ତୁରନ୍ତ ଯୁଦ୍ଧ ବନ୍ଦ ପାଇଁ ଦାବି କଲେ ଫ୍ରାନ୍ସ, ଜର୍ମାନ

ମସ୍କୋ -: ସବୁ ସମସ୍ୟାର ସାମାଧାନ ବୁଝାମଣା ମଧ୍ୟରେ ହେବା ଆବଶ୍ୟକ ଯୁଦ୍ଧ ନୁହେଁ । ଜର୍ମାନ ଚାନ୍‌ସେଲର ଓଲାଫ୍ ସ୍କଲ୍‌ଜ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି । ପୁଟିନ୍‌ଙ୍କ ସହ ୭୫ ମିନିଟ୍ କଥାବାର୍ତ୍ତା ସମୟରେ ଉଭୟ ସ୍କଲ୍‌ଜ ଏବଂ ମାକ୍ରନ୍ ୟୁକ୍ରେନ୍‌ରେ ତୁରନ୍ତ ଯୁଦ୍ଧବିରତି ପାଇଁ ଦାବି କରିଛନ୍ତି । ଜର୍ମାନ ସରକାରଙ୍କ ମୁଖପାତ୍ର କହିଛନ୍ତି, ପୁଟିନଙ୍କ ସହ କଥା ହେବା ସମୟରେ ଦୁଇ ନେତା ବିବାଦର କୂଟନୈତିକ ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ । ୟୁକ୍ରେନ୍‌ରେ ଯୁଦ୍ଧ ଶେଷ ପାଇଁ ଜାରି ରହିଥିବା ଅନ୍ତର୍ଜାତୀୟ ଉଦ୍ୟମର ଏହା ଏକ ଅଂଶ ବୋଲି ସେ କହିଛନ୍ତି ।

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!