ତୁମ ସ୍ତ୍ରୀକୁ ରାତିକ ପାଇଁ ପଠାଇଦିଅ କାମ ହେଇଯିବ, ଶକ୍ତି ବିଭାଗର ନୂଆ ଫଣ୍ଡା

watch now (subscribe your chanel)

ଉତ୍ତରପ୍ରଦେଶ -: ଉତ୍ତରପ୍ରଦେଶ ଶକ୍ତି ବିଭାଗର ଗୋକୁଲ ପ୍ରସାଦ ନାମକ ଜଣେ ୪୫ ବର୍ଷୀୟ ଲାଇନମ୍ୟାନ ଉପରିସ୍ଥ ଅଧିକାରୀଙ୍କ ଅନୈତିକ ଆଦେଶକୁ ନେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସେ ଅଭିଯୁକ୍ତ ଜୁନିୟର ଇଂଜିନିୟରଙ୍କ କାର୍ଯ୍ୟାଳୟ ଆଗରେ ନିଜ ଦେହରେ ଡିଜେଲ ଢାଳି ନିଆଁ ଲଗାଇ ଦେଇଥିଲେ ।

Advertisement
watch now (subscribe your chanel)

ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିବା ବେଳେ ରବିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ କନିଷ୍ଠ ଯନ୍ତ୍ରୀ ନଗେନ୍ଦ୍ର କୁମାର ଓ ଜଣେ କିରାଣିଙ୍କୁ ଚାକିରିରୁ ନିଲମ୍ବିତ କରାଯାଇ ଏକ ପୁଲିସ କେସ୍ ରୁଜୁ କରାଯାଇଛି । ସୂଚନାଯୋଗ୍ୟ, ଗୋକୁଲ ପ୍ରସାଦ ପୋଡ଼ିହୋଇ ଅତିଶୟ ଯନ୍ତ୍ରଣାରେ ଥିବା ବେଳେ ଏପରି ପଦକ୍ଷେପ ନେବାର କାରଣ ସମ୍ବନ୍ଧରେ କହିଥିଲେ ଯେ କନିଷ୍ଠ ଯନ୍ତ୍ରୀ ଓ ତାଙ୍କ ସହଯୋଗୀ ତାଙ୍କୁ ନାନା ପ୍ରକାର ହଇରାଣ ହରକତ କରୁଥିଲେ ।

ଏ ବାବଦରେ ସେ ପୁଲିସର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୁଲିସ କିଛି ଶୁଣି ନ ଥିଲା । ଅପରପକ୍ଷେ ତାଙ୍କ ସ୍ତ୍ରୀ କହିଛନ୍ତି ଯେ, ଗତ ତିନିବର୍ଷ ହେଲା ତାଙ୍କ ସ୍ୱାମୀଙ୍କୁ ହଇରାଣ କରାଯାଉଥିଲା । ଏଥିରେ ତାଙ୍କର ମାନସିକ ଚାପ ବଢ଼ିଯାଇଥିଲା ଏବଂ ସେ ଅବସାଦଗ୍ରସ୍ତ ହୋଇ ଏଥିପାଇଁ ଔଷଧ ଖାଉଥିଲେ । ତଥାପି ସେମାନେ ତାଙ୍କୁ ଛାଡ଼ି ନ ଥିଲେ । ତାଙ୍କୁ ଆଲିଗଞ୍ଜ ବଦଳି କରାଯାଇଥିଲା, ଯେଉଁଠିକି ଯିବା ଆସିବା କରିବାରେ ବହୁତ ଅସୁବିଧା ହେଉଥିଲା ।

watch now (subscribe your chanel)

ତେଣୁ ସେ ଘର ପାଖକୁ ବଦଳି ହେବା ପାଇଁ ଆବେଦନ କରିଥିଲେ । କିନ୍ତୁ କନିଷ୍ଠ ଯନ୍ତ୍ରୀ କହିଲେ- ଯଦି ବଦଳି ଚାହୁଁଛ, ତେବେ ତୁମ ସ୍ତ୍ରୀକୁ ରାତିକ ପାଇଁ ପଠାଅ । ବରିଷ୍ଠ ପୁଲିସ ଅଧିକାରୀ ସଞ୍ଜୀବ ସୁମନ କହିଛନ୍ତି ଯେ ଉକ୍ତ ଲାଇନମ୍ୟାନଙ୍କୁ କନିଷ୍ଠ ଯନ୍ତ୍ରୀ ବଦଳି ପାଇଁ ଟଙ୍କା ମାଗୁଥିଲେ ଓ ଅଶାଳୀନ କଥା କହୁଥିଲେ । ଏ ବାବଦରେ ଏକ ମାମଲା ରୁଜୁ କରି ତଦନ୍ତ କରାଯାଉଛି ଏବଂ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!