ୟୁକ୍ରେନ-ରୁଷିଆ ଯୁଦ୍ଧରେ ରାଷ୍ଟ୍ରପତିଙ୍କୁ ବୋକା ବନେଇ ଯୁଦ୍ଧ ବନ୍ଦ ପାଇଁ ନକଲି ଭିଡିଓର ବ୍ୟବହାର

ନୂଆଦିଲ୍ଲୀ : ଯୁଦ୍ଧ ସହିତ ଟେକ୍ନୋଲୋଜିର ବ୍ୟବହାର କରି ମଧ୍ୟ ଲୋକମାନଙ୍କୁ ଭ୍ରମିତ କରାଯାଉଛି । ଟ୍ୱିଟରରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏକ ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ସେ ଯୁଦ୍ଧ ସମାପ୍ତ ହୋଇଥିବାର ଘୋଷଣା କରୁଛନ୍ତି । ଏହି ସପ୍ତାହରେ ୟୁଟ୍ୟୁବ୍ ଓ ମେଟା ଏଭଳି ଏକ ଭିଡିଓକୁ ଡିଲିଟ୍ କରିଛନ୍ତି, ଯେଉଁଥିରେ ୟୁକ୍ରେନ ରାଷ୍ଟ୍ରପତି ଭେଲେଦିମର ଜେଲେନ୍‌ସ୍କି ରୁଷିଆ ପାଖରେ ଆତ୍ମସମର୍ପଣ କରିଥିବା ବିଷୟରେ କଥା ହେଉଛନ୍ତି । ଏପରି ନକଲ କରିବାର ଟେକ୍ନୋଲୋଜିକୁ ଡିପ୍‌-ଫେକ୍ କୁହାଯାଉଛି ।

Advertisement

ସମ୍ପର୍କୀୟମାନଙ୍କ ପୁରୁଣା ଫଟୋଗୁଡିକ ଦ୍ୱାରା ଡିପ୍‌-ଫେକ୍ ଆନିମେସନ୍ ତିଆରି କରାଯାଉଥିବା ଟୁଲ୍ ବହୁତ ଚର୍ଚ୍ଚିତ ହୋଇଥିଲା । ଏହାକୁ ତିଆରି କରିଥିବା କମ୍ପାନି ମୟହେରି଼ଟେଜ୍ ଏକ ନୂଆ ଲାଇଭଷ୍ଟୋରି ନେଇକି ଆସିଛି ଯାହାଦ୍ୱାରା ଚରିତ୍ରଗୁଡିକ କଥା ବି କହିପାରିବେ । ଗତବର୍ଷ ଯେତେବେଳେ ଦକ୍ଷିଣ ଆଫ୍ରିକାର ପ୍ରସାରକ ନେଟୱର୍କ ଏବିଏନ୍ କହିଥିଲା ସେ ନିଜର ଏକ ନ୍ୟୁଜରିଡର୍ କିମ୍ ଜୁ ହୋ’ଙ୍କର ଡିପ୍ଫେକର ବ୍ୟବହାର କରୁଛି । ସେତେବେଳେ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଖା ଦେଇଥିଲା । ତେବେ ରାଜନୀତିରେ ଡିପ୍‌-ଫେକର ବ୍ୟବାହର କ୍ୱଚିତ ହେଉଛି । ଭିଟନେସ୍ ଡଟ୍ ଓଆରଜିର ନିର୍ଦ୍ଦେଶକ ସେମ୍ ଗ୍ରେଗୋରିଙ୍କ ଅନୁସାରେ, ଜେଲେନ୍‌ସ୍କିଙ୍କ ଭିଡିଓ ଡିପ୍‌-ଫେକ୍ ସମସ୍ୟାର ଏକ ଭଲ ଉଦାହରଣ । ଏହା ବହୁତ ଭଲ ଡିପ୍‌-ଫେକ୍ ନଥିଲା ତେଣୁ ଆରମ୍ଭରୁ ହିଁ ଧରା ପଡିଥିଲା । ୟୁକ୍ରେନ ଏହାର ପର୍ଦଫାଶ କରିଥିଲା ଓ ରାଷ୍ଟ୍ରପତି ଜେଲେନ୍‌ସ୍କି ନିଜେ ସୋସିଆଲ ମିଡିଆରେ ଏହାକୁ ନକଲି ଦର୍ଶାଇଥିଲା । କିଛି ସପ୍ତାହ ପୂର୍ବରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଏକ ଡିପ୍ ଫେକ୍ ଭିଡିଓ ଆସିଥିଲା ଯାହାକୁ ଅନେକ ଲୋକ ବ୍ୟଙ୍ଗାତ୍ମକ ମାନି ନେଇଥିଲେ । ଅବଶ୍ୟ ବ୍ୟଙ୍ଗ ଓ ଭ୍ରମାତ୍ମକ ସୂଚନା ବିଷୟରେ ଅଧିକ ଫରକ ନାହିଁ ।

https://youtu.be/1ZQM2Smdd0M
Subscribe Now

ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ଡିପ୍‌-ଫେକ୍ ଭିଡିଓ ଏତେ ବିଶ୍ୱସନୀୟ ନଥିଲା ଓ ୟୁକ୍ରେନର ଅନେକ ଲୋକ ଏହାର ଉପହାସ କରିଥିଲେ । ଏହି ଭିଡିଓରେ ଜେଲେନ୍‌ସ୍କି ଏକ ପୋଡିୟମର ପଛରୁ କହୁଛନ୍ତି । ସେ ୟୁକ୍ରେନର ଲୋକଙ୍କୁ ଅସ୍ତ୍ର ପରିତ୍ୟାଗ କରିବାକୁ କହୁଛନ୍ତି । ଭିଡିଓରେ ତାଙ୍କ ମୁଣ୍ଡ ଶରୀର ଠାରୁ ଅଧିକ ବଡ ଓ ସ୍ପଷ୍ଟ ଦେଖାଯାଉଛି । ତାଙ୍କ କଣ୍ଠସ୍ୱର ମଧ୍ୟ ଅଧିକ ଭାରି ଶୁଣାଯାଉଛି । ନିଜର ଅଫିସିଆଲି ଟ୍ୱିଟର ପୃଷ୍ଠାରେ ଜେଲେନ୍‌ସ୍କି ଏହି ଭିଡିଓକୁ ଛୋଟପିଲାଙ୍କ ଭଳି ଦର୍ଶାଇଛନ୍ତି । କିନ୍ତୁ ୟୁକ୍ରେନର ସେଣ୍ଟର ଫର୍ ଷ୍ଟ୍ରାଟେଜିକ୍ କମ୍ୟୁନିକେସନ୍ ଚେତାବନୀ ଦେଇଛି ରୁଷିଆର ସରକାର ଏପରି ଡିପ୍‌-ଫେକ୍ ଭିଡିଓ ବ୍ୟବହାର କରି ୟୁକ୍ରେନର ଲୋକମାନଙ୍କୁ ଅସ୍ତ୍ର ପରିତ୍ୟାଗ କରିବାକୁ ଉସୁକାଉଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!