସ୍ଥତା ପ୍ରକ୍ରିୟା ଲାଗି ୧୧ ତାରିଖକୁ ଧାର୍ଯ୍ୟ କରାଯାଇଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମାର୍ଚ୍ଚ ୩୧ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ସୁମିତ ଓ ତପସ୍ୱିନୀଙ୍କୁ ଏପ୍ରିଲ ୯ରେ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ମଧ୍ୟସ୍ଥତା ପ୍ରକ୍ରିୟା ଶେଷ ହେବା ପରେ ଏ ସଂପର୍କିତ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ କହିଥିଲେ । ଏଥି ସହିତ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩କୁ ହାଇକୋର୍ଟ ଧାର୍ଯ୍ୟ କରିଥିଲେ । ତପସ୍ୱିନୀଙ୍କୁ ମାସିକ ଭରଣପୋଷଣ ସହିତ ଶ୍ୱଶୁରଘରେ ରହିବା ସପକ୍ଷରେ ଗଞ୍ଜାମ ଜିଲ୍ଲା ଓ ଦୈାରା ଜଜ୍ ଅଦାଲତ ପ୍ରଦାନ କରିଥିବା ରାୟ ବିରୋଧରେ ସୁମିତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଫେବ୍ରୁଆରି ୨୨ରେ ହାଇକୋର୍ଟ ମାମଲାର ଶୁଣାଣି କରି ଗଞ୍ଜାମ ଜିଲ୍ଲା ଓ ଦୈାରା ଜଜ୍ ଅଦାଲତଙ୍କ ଜାନୁଆରି ୪ର ରାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ । ତପସ୍ୱିନୀଙ୍କୁ ମାସିକ ୧୭ ହଜାର ଟଙ୍କା ପରିବର୍ତ୍ତେ ୧୦ ହଜାର ଟଙ୍କା ସୁମିତ ପ୍ରଦାନ କରିବେ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!