ସାଲେପୁରରେ ଚାଞ୍ଚଲ୍ୟ, ମହାନଦୀକୁ ଡେଇଁ ଆତ୍ମହତ୍ୟା ! କାରଣ ଅସ୍ପଷ୍ଟ

Creat A Revolution


ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଆଜି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ବ୍ଲକ ଅଞ୍ଚଳରେ ।କଟକ ଜିଲ୍ଲା ସାଲେପୁର ସାତବାଟିଆ ଠାରେ ମହାନଦୀକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ଏବେ ନିଖୋଜ ଯୁବକଙ୍କୁ ଅଗ୍ନିଶମ ବିଭାଗ ଖୋଜା ଖୋଜି କରୁଛି । ଯାହା ଅନୁମାନ କରାଯାଉଛି ଆଜି ଭୋରୁ ଯୁବକ ଜଣକ ସାତବାଟିଆ ନଦୀ ବନ୍ଧରେ ସାଇକେଲ ଚପଲ ରଖି ନଦୀକୁ ଡେଇଁ ପଡିଛନ୍ତି ।

Advertisement

ତେବେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଜଣଙ୍କ ବୟସ ୨୫ ବର୍ଷ ହେବ ,ତାଙ୍କ ନାଁ ସ୍ମୃତି ରଞ୍ଜନ ରଥ ଓ ଘର ମଧ୍ୟକଛ ଗ୍ରାମରେ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି । ଅଗ୍ନିଶମ ବିଭାଗ ଟିମର ଖୋଜା ଖୋଜି କରୁଥିବା ବେଳେ ଏପର୍ଯ୍ୟନ୍ତ ଯୁବକଙ୍କ ସନ୍ଧାନ ମିଳି ପାରିନାହିଁ । ଅନ୍ୟପଟେ ଆତ୍ମତ୍ୟାର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚାଲୁ ରଖିଛି ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights