ସନ୍ଦେହ ଘେରରେ ବାଲିକୁଦା ବି.ଡ଼ି.ଓ, ନିର୍ବାଚନରେ ପକ୍ଷପାତିତା ଅଭିଯୋଗ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) – ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାଲିକୁଦା ବିଡ଼ିଓଙ୍କ କାର୍ଯ୍ୟକଳାପକୁ ନେଇ ସଂଗ୍ରାମପୁର ପଞ୍ଚାୟତରେ ସନ୍ଦେହ ଉପୁଜିଛି ।

Advertisement

ଏହି ପଞ୍ଚାୟତର ୮ ନମ୍ବର ୱାର୍ଡରେ ସ୍ୱାଧୀନ ପ୍ରାଥୀ କମଳଲୋଚନ ରାଉତ, ଏବଂ ବିଜେଡି ସମର୍ôଥତ ୱାର୍ଡ ସଭ୍ୟ ପ୍ରାଥୀ ବିକ୍ରମ ରାଉତଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦୀତା ହୋଇଥିଲା । ଫେବୃଆରୀ ୧୬ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଫେବୃଆରୀ ୨୭ ତାରିଖରେ ଭୋଟ ଗଣତି ହୋଇଥିଲା । ନିର୍ବାଚନ ଅଧିକାରୀ ବିଡ଼ିଓ କମଳଲୋଚନ ରାଉତ ସଂଗ୍ରାମପୁର ପଞ୍ଚାୟତ ର ୮ ନମ୍ବର ୱାର୍ଡ ସଭ୍ୟ ଭାବେ ନିର୍ବାଚିତ ହୋଇଥିବା ଘୋଷଣା କରିବା ସହିତ ଚିଠି ପ୍ରଦାନ କରିଥିଲେ । ହେଲେ ପରବର୍ତୀ ସମୟରେ ବିଡ଼ିଓ ପୁନର୍ବାର କମଳଲୋଚନଙ୍କ ସହିତ ପ୍ରତିଦ୍ୱନ୍ଦୀତା କରୁଥିବା ବିକ୍ରମ ରାଉତ ଆଠ ନମ୍ବର ୱାର୍ଡ ସଭ୍ୟ ଭାବେ ନିର୍ବାଚିତ ବୋଲି ପୁନର୍ବାର ଦ୍ୱିତୀୟ ଥର ଚିଠି ପ୍ରଦାନ କରିଛନ୍ତି । ଏଥିନେଇ ବାଲିକୁଦା ବିଡ଼ିଓଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ ଥିବା ପଞ୍ଚାୟତ ବାସୀ ଅଭିଯୋଗ କରି ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!