Creat A Revolution
ଖଜା ପାଇଁ ଆବଶ୍ୟକ ସାମଗ୍ରୀ -:
ମଇଦା, ଚାଉଳ ଗୁଣ୍ଡ, ଗୁଜରାତି ଗୁଣ୍ଡ, ଗୁଆଘିଅ, ଚିନି, ତେଲ
ପ୍ରସ୍ତୁତି ପ୍ରଣାଳୀ -:
- –ପ୍ରଥମେ କିଛି ମଇଦାକୁ ଏକ ପାତ୍ରରେ ନିଅନ୍ତୁ। ସେଥିରେ ଅଳ୍ପ ଗୁଆ ଘିଅ ପକାଇ ଖାସ୍ତା ପାଇଁ ଭଲ ଭାବେ ଗୋଳାଇ ଦିଅନ୍ତୁ।
- -ଏହାପରେ ତାକୁ ପାଣି ପକାଇ ଚକଟି କିଛି ସମୟ ରଖି ଦିଅନ୍ତୁ। ପରେ ଚାଉଳଗୁଣ୍ଡରେ କିଛି ଗୁଆ ଘିଅ ପକାଇ ଲେୟାର ପ୍ରସ୍ତୁତ କରନ୍ତୁ।
- -ଏହାପରେ ଚକଟି ରଖିଥିବା ମଇଦାକୁ ରୁଟି ଆକାରେ ବେଲି ଦିଅନ୍ତୁ। ଏପରି ୫ଟି ରୁଟି ବେଲି ରଖନ୍ତୁ।
- -ଏହାପରେ ରୁଟି ଉପରେ ଲେୟାର ଦେଇ ଗୋଟାଏ ଉପରେ ଗୋଟାଏ ରୁଟି ରଖନ୍ତୁ। ତା’ ପରେ ରୋଲ ଆକାରରେ ଗୋଡ଼ାଇ ଦିଅନ୍ତୁ।ଯେପରି ଏହା ନ ଖୋଲେ।
- -ଏହା ପରେ ରୋଲ ଆକାର ଥିବା ମଇଦାଟି ଗୋଟେ ଗୋଟେ ଇଞ୍ଚ ଅନୁପାତରେ କାଟି ଦିଅନ୍ତୁ।
- -ଏହାପରେ ଏହାକୁ ଖଜା ଆକାରରେ ହାଲକା ଭାବେ ବେଲନ୍ତୁ।
- -ଏହା ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ଏହାକୁ ହାଲକା ଫ୍ରେମରେ ଛାଣନ୍ତୁ। ଏହା ନାଲି ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
- -ଏହାପରେ ଏକ ପାତ୍ରରେ ପାଣି ଗରମ କରନ୍ତୁ। ସେଥିରେ ଚିନି ଓ ଗୁଜରାତି ଗୁଣ୍ଡ ପକାଇ ଶିରା ପ୍ରସ୍ତୁତ କରନ୍ତୁ।
- – ଏହି ଶିରାରେ ଛଣା ହୋଇଥିବା ଖଜାକୁ ପକାନ୍ତୁ। କିଛି ସମୟ ପରେ ତାକୁ ଉଠାଇ ଦିଅନ୍ତୁ।
- ଏବେ ପ୍ରସ୍ତୁତ ହୋଇଗଲା ‘ପୁରୀ ଖଜା’ । ମିଠାର ଏହି ସୁଆଦିଆ ରେସିପି ବନେଇ ଆପଣ ଭଗବାନଙ୍କ ନିକଟରେ ଭୋଗ ଲାଗାନ୍ତୁ ।
Advertisement
Discover more from bnslive.in
Subscribe to get the latest posts sent to your email.