ବିଧାନସଭା ଆଗରେ ବିଭତ୍ସ ହତ୍ୟାକାଣ୍ଡ, ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର

ଭୁବନେଶ୍ୱର(ପ୍ରଭାତ କୁମାର ମଲ୍ଲିକ) -: ରାଜଧାନୀର ସବୁଠୁ ହାଇସିକ୍ୟୁରିଟି ଅଞ୍ଚଳ ବିଧାନସଭା ସାମ୍ନାରେ ବୀଭତ୍ସ ହତ୍ୟାକାଣ୍ଡ ଘଟଣାରେ ପୁଲିସ ସନ୍ଦେହରେ ୨ ଜଣଙ୍କୁ ଅଟକ ରଖିଥିବାର ସୂଚନା ମିଳିଛି । ଉଭୟଙ୍କୁ ଖାରବେଳନଗର ଥାନା ପୁଲିସ ପଚରାଉଚରା ଜାରି ରଖିଥିବା ଜଣାଯାଇଛି ।

Advertisement


ସୂଚନାଯୋଗ୍ୟ, ସୋମବାର ସକାଳ ପାଖାପାଖି ୬ଟାରେ ଜଣେ ସିକ୍ୟୁରିଟି ଗାର୍ଡ ପିଏମ୍ଜିକୁ ଲାଗି କରି ରହିଥିବା ପୋଷ୍ଟାଲ ଏଟିଏମ୍ କାଉଣ୍ଟର୍ ଖୋଲିବା ପାଇଁ ଆସିଥିଲେ । ଜଣେ ଯୁବକ ଓ ମହିଳା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ପାଖରେ ଛୋଟିଆ ପୁଅ କାନ୍ଦୁଥାଏ । ଚାରିଆଡ଼େ ବୋହିଥାଏ ରକ୍ତର ଧାର । ଏଭଳି ସ୍ଥିତି ଦେଖି ସେ ଭୟଭୀତ ହୋଇପଡ଼ିଥିଲେ । ସେ ସେମାନଙ୍କୁ ଡାକିଥିଲେ । ହେଲେ କେହି ଜବାବ ଦେଇନଥିଲେ । ସିକ୍ୟୁରିଟି ଗାର୍ଡଜଣକ ତୁରନ୍ତ ସେଠାକାର ଚା’ ଦୋକାନୀ ଓ ଅନ୍ୟ ସିକ୍ୟୁରିଟି ଗାର୍ଡଙ୍କୁ ଘଟଣା ବିଷୟରେ ଜଣାଇଥିଲେ ।

watch now (subscribe your chanel)


ଖବର ପାଇ ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ବବୁଲୁଙ୍କ ମୃତ୍ୟୁ ହୋଇ ସାରିଥିବା ଜଣାପଡ଼ିଥିବା ବେଳେ ପତ୍ନୀ ପୂଜାଙ୍କ ଶ୍ୱାସକ୍ରିୟା ଚାଲିଥିଲା । ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ସହ ଛୋଟ ପୁଅକୁ ଚାଇଲ୍ଡଲାଇକୁ ହସ୍ତାନ୍ତର କରାଯାଇଥିଲା । ପିଲାକୁ ଭଗବାନ ବଞ୍ଚାଇଦେଲେ ବୋଲି ସ୍ଥାନୀୟ ଲୋକଙ୍କ ଭିତରେ ଆଲୋଚନା ଚାଲିଥିଲା । ଏହାପରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଥିଲା । ବବୁଲଙ୍କ ଡାହାଣ ପଟ କାନମୁଣ୍ଡାରେ ଗଭୀର କ୍ଷତ ରହିଥିବା ବେଳେ ପୂଜାଙ୍କ ଡାହାଣ ପଟ ମୁଣ୍ଡ ଓ ମୁହଁ ଫାଟି ଯାଇଥିଲା । ପାରିପାର୍ଶ୍ୱିକ ସ୍ଥିତି ଯାହା କହୁଛି, ରବିବାର ରାତିରେ ଦମ୍ପତି ଖାଇ ସାରି ପୁଅକୁ ନେଇ ଏଟିଏମ୍ ସମ୍ମୁଖରେ ମଶାରି ଟାଙ୍ଗି ଶୋଇଥିଲେ ।

watch now (subscribe your chanel)

