ମାଓ ଗଡରେ ପୋଲିଷ ଡିଜି ସୁନୀଲ ବଂସଲ

କୋରାପୁଟ -: ଆଜି ସକାଳ ୯.୧୫ ମିନିଟରେ ହେଲିକପ୍ଟର ଯୋଗେ ଆସି ପୁଲିସ ମହାନିର୍ଦ୍ଦେଶକ କୋରାପୁଟ ଦକ୍ଷିଣ ପଶ୍ଚିମାଞ୍ଚାଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ଭିତରେ ରହିଛି । ନକ୍ସଲ ଗତିବିଧି ଉପରେ ନଜର ରହିଛି ବୋଲି କହିଛନ୍ତି ପୁଲିସ ଡିଜି ।

Advertisement


ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଆଜି କୋରାପୁଟ ଗସ୍ତରେ ଆସି ନିର୍ବାଚନରେ ଆଇନଶୃଙ୍ଖଳା ପରିସ୍ଥିତି, ମାଓ ଗତିବିଧିର ସମୀକ୍ଷା କରିଥିବା ଜଣାଯାଇଛି । ଗତ ପଞ୍ଚାୟତ ନିର୍ବାଚନ ଭଳି ଆସନ୍ତା ୨୪ ତାରିଖ ପୌର ନିର୍ବାଚନରେ ମଧ୍ୟ କିଭଳି ସୁରୁଖୁରୁରେ ମତଦାନ ହେବ ସେ ନେଇ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଡିଜିଙ୍କ ସହ ଗସ୍ତରେ ଥିବା ସ୍ପେସାଲ ଡିଜି ଏମ କେ ଛାବ୍ରା, ଗୁଇନ୍ଦା ନିର୍ଦେଶକ ଲଳିତ ଦାସ, ଆଇଜି ଅପରେସନ ଅମିତାଭ ଠାକୁରଙ୍କ ସମେତ ବିଏସଏଫ ଆଇଜି ଦକ୍ଷିଣ ପଶ୍ଚିମାଚଳ ଡିଆଇଜି, କୋରାପୁଟ ଏସପି ଓ ବିଏସଏଫ ଆଇ ଜି, ଡିଆଇଜି ଗସ୍ତରେ ଥିବା ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହାପରେ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଓଏସଏପି ତୃତୀୟ ବାଟାଲିୟନ ପରିଦର୍ଶନ କରିଥିଲେ । ତାପରେ ଏସଓଜି ଓ ପୁଲିସ ରିଜର୍ଭ କାର୍ଯ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ ।


କୋରାପୁଟରେ ସମୀକ୍ଷା କରିବା ପରେ ପ୍ରଥମେ ନବରଂଗପୁର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ଯାଇଛନ୍ତି ପୁଲିସ ଡିଜି । ସେଠାରୁ ରାୟଗଡ଼ ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!