ଏହି ୩ଟି ଚାଣକ୍ୟ ବାଣୀ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ, ନହେଲେ ଧନୀ ବି ହୋଇଯିବେ କାଙ୍ଗାଳ

ଚାଣକ୍ୟ ଏପରି କିଛି କଥା କହିଛନ୍ତି ଯାହାକୁ ଜୀବନରେ ପ୍ରୟୋଗ କଲେ ମନୁଷ୍ୟ କେବେ ବି ଅସୁବିଧାରେ ପଡ଼ିବ ନାହିଁ । ଅର୍ଥ ବ୍ୟକ୍ତିର ଆବଶ୍ୟକତା ପାଇଁ ବଡ଼ ହୋଇପାରେ । ହେଲେ ଏମିତି ୩ ଟି ଜିନିଷ ବିଷୟରେ ଚାଣକ୍ୟ କହିଛନ୍ତି, ଯାହା ଅର୍ଥ ନିକଟରେ ବହୁତ ବଡ଼ । ଅର୍ଥ ଚାହିଁଲେ ପୁଣି ଥରେ ରୋଜଗାର କରିପାରିବେ,ହେଲେ ଏହାକୁ ପୁଣି ଥରେ ପାଇ ପାରିବେ ନାହିଁ । ଆସନ୍ତୁ ଜାଣିବା କ’ଣ ସେହି ୩ ଜିନିଷ ।

Advertisement

ଏହି ୩ ଟି ଜିନିଷ ଆପଣଙ୍କୁ ବନାଇ ଥାଏ କାଙ୍ଗାଳରୁ କୋଟିପତି

ପ୍ରେମ –

ଅର୍ଥ ଓ ପ୍ରେମ ଏହି ଦୁଇଟି ଜିନିଷ ମନୁଷ୍ୟ ଜୀବନରେ ଏକ ପ୍ରଧାନ ଆବଶ୍ୟକତା । କେହି ନିଜର ପରିବାରକୁ ଛାଡ଼ି ପଇସାକୁ ପ୍ରେମ କରିଥାଏ । ଅର୍ଥାତ ପରିବାରକୁ ଛାଡି ଅର୍ଥ ପଛରେ ଦୌଡିଥାଏ । କୁହାଯାଏ ପ୍ରେମ ଆଗରେ ଦୁନିଆ ସାରା ଧନ କମ ପଡ଼ିଥାଏ । ଚାଣକ୍ୟଙ୍କ କହିବା ଅନୁସାରେ ପଇସାରେ ପ୍ରେମ କିଣା ଯାଇ ନପାରେ । ସମ୍ପର୍କକୁ ସଜାଡି ରଖିବାକୁ ଚାହୁଁଛନ୍ତି ତ ଏହା ଭିତରେ ଅର୍ଥକୁ ପ୍ରବେଶ କରାନ୍ତୁ ନାହିଁ । ସମ୍ପର୍କ ଆଗରେ ପଇସାର କିଛି ମୂଲ୍ୟ ନାହିଁ । କେହି କେତେ ବି ଧନବାନ ହେଉ ନା କାହିଁକି, ଯଦି ଆପଣଙ୍କୁ କେହି ପ୍ରେମ ନକରନ୍ତି, କିମ୍ବା ଆପଣଙ୍କ ସହ କେହି ସମ୍ପର୍କ ନ ରଖନ୍ତି ତ ଆପଣଙ୍କ ଠାରୁ ଗରୀବ କେହି ନାହିଁ ।

ଧର୍ମ

ସର୍ବଦା ଧର୍ମର ଧନକୁ ଉପରେ ରଖିବା ଦରକାର । ମନୁଷ୍ୟକୁ ଠିକ୍‌ ଭୁଲ୍‌ର ପରିଚୟ କରବା ବାଲା ହିଁ ଧର୍ମ । ଚାଣକ୍ୟଙ୍କ ଅନୁଯାୟୀ, ଯଦି ଧନ କମାଇବା ଚକ୍କରରେ ଧର୍ମକୁ ତ୍ୟାଗ କରିଦେବ ତ ଏମିତି ଲୋକଙ୍କ ପ୍ରତିଷ୍ଠା ସମାଜରେ ତଳକୁ ତଳକୁ ଚାଲିଯିବ । ବ୍ୟକ୍ତି ଶୀଘ୍ର ଖରାପ ରାସ୍ତାରେ ଚାଲିବାକୁ ଲାଗିଥାଏ । ଲୋକଙ୍କ ଘୃଣାର ଶିକାର ବନିଯାଇଥାଏ ।

ସ୍ୱାଭିମାନ

ସ୍ୱାଭିମାନ ଦ୍ୱାରା ନିଜର ବ୍ୟକ୍ତିତ୍ୱର ପରିଚୟ ହୋଇଥାଏ । ବ୍ୟକ୍ତି ଧନକୁ ନିଜର ପରିଶ୍ରମ ଦ୍ୱାରା ପୁଣି ଥରେ କମାଇ ପାରେ । ହେଲେ ଆତ୍ମ ସମ୍ମାନ ଚାଲିଯାଏ ତ ପୁଣି ଥରେ ଫେରି ପାଇବା ବହୁତ କଷ୍ଟକର । ସ୍ୱାଭିମାନ ପାଇଁ ପଇସାକୁ ତ୍ୟାଗ କରିବାକୁ ପଡେ ତ କେବେ ପଛକୁ ହଟନ୍ତୁ ନାହିଁ । ଏହାଦ୍ୱାରା ଆପଣ ଜଣେ ଭଲ ବ୍ୟକ୍ତିତ୍ୱ ବୋଲି ପରିଚାୟକ ହେବେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!