କେହି ଦୁର୍ବୃତ୍ତ ବବୁଲୁଙ୍କ କାନମୁଣ୍ଡାକୁ ବହ୍ଲାରେ ବାରମ୍ବାର ଆକ୍ରମଣ କରିଥିଲା । ଆକ୍ରମଣ ଫଳରେ ଡାହଣପଟ କନମୁଣ୍ଡାରେ ଗଭୀର କ୍ଷତରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ସ୍ୱାମୀକୁ ଆକ୍ରମଣ ହେଉଥିବା ଦେଖି ପୂଜା ପ୍ରତିବାଦ କରିଥିବା ଅନୁମାନ କରାଯାଉଛି । ଏହା ପରେ ଦୁର୍ବୃତ୍ତ ତାଙ୍କୁ ମଧ୍ୟ ଆକ୍ରମଣ କରି ଫେରାର୍ ହୋଇଯାଇଥିଲା । ଉକ୍ତ ଦମ୍ପତି ଶ୍ରମିକ ଶ୍ରେଣୀର ହୋଇଥିବାରୁ ପାଖରେ କିଛି ଟଙ୍କା ରହିଥିବା ମଧ୍ୟ ଅନୁମାନ କରାଯାଉଛି । କେହି ଦୁର୍ବୃତ୍ତ ଟଙ୍କା ଲୁଟିବାକୁ ଆସି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି । କିମ୍ବା ପୂର୍ବରୁ କୌଣସି କାମକୁ ନେଇ ଟଙ୍କା ଭାଗବଣ୍ଟାକୁ ଏପରି କାଣ୍ଡ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି ।

watch now (subscribe your chanel)

ଅପରାଧୀମାନେ କିନ୍ତୁ ହତ୍ୟାକାଣ୍ଡ ଘଟାଇବାକୁ ପୂରା ପ୍ରସ୍ତୁତ ହୋଇ ଆସିଥିଲେ ବୋଲି ସ୍ପଷ୍ଟ ହୋଇଯାଇଛି । ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ଜବତ କରି ପୁଲିସ ଯାଞ୍ଚ ଆରମ୍ଭ କରିଛି । ସେହିପରି ସେଠାରେ ରାତିରେ ବୁଲୁଥିବା ଲୋକଙ୍କୁ ମଧ୍ୟ ସ୍କାନର୍କୁ ନେଇଛି ପୁଲିସ । ଆଇଜି ପାର୍କ ପାଖରେ ରାତିରେ ବୁଲୁଥିବା କେତେଜଣଙ୍କୁ ପଚରାଉଚରା କରାଯାଇଛି । ସ୍ଥାନୀୟ ଅଞ୍ଚଳରୁ ପୁଲିସ ତଥ୍ୟ ସଂଗ୍ରହ କରୁଛି । କାହା ସହ ସେମାନଙ୍କର ପାଟିତୁଣ୍ଡ ହୋଇଥିଲା କି? ସେ ଦିଗରେ ମଧ୍ୟ ପୁଲିସ ଛାନଭିନ୍ ଚଳାଇଛି । ସେହିପରି ପୂଜାଙ୍କ ବୟାନକୁ ମଧ୍ୟ ପୁଲିସ ଅପେକ୍ଷା କରିଛି । ଖୁବ୍ ଶୀଘ୍ର ମାମଲାର ପର୍ଦ୍ଦାଫାସ୍ ହେବ ବୋଲି ଜଣେ ପୁଲିସ ଅଧିକାରୀ କହିଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!