କଟକ ନୂଆବଜାରସ୍ଥିତ କୁଷ୍ଠାଶ୍ରମରୁ ତରୁଲତା ନିଖୋଜ, ସନ୍ଦେହରେ ପରିଚାଳନା କର୍ତ୍ତୃପକ୍ଷ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ତେନ୍ତୁଳିପଦା ଗ୍ରାମର ତରୁଲତା ଦାସ (ବୟସ 66) ଦୀର୍ଘ ଦିନ ଧରି କୁଷ୍ଠ ରୋଗରେ ପୀଡିତା ଥିଲେ l ତାଙ୍କର ଶରୀରର ଅଙ୍ଗ ପ୍ରତେଙ୍ଗ ଘାଆ ଗୁଡିକ ପୂଜ ପାଣି ଦେବାରୁ ପୁଅ ତ୍ରିଲୋଚନ ଦାସ l ତରୁଲତାର ସ୍ୱାମୀ ଗୋବିନ୍ଦ ଦାସ ତାଙ୍କୁ ଚିକିତ୍ସାଲାଗ ମଣିଜଙ୍ଗା ମେଡିକାଲ ନେଇଥିଲେ l କିଛି ଦିନ ପରେ ଜଗତସିଂହପୁର ଡାକ୍ତରଙ୍କ ପରାମର୍ଶ କ୍ରମେ କଟକ ନୂଆବଜାରସ୍ଥିତ କୁଷ୍ଠା ଶ୍ରମକୁ ସ୍ଥାନାନ୍ତର କରାଯାଇଥିଲା l

Advertisement

କିଛି ଦିନ ପରେ ପରିବାର ସଦସ୍ୟ ନୂଆବଜ଼ାର ସ୍ଥିତ କୁଷ୍ଠ ଆଶ୍ରମ ରେ ମା ତରୁଲତା ର ସ୍ୱାସ୍ଥ୍ୟ ଅବସ୍ଥା ଦେଖିବାକୁ ଯାଇଥିଲେ l ହେଲେ କୁଷ୍ଠାଶ୍ରମ ରେ ପାଇନଥିଲେ l କୁଷ୍ଟାଶ୍ରମ କର୍ତ୍ତୃପକ୍ଷ ତରୁଲତା କୁଆଡେ ଚାଲି ଯାଇଛନ୍ତି ବୋଲି ପରିବାର ବର୍ଗକୁ କହିଥିଲେ l ତରୁଲତା କୁଷ୍ଠଶ୍ରମରୁ କେଉଁଆଡେ ଗଲେ ତାର ସଠିକ ଖବର କର୍ତ୍ତୃପକ୍ଷ ଙ୍କୁ ଜଣାନାହିଁ l ତରୁଲତା ଭଲରେ ଚାଲି ପାରନ୍ତି ନାହିଁ l କୁଷ୍ଠଶ୍ରମରେ ତରୁଲତାଙ୍କୁ ଆଡମିଟ ସମୟରେ ପୁଅ ତ୍ରିଲୋଚନ ଆଧାର କାର୍ଡ ସହିତ ନିଜ ଯୋଗାଯୋଗ ନମ୍ବର 8117958991 ଦେଇ ଆସିଥିଲେ l ହେଲେ ତରୁଲତା କେତେ ଦିନ ହେବ କେଉଁ ଆଡ଼େ ଚାଲିଗଲା ଆଶ୍ରମ କର୍ତ୍ତୃପକ୍ଷଙ୍କ ତରଫରୁ ଘର ଲୋକଙ୍କୁକୌଣସି କଥା ଅବଗତ କରାଯାଇନାହିଁ l ତେବେ ତରୁଲତା ନିଖୋଜ ପଛରେ ରହସ୍ୟ କଣ ହୋଇପାରେ ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି |

Advertisement

Leave a Reply

Your email address will not be published. Required fields are marked *