ମାନବିକତାକୁ ଭୁଲି ଋଷ ଏଭଳି ନିଷ୍ପତ୍ତି ନେଲା…ସବୁଠି ଏବେ ଶବ ଆଉ ଶବ

କିବ୍ -: ସାରା ପୃଥିବିରେ ଗୋଟିଏ ଚର୍ଚ୍ଚା ପୁଟିନ୍ କଣ ପାଗଳ ହୋଇଯାଇଛନ୍ତି କି ? ଟିକେବି ମାନବିକତା ନାହିଁ କି ।

Advertisement
Subscribe now bns bhakti

ସାଧାରଣ ଲୋକଙ୍କ ଉପରେ ରୁଷ୍‌ର ବୋମାମାଡ଼ ଦ୍ୱାରା ଉତ୍ତର ୟୁକ୍ରେନ୍ ସହର ଚେର୍ନିହିବରେ ଦିନକରେ ୫୩ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ମେରେଫାରେ ୨୧ ନାଗରିକଙ୍କ ମୃତ୍ୟୁ ହୋଇଛି । ରୁଷ୍ ଲଗାତାର ଜନବସତି ଅଞ୍ଚଳକୁ ଟାର୍ଗେଟ୍ କରି ଗୋଳାମାଡ଼ କରୁଛି । ଫଳରେ ୨୪ ଘଣ୍ଟାରେ ଏହି ଦୁଇ ସହରରେ ୭୪ ଜଣଙ୍କ ମୃତ୍ୟୁ ହୋଇଛି । ପୂବ ୟୁକ୍ରେନ୍ ସହର ମେରେଫାରେ ଏକ ସ୍କୁଲ ଓ ସାଂସ୍କୃତିକ କେନ୍ଦ୍ର ଉପରେ ଗୋଳାମାଡ଼ ଯୋଗୁଁ ୨୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୫ ଜଣ ଆହତ ହୋଇଛନ୍ତି । ଅଧିକାଂଶ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗତକାଲି ଚେର୍ନିହିବରେ କିଛି ଲୋକ ଖାଦ୍ୟ ପାଇଁ ଧାଡ଼ିରେ ଠିଆ ହୋଇଥିବା ସମୟରେ ରୁଷ୍ ରକେଟ୍ ମାଡ଼ କରିଥିଲା ।

ଫଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା । ରୁଷ୍‌ର ଆକ୍ରମଣ ଯୋଗୁଁ ଲୁହାନସ୍କରେ ଗତରାତିରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ୟୁକ୍ରେନ୍‌ରେ ମାନବୀୟ ସଙ୍କଟ ଅତି ସାଂଘାତିକ ରୂପ ନେଇଛି ଏବଂ ଏ ନେଇ ଜାତିସଂଘ ସୁରକ୍ଷା ପରିଷଦର ଆଜି ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି । ଆମେରିକା, ଆଲ୍‌ବାନିଆ, ବ୍ରିଟେନ, ଫ୍ରାନ୍ସ, ଆୟରଲାଣ୍ଡ୍ ଏବଂ ର୍ନୱେ ଦ୍ୱାରା ଏହି ବୈଠକ ପାଇଁ ଅନୁରୋଧ କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!