ଅମାନିଆ ଗାଡି ଚାଳକ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ, ୧ ଲକ୍ଷ ୧୫ ହଜାର ଟଙ୍କା ଜରିମାନା …

କୋରାପୁଟ -: ମୋଟର ଯାନ ଆଇନ ପାଳନ ନକଲେ ଏଣିକି ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । କୋରାପୁଟ ଟାଉନ ଥାନା ପୋଲିସ୍ ପକ୍ଷରୁ ଅମାନିଆ ଗାଡି ଚାଳକ ବିରୁଦ୍ଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ମୋବାଇଲରେ କଥା ହୋଇ ଗାଡ଼ି ଚଲାଉଥିଲେ ଏଣିକି ହୋଇଯାଆନ୍ତୁ ସାବଧାନ! କୋରାପୁଟ ଟାଉନ ଥାନା ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଛି ଆକ୍ସନ । କୋରାପୁଟ ଟାଉନ ପୋଲିସ୍ ପକ୍ଷରୁ ଗତକାଲି ସନ୍ଧ୍ୟାରୁ ସହରର ବିଭିନ୍ନ ଛକରେ ଦୁଇଟି ମୋବାଇଲ ଟିମ୍ ଗାଡି ଯାଞ୍ଚ କରୁଛନ୍ତି । ୨୩ ଜଣ ଅମାନିଆ ଗାଡି ଚାଳକଙ୍କ ଠାରୁ ଆଦାୟ କରିଛି ୧ ଲକ୍ଷ ୧୫ ହଜାର ଟଙ୍କା । ଫୋନରେ କଥା ହୋଇ ବାଇକ୍ ଚଲାଉଥିବା ଚାଳକଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି ।

Advertisement

ଏହା ସହ ହେଲମେଟ ପିନ୍ଧୁନଥିବା ଓ ଡ୍ରାଇଭିଂ ଲାଇସେନସ ନଥାଇ ଗାଡି ଚଲାଉଥିବା ଚାଳକଙ୍କ ଉପରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ଏନେଇ କୋରାପୁଟ ଟାଉନ ଥାନା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି  । ଗତକାଲି ସହର ସାରା ବିଭିନ୍ନ ରାସ୍ତାରେ ପୋଲିସ୍ ପକ୍ଷରୁ ଧରପଗଡ କରାଯାଇଥିଲା। ରାସ୍ତାରେ ୨୩ ରୁ ଉର୍ଦ୍ଧ୍ବ ବାଇକ ଚାଳକ ମୋବାଇଲରେ କଥା ହୋଇ ଗାଡ଼ି ଚଳାଉଥିବା ଦେଖି ପୋଲିସ୍ ସେମାନଙ୍କୁ ପିଛା କରିଥିଲା। ପୋଲିସ୍ ପକ୍ଷରୁ ଗାଡ଼ି ଚାଳକ ଓ ଗାଡ଼ିକୁ ଥାନାକୁ ଆଣି ଜରିମାନା ଆଦାୟ କରାଯାଇଛି। ଥାନାରେ ୨୦ରୁ ଉର୍ଦ୍ଧ୍ବ ବାଇକ୍ ଅଟକ ଥିବା ବେଳେ ଗାଡ଼ି ପିଛା ୫ହଜାର ଟଙ୍କା କରି ଏକ ଲକ୍ଷ ୧୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଆଗକୁ ବିନା ହେଲମେଟ ଓ ଦୃତ ଗତିରେ ଗାଡ଼ିରେ ଗାଡ଼ି ଚାଳନା ଉପରେ ରୋକ୍ ଲଗାଇବାକୁ ଚେକିଂ ଜୋରଦାର କରାଯିବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି।

Advertisement

Leave a Reply

Your email address will not be published. Required fields are marked *

error: Content is protected !!