ଫୁଟବଲ ଖେଳ ଚାଲିଥିବା ବେଳେ ଭୁଷୁଡିଲା ଷ୍ଟାଡିୟମ ଗ୍ୟାଲେରି, ୬୦ରୁ ଉର୍ଦ୍ଧ୍ୱ ଆହତ

ମାଲାପୁରମ୍ -: ଫୁଟବଲ ଖେଳ ଚାଲିଥିବା ସମୟରେ ଅସ୍ଥାୟୀ ଭାବେ ନିର୍ମିତ ଗ୍ୟାଲେରି ଭୁଷୁଡି ଯାଇଛି । ଶନିବାର ବିଳମ୍ବିତ ରାତିରେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଅଘଟଣରେ ପ୍ରାୟ ୬୦ ଦର୍ଶକ ଆହତ ହୋଇଥିବା ପୁଲିସ କହିଛି ।

Advertisement
https://youtu.be/1ZQM2Smdd0M
Subscribe now

ଉତ୍ତର କେରଳ ଜିଲ୍ଲାର ୱାଣ୍ଡୋର ନିକଟ ମାଲାପୁରମଠାରେ ଥିବା ଏକ ଫୁଟବଲ ଷ୍ଟାଡିୟମରେ ଘଟିଛି ଏଭଳି ଅଘଟଣ । ସମସ୍ତ ଆହତଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ପୁଙ୍ଗୋଡୁରୁ ନିକଟରେ ଥିବା ଏହି ଷ୍ଟାଡିୟମରେ ପ୍ରାୟ ୨୦୦୦ ଦର୍ଶକ ବସିବା ଭଳି ଅସ୍ଥାୟୀ ଗ୍ୟାଲେରି ନିର୍ମାଣ କରାଯାଇଥିଲା । ଉକ୍ତ ଷ୍ଟାଡିୟମରେ ୭ଟି ଫୁଟବଲ ମ୍ୟାଚ ଖେଳାଯିବା ଯୋଜନା ଥିଲା । ଷ୍ଟାଡିୟମ ନିକଟବର୍ତ୍ତୀ ଗାଁଗୁଡିକରେ ଫୁଟବଲ ପ୍ରିୟ ଦର୍ଶକ ଥିବାରୁ ଖେଳ ଦେଖିବାକୁ ଭିଡ଼ ହୋଇଥିଲା ।

ରାତି ପ୍ରାୟ ୯ଟାରେ ଦୁଇଟି ଆଞ୍ଚଳିକ ଟିମର ମ୍ୟାଚ ଚାଲିଥିବାବେଳେ ନିକଟସ୍ଥ ଗାଁର ବହୁ ଲୋକ ଗ୍ୟାଲେରିରେ ବସି ଫୁଟବଲ ଖେଳ ଉପଭୋଗ କରୁଥିଲେ । ଏହି ସମୟରେ ହଠାତ ଗ୍ୟାଲେରିଟି ଭାଙ୍ଗି ପଡ଼ିଥିଲା । ତେବେ କେହି ଗୁରୁତର ହୋଇ ନଥିବା ପୁଲିସ ପକ୍ଷରୁ କୁହାଯାଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!