ମନୋଜ କୁମାର ଭୋଇ ହେଲେ ଜଗତସିଂହପୁର ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) – ଜଗତସିଂହପୁର ଜ଼ିଲ୍ଲା ପରିଷଦ ସଭାପତି ନିମନ୍ତେ ଆଜି ପୂର୍ବାହ୍ନରେ ସର୍ବସମତି କ୍ରମେ ଜଗତସିଂହପୁର ୩ ନମ୍ବର ଜୋନର ଜ଼ିଲ୍ଲା ପରିଷଦ ସଭ୍ୟ ମନୋଜ କୁମାର ଭୋଇ ପ୍ରାଥୀପତ୍ର ଦାଖଲ କରିଥିଲେ । ଜ଼ିଲ୍ଲା ବିଜୁ ଜନତା ଦଳର ନିଷ୍ପତି କ୍ରମେ ସର୍ବ ସମତି କ୍ରମେ ଜ଼ିଲ୍ଲାର ଛବିଶି ଜଣ ଜ଼ିଲ୍ଲା ପରିଷଦ ସଭ୍ୟ ସମର୍ଥନ ଜଣାଇଥିଲେ । ତାହାପରେ ଜ଼ିଲ୍ଲାପାଳ ପାରୁଲ ପଟୱାରୀ ଜ଼ିଲ୍ଲା ପରିଷଦ ସମିଳନୀ କକ୍ଷରେ ନୂତନ ଭାବେ ନିର୍ବାଚିତ ଜ଼ିଲ୍ଲା ପରିଷଦ ସଭାପତିଙ୍କୁ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ଦଳୀୟ ନେତୃତ୍ୱ ବହୁ ସଂଖ୍ୟାରେ ଯୋଗ ଦେଇଥିଲୋ

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!