ଘରେ ବନାନ୍ତୁ ‘ଅଣ୍ଡା ମସଲା ଫ୍ରାଏ’, ଫାଇଭ ଷ୍ଟାର ହୋଟେଲର ସ୍ୱାଦ ଆପଣଙ୍କ ପାଖରେ : କେମିତି ବନାଇବେ ଆସନ୍ତୁ ଜାଣିବା

ଅଧିକାଂଶ କ୍ଷେତ୍ରରେ ଦେଖାଯାଏ ଲୋକମାନେ ଅଣ୍ଡାକୁ ବ୍ରେକଫାଷ୍ଟରେ ଖାଇବାକୁ ପସନ୍ଦ କରନ୍ତି  । ଆଉ ଏହି କାରଣରୁ ସିଝା ଅଣ୍ଡା, ଅଣ୍ଡା ଆମଲେଟ କିମ୍ବା ଅଣ୍ଡା ଭୁଜିଆ ଆକାରରେ ଖାଇଥାନ୍ତି  । ଅଣ୍ଡାକୁ ତରକାରୀ କରି ଖାଉଥିବାର ଖୁବ କମ ଦେଖାଯାଏ  । ଆଜି ଆମେ ଆପଣଙ୍କ ପାଇଁ ଏକ ନୂଆ ତରିକାରେ ଅଣ୍ଡା ତରକାରୀର ରେସିପି ନେଇ ଆସିଛୁ  । ଯାହାକୁ ଥରେ ଖାଇଲେ ଆପଣଙ୍କ ମନ ବୁଝିବ ନାହିଁ  । ବାରମ୍ବାର ପ୍ରସ୍ତୁତ କରି ଖାଇବାକୁ ଇଚ୍ଛା ହେବ  । ତେବେ ଏଥିପାଇଁ ବ୍ୟବହାର ହେଉଥିବା ସାମଗ୍ରୀ ବିଷୟରେ ଲେଖି ରଖନ୍ତୁ  ।

Advertisement

ଆବଶ୍ୟକୀୟ ସାମଗ୍ରୀ

Dhaba Style Egg Curry - The flavours of kitchen

ଅଣ୍ଡା- ୬ ଟା

ପିଆଜ- ୩ ଟା

– ଗୋଟେ ରସୁଣ

– ଗୋଟେ ଚାମଚ ଲଙ୍କା ଗୁଣ୍ଡ

– ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ

– ଗୋଟେ ଚାମଚ ଗରମ ମସଲା ଗୁଣ୍ଡ

– ଗୋଟେ ଚାମଚ ଧନିଆ ପାଉଡର

– ଲୁଣ ସ୍ୱାଦ ଅନୁସାରେ

– ୨ ବଡ ଚାମଚ ସୋରିଷ ତେଲ

– ପାଣି

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଗୋଟେ ପାତ୍ରରେ ପାଣି ଗରମ କରି ଗ୍ୟାସରେ ଚଢନ୍ତୁ  । ଏଥିରେ ଅଣ୍ଡା ଗୁଡିକ ଦେଇ ସିଝାଇ ନିଅନ୍ତୁ  । ୧୦ ମିନିଟ ଭିତରେ ଅଣ୍ଡା ସିଝିଯିବ  । ଥଣ୍ଡା କରି ଚୋପା ଛଡାଇ ଦିଅନ୍ତୁ  । ଏବେ ଏକ ପ୍ୟାନରେ ତେଲ ଦିଅନ୍ତୁ  । ତେଲ ଗରମ ହୋଇଆସିଲେ ଅଣ୍ଡା ଗୁଡିକୁ ସୁନେଲି ରଙ୍ଗର ହେବା ଯାଏଁ ଭାଜନ୍ତୁ  । ଏବେ ପିଆଜ ଓ ରସୁଣକୁ ପେଷ୍ଟ କରି ଦିଅନ୍ତୁ  । ଏବେ ସମସ୍ତ ମସଲା ଯେମିତିକି ହଳଦୀ ଗୁଣ୍ଡ, ଗରମ ମସଲା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଆଦିକୁ ଏକ ପାତ୍ରରେ ରଖି ଦିଅନ୍ତୁ  । ଏହି ମସଲାରେ ପିଆଜ ଓ ରସୁଣ ପେଷ୍ଟ ଦେଇ ଭଲ ଭାବରେ ମିଶାଇ ଦିଅନ୍ତୁ  । ପ୍ୟାନକୁ ପୁଣି ଥରେ ଗ୍ୟାସ ଉପରେ ରଖନ୍ତୁ  । ଏଥିରେ ବଳକା ତେଲ ଦେଇ ଗରମ କରନ୍ତୁ  । ପିଆଜ ଓ ରସୁଣ ପେଷ୍ଟ ଦେଇ କଷି ଦିଅନ୍ତୁ  । ମସଲା ସୁନେଲି ରଙ୍ଗର ହୋଇଆସିଲେ ମସଲାରୁ ତେଲ ଛାଡିବାକୁ ଲାଗିଲେ ଏଥିରେ ଅଣ୍ଡା ଗୁଡିକୁ ଦେଇଦିଅନ୍ତୁ  । ଗ୍ରେଭି ବନେଇବା ପାଇଁ ଗୋଟେ ଗ୍ଲାସ ପାଣି ଦିଅନ୍ତୁ  । ଢାଙ୍କି ଦେଇ ୧୦ ମିନିଟ ଛାଡି ଦିଅନ୍ତୁ  । ଆଞ୍ଚ ବନ୍ଦ କରି ଦିଅନ୍ତୁ  । ଫୁଟି ଆସିଲେ ଏଥିରେ ଲଙ୍କା, ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ  ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!