ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରାଯାଇଥିବା ସବୁ ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ମିଳିବ

ଭୁବନେଶ୍ୱର -: ଆଉ ବିନା ରେକର୍ଡରେ କୈାଣସି ଶିକ୍ଷାନୁଷ୍ଠାନ ଚାଲିବ ନାହିଁ । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଜମି ପଟ୍ଟା ତୁରନ୍ତ ପ୍ରଦାନ ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ହଜାର ଶିକ୍ଷାନୁଷ୍ଠାନକୁ ପଟ୍ଟା ଆବଣ୍ଟନ ହୋଇସାରିଲାଣି । ବାକି ଶିକ୍ଷାନୁଷ୍ଠାନଗୁଡ଼ିକୁ ଆସନ୍ତା ୩୧ତାରିଖ ସୁଦ୍ଧା ପଟ୍ଟା ଆବଣ୍ଟନ କରିବାକୁ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ରାଜସ୍ୱ ବିଭାଗର ସୂଚନା ଅନୁଯାୟୀ, ସାରା ରାଜ୍ୟରେ ୧୦୯୦୧ଟି ଶିକ୍ଷାନୁଷ୍ଠାନ ଜମି ପଟ୍ଟା ପାଇଁ ଆବେଦନ କରିଥିବାବେଳେ ଏହାର ସମାଧାନ ପାଇଁ ଜାନୁଆରି ମାସରେ ପ୍ରତି ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳମାନଙ୍କ ସ୍ତରରେ ଏକ କମିଟି ଗଠନ କରାଯାଇଥିଲା । ଏହାପରେ ୮୬୬୦ଟି ଆବେଦନ ଉପରେ କାର୍ଯ୍ୟ ଆରମ୍ଭ ହୋଇ ୫ହଜାର ଜମି ପଟ୍ଟା ବିଭିନ୍ନ ଶିକ୍ଷାନୁଷ୍ଠାନକୁ ବଣ୍ଟା ହୋଇଛି । ଏଥିରୁ ସର୍ବାଧିକ ମୟୂରଭଞ୍ଜ ଜିଲ୍ଲାରେ ୧୦୫୨, ବାଲେଶ୍ୱରରେ ୬୭୦, ବୈାଦ୍ଧରେ ୪୬୩, ରାୟଗଡ଼ାରେ ୨୫୪ଟି ଶିକ୍ଷାନୁଷ୍ଠାନକୁ ପଟ୍ଟା ଆବଣ୍ଟନ ହୋଇଛି । ବାକି ଆବେଦନଗୁଡ଼ିକ ଉପରେ ତୁରନ୍ତ ବିଚାର କରି ପଦକ୍ଷେପ ନେବାକୁ କୁହାଯାଇଛି ।

Advertisement
Advertisement

Leave a Reply

Your email address will not be published. Required fields are marked *