ଭୁବନେଶ୍ୱର -: ଜାତୀୟ ଜନଜାତି ଆୟୋଗଙ୍କ ପକ୍ଷରୁ କେନ୍ଦୁଝର ଜିଲାପାଳ ଆଶିଷ ଠାକରେଙ୍କ ନାମରେ ଗିରଫ ପରୱାନା ଜାରି କରାଯାଇଛି ।
ଜିଲାପାଳଙ୍କୁ ଜନଜାତି ଆୟୋଗଙ୍କ ପାଖରେ ହାଜର ହେବାକୁ ପାଇଁ ନିର୍ଦେଶ ଦିଆଯାଇଛି । ଏକାଧିକ ମାମଲାରେ ଜିଲାପାଳଙ୍କୁ ହାଜର ପାଇଁ ନିର୍ଦ୍ଦେଶ ରହିଥିଲା । ବାରମ୍ବାର ବିଜ୍ଞପ୍ତି ଜାରି କରାଯିବା ପରେ ବି ଜିଲାପାଳ ହାଜର ହୋଇନଥିଲେ । ତେଣୁ କେନ୍ଦୁଝର ଜିଲାପାଳଙ୍କୁ ଆଣି ଆୟୋଗଙ୍କ ଠାରେ ହାଜର କରାଇବାକୁ ପୁଲିସ ମହାନିର୍ଦେଶ ସୁନୀଲ ବଂଶଲଙ୍କୁ ନିର୍ଦେଶ ଦେଲେ ଜନଜାତି କମିଶନ ।
ବାରମ୍ବାର ସମନ କରାଯିବା ସତ୍ତ୍ୱେ ଜିଲାପାଳ ହାଜର ହେଉନଥିବାରୁ ଗିରଫ ପରୱାନା ଜାରି କରାଯାଇଛି । ଜନଜାତି ଉତ୍ପୀଡ଼ନ ସଂପର୍କିତ ବିଭିନ୍ନ ମାମଲାରେ ହାଜର ପାଇଁ ପୂର୍ବରୁ ନିର୍ଦେଶ ରହିଥିଲା । ଏନେଇ ବାରମ୍ବାର ସମନ ଜାରି କରାଯିବା ସତ୍ତ୍ୱେ ଜିଲାପାଳ ହାଜର ହେଉନଥିବାରୁ ବାଧ୍ୟ ହୋଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜନଜାତି ଆୟୋଗ ।
Discover more from bnslive.in
Subscribe to get the latest posts sent to your email.