ନୂତନ ପେନସନ ଯୋଜନା ବନାମ ପୁରୁଣା ପେନସନ ଯୋଜନା


ବରଗଡ଼(ନିରଞ୍ଜନ ତ୍ରିପାଠୀ)- : ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଏନପିଏସ ଶିକ୍ଷକ ସଂଘର ଏକ ବୈଠକ ଡୋଲାମଣୀ ମାହାରଙ୍କ ସଭାପତିତ୍ବରେ ଟି.ଓ.ଇ.ପି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ମହାଦେବ ବେହେରା, ସମ୍ମାନିତ ଅତିଥି ରୂପେ ପଦ୍ମପୁର ବ୍ଲକ ସଭାପତି ରଘୁନାଥ ପୁରୀ ଯୋଗଦେଇ ନୂତନ ପେନସନ ଯୋଜନା ବନାମ ପୁରୁଣା ପେନସନ ଯୋଜନା ଉପରେ ଆଲୋଚନା କରିଥିଲେ ।

Advertisement

ପୁରୁଣା ପେନସନ ଲାଗୁକରିବାପାଇଁ ବୈଠକରେ ଦାବୀ କରାଯାଇଥିଲା ।ସମସ୍ତ ବିଭାଗର ନୂତନ ପେନସନ କର୍ମଚାରୀ ମାନଙ୍କୁ ସାମିଲ କରିବାକୁ ପ୍ରସ୍ତାବ ଗୃହୀତ କରାଯାଇଛି । ସର୍ବସମ୍ମତିକ୍ରମେ ଡୋଲାମଣୀ ମାହାର ଙ୍କୁ ନୂତନ ପେନସନ ସଂଘ ର ପାଇକମାଳ ବ୍ଳକ ର ସଭାପତି ଭାବରେ ମନୋନୀତ କରାଯିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ କ୍ଳଷ୍ଟରରୁ ଜଣେ ପ୍ରତିନିଧି ମନୋନୀତ କରାଯାଇଛି । ଆଲୋଚନା ସମୟରେ ସର୍ବଶ୍ରୀ:-ପ୍ରଦୀପ ସାହୁ, ସୁଶାନ୍ତ ସାହୁ, ଚିତ୍ର ବିଶ୍ୱାଳ, ହୃଷିକେଶ ବାଗ, ଲମ୍ବୋଦର ଦାଶ,ବାବୁଲାଲ ଧରୁଆ,ସଚିତାନନ୍ଦ ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରି ନିଜସ୍ୱ ମତ ପ୍ରତିପାଦିତ କରିଥିଲେ । ଶେଷରେ ସୁଶାନ୍ତ କୁମାର ସେଠ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!