କଟକରେ ନକଲି ଔଷଧ କାରବାର ଘଟଣା: ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ

କଟକ -: କଟକରେ ନକଲି ଔଷଧ କାରବାର ଘଟଣାରେ ବଢ଼ିଲା ଗିରଫଦାରୀ ସଂଖ୍ୟା । ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଶିବ କୁମାର କୟାଲ ଓ ମହେନ୍ଦ୍ର କୁମାର ମୋଦିଙ୍କୁ ଗିରଫ କରିଛି ପୁରିଘାଟ ଥାନା ପୋଲିସ । ଏହା ସହିତ ମୋଟ ଗିରଫଦାରୀ ସଂଖ୍ୟା ୬ରେ ପହଞ୍ଚିଛି । ଉଭୟ ଅଭିଯୁକ୍ତ କଟକର ମେଡିସିନ ଷ୍ଟକିଷ୍ଟ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି । ନିମଚଉଡି ଓ ନୟାସଡ଼କ ଅଞ୍ଚଳରେ ଅଭିଯୁକ୍ତଙ୍କର ମେଡିସିନ ଫାର୍ମ ରହିଛି ।

Advertisement

ଏମାନଙ୍କ ମେଡିସିନ ଫାର୍ମରୁ ଆଠ ହଜାରରୁ ଅଧିକ ଟାବଲେଟ ଜବତ କରାଯାଇଥିବା ସୂଚନା ମିଳିଛି । ଗିରଫ ଦୁଇ ଅଭିଯୁକ୍ତ ନିଜ କମ୍ପାନୀର ଅନୁମୋଦିତ ସି ଆଣ୍ଡ ଏଫ ଠାରୁ ନ ଆଣି ଅଧିକ ଲାଭ ପାଇଁ ବିହାରର ଏକ ଡିଲର ଠାରୁ ନକଲି ଔଷଧ ଆଣି ବ୍ୟବସାୟ କରୁଥିଲେ ବୋଲି କଟକ ଡିସିପି କହିଛନ୍ତି । ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଧାରା ୪୨୦,୩୩୬,୩୨୬,୪୮୬ ଓ ୩୪ ଆଇ ପି ସି ଅନୁଯାୟୀ ମାମଲା ରୁଜୁ କରିଛି ପୋଲିସ । ସେମାନଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରା ଉଚରା କରିବା ପାଇଁ ଯୋଜନା କରୁଛି ପୋଲିସ । ନକଲି ଔଷଧ କାରବାରକୁ ନେଇ ଗତ ସେପ୍ଟେମ୍ବର ୨୩ରେ ପୁରୀଘାଟ ଥାନାରେ ଦୁଇଟି ମାମଲା ରୁକୁ ହୋଇଥିଲା। ଘଟଣାର ତଦନ୍ତ କରି ପୂର୍ବରୁ ରାଜ୍ୟ ଓ ରାଜ୍ୟ ବାହାରୁ ମୋଟ୍‌ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।..

Advertisement

Leave a Reply

Your email address will not be published. Required fields are marked *

error: Content is protected !!