ରଥଯାତ୍ରା ସ୍ପେଶାଲ୍‌, ଘରେ ତିଆରି କରନ୍ତୁ ସ୍ୱାଦିଷ୍ଟ’ପୁରୀ ଖଜା’ …

ଖଜା ପାଇଁ ଆବଶ୍ୟକ ସାମଗ୍ରୀ -:
ମଇଦା, ଚାଉଳ ଗୁଣ୍ଡ, ଗୁଜରାତି ଗୁଣ୍ଡ, ଗୁଆଘିଅ, ଚିନି, ତେଲ

Advertisement


ପ୍ରସ୍ତୁତି ପ୍ରଣାଳୀ -:

  • ପ୍ରଥମେ କିଛି ମଇଦାକୁ ଏକ ପାତ୍ରରେ ନିଅନ୍ତୁ। ସେଥିରେ ଅଳ୍ପ ଗୁଆ ଘିଅ ପକାଇ ଖାସ୍ତା ପାଇଁ ଭଲ ଭାବେ ଗୋଳାଇ ଦିଅନ୍ତୁ। 
  • -ଏହାପରେ ତାକୁ ପାଣି ପକାଇ ଚକଟି କିଛି ସମୟ ରଖି ଦିଅନ୍ତୁ। ପରେ ଚାଉଳଗୁଣ୍ଡରେ କିଛି ଗୁଆ ଘିଅ ପକାଇ ଲେୟାର ପ୍ରସ୍ତୁତ କରନ୍ତୁ।
  • -ଏହାପରେ ଚକଟି ରଖିଥିବା ମଇଦାକୁ ରୁଟି ଆକାରେ ବେଲି ଦିଅନ୍ତୁ। ଏପରି ୫ଟି ରୁଟି ବେଲି ରଖନ୍ତୁ। 
  • -ଏହାପରେ ରୁଟି ଉପରେ ଲେୟାର ଦେଇ ଗୋଟାଏ ଉପରେ  ଗୋଟାଏ ରୁଟି ରଖନ୍ତୁ। ତା’ ପରେ  ରୋଲ ଆକାରରେ ଗୋଡ଼ାଇ ଦିଅନ୍ତୁ।ଯେପରି ଏହା ନ ଖୋଲେ।
  • -ଏହା ପରେ ରୋଲ ଆକାର ଥିବା ମଇଦାଟି ଗୋଟେ ଗୋଟେ ଇଞ୍ଚ  ଅନୁପାତରେ କାଟି ଦିଅନ୍ତୁ। 
  • -ଏହାପରେ ଏହାକୁ  ଖଜା ଆକାରରେ ହାଲକା ଭାବେ ବେଲନ୍ତୁ। 
  • -ଏହା ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ଏହାକୁ ହାଲକା ଫ୍ରେମରେ ଛାଣନ୍ତୁ। ଏହା ନାଲି ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
  • -ଏହାପରେ ଏକ ପାତ୍ରରେ ପାଣି  ଗରମ କରନ୍ତୁ। ସେଥିରେ ଚିନି  ଓ ଗୁଜରାତି ଗୁଣ୍ଡ ପକାଇ ଶିରା ପ୍ରସ୍ତୁତ କରନ୍ତୁ।
  • – ଏହି ଶିରାରେ ଛଣା ହୋଇଥିବା ଖଜାକୁ ପକାନ୍ତୁ।  କିଛି ସମୟ ପରେ ତାକୁ ଉଠାଇ ଦିଅନ୍ତୁ।
  • ଏବେ ପ୍ରସ୍ତୁତ ହୋଇଗଲା ‘ପୁରୀ ଖଜା’ । ମିଠାର ଏହି ସୁଆଦିଆ ରେସିପି ବନେଇ ଆପଣ ଭଗବାନଙ୍କ ନିକଟରେ ଭୋଗ ଲାଗାନ୍ତୁ । 
Advertisement

Leave a Reply

Your email address will not be published. Required fields are marked *

error: Content is protected !!