ମାନସିକ ଦୁଶ୍ଚିନ୍ତାରୁ ପାଆନ୍ତୁ ମୁକ୍ତି, ଦହି ଆପଣଙ୍କ ସମସ୍ୟାର କରିବ ସାମାଧାନ

କ୍ଷୀରରୁ ପ୍ରସ୍ତୁତ ଅନେକ ପଦାର୍ଥ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ଏହା ଖାଇବାକୁ ମଧ୍ୟ ସ୍ୱାଦିଷ୍ଟ । ଏଥିରେ ପୁଷ୍ଟିଯୁକ୍ତ, ଭିଟାମିନ,ପ୍ରୋଟିନ ଓ କ୍ୟାଲସିୟମ ଭଳି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ରହିଛି । ଏହା ମଧ୍ୟରୁ ଦହି ହେଉଛି ଗୋଟିଏ । ଦହିର ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ।

ବିଶେଷ କରି ଖରାଦିନେ ନିୟମିତ ନିଜ ଖାଦ୍ୟରେ ଦହି ସାମିଲ କରନ୍ତୁ । ଏହାଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ । ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ । ଗବେଷଣାରୁ ଜଣାପଡିଛି, ଦହିରେ ଅନେକ ପୋଷକ ତତ୍ତ୍ୱ ରହିଛି । ଯାହା ଶରୀର ପାଇଁ ନିତାନ୍ତ ଆବଶ୍ୟକ । ଏଥିରେ କ୍ୟାଲସିୟମର ମାତ୍ରା ଖୁବ ଅଧିକ ଥିବାରୁ ହାଡ ପାଇଁ ଖୁବ ଉପକାରୀ । ହାଡକୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ । ଏକ କପ ଦହିରୁ ଦୈନିକ କ୍ୟାଲସିୟମର ମାତ୍ରା ଆବଶ୍ୟକ ଅନୁଯାୟୀ ୪୯ ପ୍ରତିଶତ ମିଳିଥାଏ । ଜାଣନ୍ତୁ ଖରାଦିନେ ନିୟମିତ ଦହି ଖାଇଲେ କି କି ଲାଭ ମିଳିଥାଏ ।

Advertisement

ପେଟ ଜନିତ ଅନେକ ସମସ୍ୟା ଦୂର କରିଥାଏ । ଏହାସହ କୋଷ୍ଠକାଠିନ୍ୟ, ବଦହଜମି, ପେଟରେ ଜଳାପୋଡା ଅନୁଭବ ହେବା ମଧ୍ୟ ଦୂର ହୋଇଥାଏ । ଖରାଦିନେ ତ୍ୱଚା ପାଇଁ ଧ୍ୟାନ ଦେବା ମଧ୍ୟ ଆବଶ୍ୟକ । ତେଣୁ ଏହି ସମୟରେ ଦହି ସେବନ କରିବା ଏକ ଉତ୍ତମ ବିକଳ୍ପ । ଦହି ଖାଇବା ସହ ଏହାକୁ ତ୍ୱଚାରେ ମଧ୍ୟ ଲଗାଇପାରିବେ ।

ଖରାର କୁପ୍ରଭାବରୁ ରକ୍ଷା ପାଇବା ପାଇଁ ଦହିର ଫେସପ୍ୟାକ ମଧ୍ୟ ବ୍ୟବହାର କରିପାରିବେ । ଏହା ମୁହଁର କୋଷିକାକୁ ସୁସ୍ଥ ରଖିବା ପାଇଁ ସହାୟକ ହୋଇଥାଏ । ମାନସିକ ଦୁଶ୍ଚିନ୍ତା ଓ ବ୍ୟତିବ୍ୟସ୍ତ ରହୁଥିବା ବ୍ୟକ୍ତି ବିଶେଷ ଦୈନିକ ନିଜ ଖାଦ୍ୟରେ ଦହି ସାମିଲ କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ଦହି ମସ୍ତିଷ୍କକୁ ଶାନ୍ତ କରିବାରେ ସହାୟକ ହୋଇଥାଏ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!