କରଞ୍ଜିଆ -: ବନ୍ଧୁକ ଦେଖାଇ ଟଙ୍କା ଲୁଟ ଘଟଣାରେ ଯଶିପୁର ବିଧାୟକଙ୍କ ଗାଡି ଡାଇଭର ସହିତ ୬ ଗିରଫ । ସୂଚନା ମୁତାବକ, ଗତ ଏପ୍ରିଲ ୧୪ ତାରିଖରେ ୪୯ ନମ୍ବର ଜାତୀୟ ରାଜପଥ ମୂର୍ଗାପାଟ ପେଟ୍ରୋଲ ପମ୍ପ ନିକଟରୁ ଜୈନେକ ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ମୁନରେ ୩୦ହଜାର ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ। ଏହି ଘଟଣାରେ ସମ୍ପୃକ୍ତ ୬ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କରଞ୍ଜିଆ ପୋଲିସ । ଗିରଫ ଅଭିଯୁକ୍ତ ମାନେ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗରେ ସାମିଲ ଥିବାବେଳେ ବିଭିନ୍ନ ଜାଗାରୁ ଲୁଟ ମଧ୍ୟ କରିଥିବା ପୋଲିସ ସୂଚନା ଦେଇଛି ।
ସେହିପରି ଜଣେ ଅଭିଯୁକ୍ତ ଯଶିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଡ୍ରାଇଭର ଭାବେ କିଛି ଦିନ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଗତ ଏପ୍ରିଲ ୧୪ ତାରିଖରେ ଲୁଟ ଘଟଣାରେ ତାର ସମ୍ପୃକ୍ତି ଥିଲା । ଅନ୍ଯପଟେ ଗତ ୧୦ ତାରିଖ ଦିନ ୬ଜଣ ଡକାୟତ ସିଙ୍ଗଡା ଜଙ୍ଗଲ ନିକଟରେ ଲୁଟପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ଚଢ଼ାଉ କରି ସେଠାରୁ ମାତ୍ର ୩ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।ଅନ୍ୟ ତିନି ଜଣ ସେଠାରୁ ଖସି ପଳାଇ ଯାଇଥିବାବେଳେ କରଞ୍ଜିଆ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା ।