ଖୁବଶୀଘ୍ର ଭାରତରେ ଶସ୍ତାରେ ସମସ୍ତେ ପାଇବେ ୫ଜି(5G) ସେବା …

Creat A Revolution

ନୂଆଦିଲ୍ଲୀ -: ଚଳିତ ବର୍ଷ ଅଗଷ୍ଟ-ସେପ୍ଟେମ୍ବର ସୁଦ୍ଧା  ୫-ଜି ନେଟଓ୍ବାର୍କ ସ୍ଥାପନ କାର୍ଯ୍ୟ ଆରମ୍ଭ ହେବ ଓ ବର୍ଷ ଶେଷସୁଦ୍ଧା ଦେଶର ୨୦-୨୫ଟି ସହରରେ ୫-ଜି ସେବା ଆରମ୍ଭ ହେବ  ବୋଲି କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି । ଟିଭି-୯ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି ଯେ, ବିଶ୍ବର ଅନ୍ୟ ଦେଶ ତୁଳନାରେ ଭାରତରେ ଗ୍ରାହକମାନେ ଅପେକ୍ଷାକୃତ ଶସ୍ତାରେ ୫-ଜି ସେବା ପାଇପାରିବେ । ଭାରତରେ ଡାଟା ମୂଲ୍ୟ ସମଗ୍ର ବିଶ୍ବରେ ସର୍ବନିମ୍ନ ।

Advertisement

ବିଶ୍ବରେ ଡାଟା ମୂଲ୍ୟ ହାରାହାରି ୨୫ ଡଲାର ଥିବାବେଳେ ଭାରତରେ ତାହା ମାତ୍ର ୨ ଡଲାର ରହିଛି । ୫-ଜି ସେବା କ୍ଷେତ୍ରରେ ବି ଏହି ଶସ୍ତା ଦର ଲାଗୁ ରହିବ । ସେ କହିଛନ୍ତି ଯେ ଭାରତ ସ୍ବଦେଶୀ ଜ୍ଞାନକୌଶଳରେ ୫-ଜି ଟେକନଲୋଜୀ ଓ ଉପକରଣର ବିକାଶ କରିଛି । ଭାରତର ଏହି ଟେକନଲୋଜୀକୁ ବ୍ୟବହାର କରିବାକୁ ବିଶ୍ବର ଅନ୍ୟ କେତେକ ଦେଶ ଆଗ୍ରହ ପ୍ରକାଶ କରିଛନ୍ତି ।ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ କେନ୍ଦ୍ର କ୍ୟାବିନେଟ୍ ଦେଶରେ ୫-ଜି ସ୍ପେକ୍ଟ୍ରମ ନିଲାମକୁ ସବୁଜ ସଂକେତ ଦେଇଥିଲା । ଏହି ସ୍ପେକ୍ଟ୍ରମ୍ ୨୦ ବର୍ଷ ଅବଧି ପାଇଁ ଦିଆଯିବ। ପ୍ରାଇଭେଟ୍ କ୍ୟାପ୍‌ଟିଭ୍ ନେଟ୍‌ୱର୍କ ପାଇଁ ମଧ୍ୟ ସ୍ପେକ୍ଟ୍ରମ୍ ନିଲାମ କରାଯିବ। ଜୁଲାଇ ମାସ ଶେଷ ସୁଦ୍ଧା ୭୨୦୯୭.୮୫ ମେଗାହର୍ଜ ସ୍ପେକ୍ଟ୍ରମ୍ ନିଲାମ ପାଇଁ ଉପଲବ୍ଧ କରାଯିବ ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights