ବଜ୍ରାଘାତରେ ଯୁବକ ମୃତ

ବରଗଡ଼( ଆଶୁତୋଷ ପାଣିଗ୍ରାହୀ ) -: ବରଗଡ଼ ଜିଲ୍ଲା ପଦ୍ମପୁର ସବ୍ ଡିଭିଜନର ପଳସାପାଳି ପଞ୍ଚାୟତର ଘନାମାଳ ଗାଁ ରେ ଆଜି ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । କ୍ଷେତରେ ଚାଷ କାମ କରୁଥିବା ସମୟରେ ଗୋଟିଏ ପରିବାରର ତିନି ଜଣଙ୍କୁ ବଜ୍ରାଘାତ ହୋଇଥିଲା । ଘଟଣା ସ୍ଥଳରେ ସାନପୁଅ ବାଳୀ ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା । ପିତା ଗୈାର ପ୍ରଧାନ ଓ ବଡ଼ ପୁଅ ସୁଗ୍ରୀବ ପ୍ରଧାନଙ୍କୁ ପ୍ରଥମେ ପଦ୍ମପୁର ଚିକିତ୍ସାଳୟକୁ ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଛି । ଘନାମାଳ ଗାଁ ରେ ଶୋକର ଛାୟା ଖେଳିଯାଇଛି ।

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!