ଭାରତରେ ପହଞ୍ଚିଲା ୟୁକ୍ରେନ୍‌ରେ ନିହତ ଡାକ୍ତରୀ ଛାତ୍ରଙ୍କ ଶବ

ବେଙ୍ଗାଲୁର -: ବୋମା ମାଡ଼ ଯୋଗୁଁ ୟୁକ୍ରେନ୍‌ରେ ନିହତ ଭାରତୀୟ ଛାତ୍ର ନବୀନ ଶେଖରପ୍ପା ଜ୍ଞାନଗୈାଡ଼ାରଙ୍କ ଶବ ଆଜି ଭାରତକୁ ଅଣାଯାଇ କର୍ଣ୍ଣାଟକର ହାବେରୀ ଜିଲ୍ଲା ଅନ୍ତର୍ଗତ ତାଙ୍କ ପୈତୃକ ଗ୍ରାମ ଚଲାଗେରେରେ ପହଞ୍ଚାଯାଇଛି । ବ୍ୟାପକ ପୁଲିସ ଉପସ୍ଥିତିରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ମଧ୍ୟ ସେ ଗାଆଁକୁ ଯାଇଛନ୍ତି । ଆଜି ସକାଳେ ବେଙ୍ଗାଲୁରୁ ବିମାନ ବନ୍ଦରରେ ନବୀନଙ୍କ ଶବ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ବୋମ୍ମାଇ ସେଠାକୁ ଯାଇ ଶବାଧାରରେ ପୁଷ୍ପମାଲ୍ୟ ରଖି ସମ୍ମାନ ପ୍ରଦର୍ଶନ କରିଥିଲେ ।

Advertisement

୨୧ ବର୍ଷିୟ ନବୀନ ଥିଲେ ‘ଖାର୍କିଭ୍ ନ୍ୟାସ୍‌ନାଲ୍ ମେଡିକାଲ୍ ୟୁନିଭର୍ସିଟି’ର ଛାତ୍ର । ମାର୍ଚ ୧ ତାରିଖ ଦିନ ଖାଦ୍ୟ ପାଇଁ ଧାଡ଼ିବାନ୍ଧି ଠିଆ ହୋଇଥିବା ବେଳେ ରୁଷୀୟ ବୋମା ବର୍ଷଣରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି କୁହାଯାଉଛି ।

ନବୀନଙ୍କ ସର୍ବସାଧାରଣଙ୍କ ଦର୍ଶନାର୍ଥେ ରଖାଯାଇଥିବା ବେଳେ ସ୍ଥାନୀୟ ଲୋକେ ଆସି ଶେଷ ସମ୍ମାନ ପ୍ରଦର୍ଶନ କରୁଛନ୍ତି । ଦିନ ପ୍ରାୟ ୧ ବେଳେ ତାଙ୍କ ଶବକୁ ଗ୍ରାମ ପରିକ୍ରମାରେ ନିଆଯିବ । ଦିନ ପ୍ରାୟ ୪ଟା ବେଳେ କର୍ଣ୍ଣାଟକର ଦବନଗରେ ଜିଲ୍ଲାରେ ଥିବା ‘ଏସ୍‌ଏସ୍ ମେଡିକାଲ୍ କଲେଜ୍‌’କୁ ପୁଅର ଶବ ଦାନ କରିବା ଲାଗି ତାଙ୍କ ପିତାମାତା ସ୍ଥିର କରିଛନ୍ତି । ଏ ବିଷୟରେ ପୂର୍ବରୁ ତାଙ୍କ ବାପା କହି ସାରିଥିଲେ ।

ମୁଖ୍ୟମନ୍ତ୍ରୀ ଯାଇଥିବାରୁ ନବୀନଙ୍କ ବାସଭବନ ବାହାରେ ସମୁଦାୟ ୨୦୮ଜଣ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି । କେଉଁ ପରିସ୍ଥିତିରେ ନବୀନଙ୍କ ମୃତ୍ୟୁ ଘଟିଲା ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇ ନ ଥିବା କଥା ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗ୍‌ଲା ଦାବି କରିବା ପରେ ସେ ସଂକ୍ରାନ୍ତରେ ତଦନ୍ତ କରିବ ବୋଲି ରୁଷ୍ ପ୍ରତିଶ୍ରୁତି ଦେଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!