ଯୁଦ୍ଧ ବନ୍ଦ କରିବାକୁ ରୁଷର ସର୍ତ୍ତ, ସର୍ତ୍ତ ମାନିବାକୁ ନାରାଜ ୟୁକ୍ରେନ

କିବ୍ -: ୟୁକ୍ରେନୀୟ ଉପପ୍ରଧାନମନ୍ତ୍ରୀ ଇରିନା ଭେରେସଚୁକ୍ କହିଛନ୍ତି, କୈାଣସି ସମର୍ପଣ ବା ଅସ୍ତ୍ରତ୍ୟାଗର ପ୍ରଶ୍ନ ହିଁ ଉଠୁନାହିଁ । ଏ ସଂକ୍ରାନ୍ତରେ ଆମେ ରୁଷୀୟ ପକ୍ଷକୁ ସୂଚନା ଦେଇସାରିଛୁ । ଅସ୍ତ୍ରତ୍ୟାଗ କରି ଅଧିକୃତ ବନ୍ଦର ନଗରୀ ମାରିଉପୋଲ୍‌କୁ ସମର୍ପଣ କରିଦେବା ଲାଗି ଦଖଲକାରୀ ରୁଷୀୟ ସେନା ରବିବାର ଦିନ ୟୁକ୍ରେନୀୟ ସେନାଙ୍କୁ କହିଥିଲେ ।

Advertisement


ମାରିଉପୋଲ୍‌ରେ ଗୋଟାଏ ଭୟାବହ ମାନବୀୟ ସଙ୍କଟ ସୃଷ୍ଟି ହେଉଥିବା ବିଷୟରେ ସତର୍କ କରାଇ ‘ରଷିଆନ୍ ସେର୍ଣ୍ଟ ର୍ଫ ଡିଫେନ୍‌ସ୍ ମ୍ୟାନେଜ୍‌ମେଣ୍ଟ୍‌ର ନିର୍ଦେଶକ କର୍ଣ୍ଣେଲ୍‌-ଜେନେରାଲ୍ ମିଖାଇଲ୍ ମିଜିନ୍‌ତ୍‌ସେଭ୍ କହିଛନ୍ତି, ଆପଣମାନେ ଅସ୍ତ୍ରଶସ୍ତ୍ର ତ୍ୟାଗ କରନ୍ତୁ । ଯେଉଁମାନେ ଅସ୍ତ୍ରଶସ୍ତ୍ର ତ୍ୟାଗ କରିବେ ସେମାନଙ୍କୁ ମାରିଉପୋଲ୍‌ରୁ ନିରାପଦରେ ବାହାରିଯିବାର ଗ୍ୟାରେଣ୍ଟି ଦେଉଛୁ ।

ସୂଚନାଯୋଗ୍ୟ, ରବିବାର ଦିନ ମାରିଉପୋଲ୍‌ରେ ସବୁଠୁ ଅଧିକ ବୋମାବର୍ଷଣ ହୋଇଥିଲା । ଯୁଦ୍ଧ ଯୋଗୁଁ ମୃତ ବ୍ୟକ୍ତିମାନଙ୍କୁ ରାସ୍ତାକଡ଼ରେ ନିର୍ମିତ କାମଚଳା ସାମାଧିସ୍ଥଳଗୁଡ଼ିକରେ କବର ଦିଆଯାଉଛି । ପ୍ରତ୍ୟକ୍ଷଦର୍ଶୀମାନେ କହୁଛନ୍ତି, ବୋମା ମାଡ଼ ଯୋଗୁଁ ସେମାନେ ମରି ନାହାନ୍ତି । ମରିଛନ୍ତି, ପ୍ରତିକୂଳ ପରିସ୍ଥିତି, ଶାରୀରିକ ପରିଶ୍ରମର ଅଭାବ, ମାନସିକ ଚାପ ଏବଂ ଥଣ୍ଡା ଯୋଗୁଁ ।

ସେପଟେ, ଆଜି ୟୁକ୍ରେନ୍‌ର ବୈଦେଶିକ ମନ୍ତ୍ରୀ ଡିମିତ୍ରୋ କୁଲେବା କହିଛନ୍ତି ଯେ, ଆଗାମୀ ସପ୍ତାହରେ ରୁଷ୍ ପ୍ରତି ନୂତନ କଟକଣା ସବୁ ଲାଗୁ କରାଯିବ । ରୁଷ୍ ଛାଡ଼ି ଯାଇ ନ ଥିବା ‘ଡାନୋନ୍‌’, ‘ନେସ୍‌ଲେ’ ଏବଂ ‘ୟୁନିଲିର୍ଭ’ ଭଳି ପ୍ରମୁଖ କମ୍ପାନି ଏବଂ ରୁଷ୍‌କୁ କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବା ଲାଗି ଅନୁମତି ଦେଉଥିବା କମ୍ପାନିମାନଙ୍କ ପ୍ରତି ଏହିସବୁ କଟକଣା ଉଦ୍ଦିଷ୍ଟ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!