ଅମାନିଆ ଗାଡି ଚାଳକ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ, ୧ ଲକ୍ଷ ୧୫ ହଜାର ଟଙ୍କା ଜରିମାନା …

Creat A Revolution

କୋରାପୁଟ -: 

Advertisement
ମୋଟର ଯାନ ଆଇନ ପାଳନ ନକଲେ ଏଣିକି ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । କୋରାପୁଟ ଟାଉନ ଥାନା ପୋଲିସ୍ ପକ୍ଷରୁ ଅମାନିଆ ଗାଡି ଚାଳକ ବିରୁଦ୍ଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ମୋବାଇଲରେ କଥା ହୋଇ ଗାଡ଼ି ଚଲାଉଥିଲେ ଏଣିକି ହୋଇଯାଆନ୍ତୁ ସାବଧାନ! କୋରାପୁଟ ଟାଉନ ଥାନା ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଛି ଆକ୍ସନ । କୋରାପୁଟ ଟାଉନ ପୋଲିସ୍ ପକ୍ଷରୁ ଗତକାଲି ସନ୍ଧ୍ୟାରୁ ସହରର ବିଭିନ୍ନ ଛକରେ ଦୁଇଟି ମୋବାଇଲ ଟିମ୍ ଗାଡି ଯାଞ୍ଚ କରୁଛନ୍ତି । ୨୩ ଜଣ ଅମାନିଆ ଗାଡି ଚାଳକଙ୍କ ଠାରୁ ଆଦାୟ କରିଛି ୧ ଲକ୍ଷ ୧୫ ହଜାର ଟଙ୍କା । ଫୋନରେ କଥା ହୋଇ ବାଇକ୍ ଚଲାଉଥିବା ଚାଳକଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି ।

ଏହା ସହ ହେଲମେଟ ପିନ୍ଧୁନଥିବା ଓ ଡ୍ରାଇଭିଂ ଲାଇସେନସ ନଥାଇ ଗାଡି ଚଲାଉଥିବା ଚାଳକଙ୍କ ଉପରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ଏନେଇ କୋରାପୁଟ ଟାଉନ ଥାନା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି  । ଗତକାଲି ସହର ସାରା ବିଭିନ୍ନ ରାସ୍ତାରେ ପୋଲିସ୍ ପକ୍ଷରୁ ଧରପଗଡ କରାଯାଇଥିଲା। ରାସ୍ତାରେ ୨୩ ରୁ ଉର୍ଦ୍ଧ୍ବ ବାଇକ ଚାଳକ ମୋବାଇଲରେ କଥା ହୋଇ ଗାଡ଼ି ଚଳାଉଥିବା ଦେଖି ପୋଲିସ୍ ସେମାନଙ୍କୁ ପିଛା କରିଥିଲା। ପୋଲିସ୍ ପକ୍ଷରୁ ଗାଡ଼ି ଚାଳକ ଓ ଗାଡ଼ିକୁ ଥାନାକୁ ଆଣି ଜରିମାନା ଆଦାୟ କରାଯାଇଛି। ଥାନାରେ ୨୦ରୁ ଉର୍ଦ୍ଧ୍ବ ବାଇକ୍ ଅଟକ ଥିବା ବେଳେ ଗାଡ଼ି ପିଛା ୫ହଜାର ଟଙ୍କା କରି ଏକ ଲକ୍ଷ ୧୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଆଗକୁ ବିନା ହେଲମେଟ ଓ ଦୃତ ଗତିରେ ଗାଡ଼ିରେ ଗାଡ଼ି ଚାଳନା ଉପରେ ରୋକ୍ ଲଗାଇବାକୁ ଚେକିଂ ଜୋରଦାର କରାଯିବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights