ପୂର୍ବତନ ଅର୍ଥମନ୍ତ୍ରୀ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ଉବେର କାର ଡ୍ରାଇଭର , ଆସନ୍ତୁ ଜାଣିବା କିଏ ସେ ଅର୍ଥମନ୍ତ୍ରୀ ?

ୱାସିଂଟନ୍ ଡିସି -: ଦେଶ ଛାଡିଦେଲେ ବିଦେଶରେ କାର ଡ୍ରାଇଭିଙ୍ଗ କରି ନିଜର ଗୁଜରାଣ ମେଣ୍ଟାଉଛନ୍ତି । ଆପଣ ମାନେ ନିଶ୍ଚୟ ସେ ମହାନ ବ୍ୟକ୍ତିତ୍ତ୍ୱଙ୍କ ବିଷୟରେ ଜାଣିବାକୁ ଚାହୁଁଥିବେ ।

Advertisement


ତେବେ ସେ ହେଉଛନ୍ତି ଆଫଗାନିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ ୪୦ ବର୍ଷିୟ ଖଲିଦ୍ ପାଏଣ୍ଡା ୱାସିଂଟନ୍ ଡିସିରେ ଉବେର କାର ଚଳାଇ ଜୀବିକା ଅର୍ଜନ କରୁଛନ୍ତି । ତାଲିବାନ୍ କାବୁଲ୍ ଅଧିକାର କରିବାର ଏକ ସପ୍ତାହ ପୂର୍ବରୁ ସେ ଅର୍ଥମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇସାରିଥିଲେ । ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ୍ ଗନିଙ୍କ ସହିତ ତାଙ୍କର ସୁସମ୍ପର୍କ ନ ରହିବାରୁ ସେ ଇସ୍ତଫା ଦେଇଥିବା ଖବର ପ୍ରକାଶ ପାଇଥିଲା ।

ଦୈନିକ ଉପାର୍ଜନ ବିଷୟରେ କହିବା ବେଳେ ପାୟେଣ୍ଡା ‘ୱାସିଂଟନ୍ ପୋଷ୍ଟ୍‌’କୁ କହିଛନ୍ତି ଯେ, ଚଳିତ ସପ୍ତାହର ପ୍ରାରମ୍ଭର ଗୋଟିଏ ରାତିରେ ସେ ୬ ଘଣ୍ଟା କାମ କରି ୧୫୦ ଡର୍ଲାରୁ ସାମାନ୍ୟ ଅଧିକ ରୋଜଗାର କରିଥିଲେ । କିନ୍ତୁ, ଦିନେ ସେ ଆଫଗାନିସ୍ତାନରେ ଯୁକ୍ତରାଷ୍ଟ୍ର ଆମେରିକା ସମର୍ôଥତ ୬ ବିଲିୟନ୍ ଡର୍ଲା ବଜେଟ୍‌ର ତତ୍ତ୍ୱାବଧାରକ ଥିଲେ ।


ଯୁକ୍ତରାଷ୍ଟ୍ର ଆମେରିକାକୁ ଆସିବା ପରେ ପାଏଣ୍ଡା ଓ ତାଙ୍କ ପରିବାରର ପୁନର୍ମିଳନ ହୋଇଥିଲା । ପରିବାର ଚଳାଇବାରେ ସହାୟତା କରିବାକୁ ସମର୍ଥ ହୋଇଥିବାରୁ ସେ ନିଜକୁ ଧନ୍ୟ ମଣୁଥିଲେ ବି କହିଛନ୍ତି, ଏବେ ମୋର ନିଜସ୍ୱ ବାସ ନାହିଁ । ମୁଁ ଏଠାକାର ନୁହେଁ, କି ସେଠାକାର ନୁହେଁ । ଖୁବ୍ ହତାଶିଆ ଲାଗୁଛି । ଏଥିସହ ପାଏଣ୍ଡା ‘ଜର୍ଜଟାଉନ୍ ବିଶ୍ୱବିଦ୍ୟାଳୟ’ର ‘ୱଲ୍‌ସ୍ ସ୍କୁଲ୍ ଅଫ୍ ଫରେନ୍ ସର୍ଭିସ୍‌’ରେ ଜଣେ ଅତିରିକ୍ତ ପ୍ରଧ୍ୟାପକ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି ।


ଆଫଗାନିସ୍ତାନର ମାନବୀୟ ଏବଂ ଅର୍ଥନୈତିକ ସଙ୍କଟ ବିଷୟରେ ପାଏଣ୍ଡା କହନ୍ତି, ମୁଁ ଗୁଡ଼ାଏ ଅପ୍ରୀତିକର କଥା ଦେଖୁଛି, ଆମେ ବିଫଳ ହୋଇଛୁ । ମୁଁ ମଧ୍ୟ ଏହି ଅସଫଳତାର ଅଂଶବିଶେଷ । ଲୋକମାନଙ୍କର ଦୁର୍ଦ୍ଦଶା ଦେଖିବା ଏବଂ ସେଥିପାଇଁ ଅପରାଧବୋଧ କରିବା ବଡ଼ କଷ୍ଟକର ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!