ନିର୍ବାଚନୀ ହିଂସା ! କଂଗ୍ରେସର କ୍ୟାମ୍ପ ଅଫିସକୁ ଜାଳି ଦେଲେ ଦୁର୍ବୃତ୍ତ: ବିଜେଡିର ହାତ ଥିବା କଂଗ୍ରେସର ଅଭିଯୋଗ

ପିପିଲି -: ପଞ୍ଚାୟତ ନିର୍ବାଚନକୁ ନେଇ ପିପିଲିରେ ରାଜନୈତିକ ହିଂସାକାଣ୍ଡ ଘଟିଥିଲା । ଏବେ ପୌର ନିର୍ବାଚନକୁ ନେଇ ପିପିଲିରେ ନିର୍ବାଚନୀ ହିଂସା ଘଟିଥିବାର ଖବର ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ୭ ନମ୍ବର ୱାର୍ଡରେ ଥିବା କଂଗ୍ରେସର କ୍ୟାମ୍ପ ଅଫିସକୁ ଜାଳି ଦେଇଛନ୍ତି । ଏହି ଘଟଣାରେ ବିଜେଡିର ହାତ ଥିବା ନେଇ କଂଗ୍ରେସର ପିପିଲି ନଗରପାଳ ପ୍ରାର୍ଥୀ ଗୁଣନିଧି ପ୍ରଧାନ । ତେବେ ରିପୋର୍ଟ ପ୍ରସ୍ତୁତ ହେବା ଯାଏ ଏଘଟଣା ସଂପର୍କରେ ଥାନାରେ ଏତଲା ଦିଆଯାଇନାହିଁ । କିନ୍ତୁ ଘଟଣାକୁ ସମ୍ବେଦନଶୀଳ ମନେ କରି ଏବଂ କାଳେ ଏହା ନିର୍ବାଚନୀ ହିଂସାକୁ ତୀବ୍ର ରୂପ ଦେବ ଏଭଳି ଆଶଙ୍କା କରି ପିପିଲି ଥାନା ଅଧିକାରୀ ଅଭିମନ୍ୟୁ ନାୟକ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଏହି ଘଟଣାକୁ ନେଇ ୭ ନମ୍ବର ୱାର୍ଡରେ ଚାପା ଉତ୍ତେଜନା ଦେଖାଦେଇଛି ।

Advertisement

ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନକୁ ନେଇ ପିପିଲିରେ ରାଜନୈତିକ ହିଂସାକାଣ୍ଡ ଘଟିଥିଲା । ଏଥିରେ ୨୪ ନମ୍ବର ଜିଲ୍ଲା ପରିଷଦ ଜୋନ୍ର ବିଜେଡି ପ୍ରାର୍ଥୀ ଧରଣୀଧର ସାହୁ ଓ ବିଜେପି କର୍ମୀ ବିକ୍ରମ ସ୍ୱାଇଁ ଗୁରୁତର ଆହତ ହୋଇଥିଲେ ।

ଆକ୍ରମଣରେ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ ଦାବିରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଶ୍ରୀ ସାହୁଙ୍କର ସମର୍ଥକ ଓ ବିଜେଡି କର୍ମୀମାନେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ତେଇଶିପୁରଠାରେ ୧ ଘଣ୍ଟା ଧରି ଅବରୋଧ କରିଥିଲେ । ପିପିଲି ବ୍ଲକ୍ ଅନ୍ତର୍ଗତ ୨୪ ନମ୍ବର ଜିଲ୍ଲା ପରିଷଦ ଜୋନ୍ର ବିଜେଡି ପ୍ରାର୍ଥୀ ଧରଣୀଧର ସାହୁ ସୋମବାର ସନ୍ଧ୍ୟାରେ ପୋଟଳ ଗ୍ରାମରେ ଭୋଟ୍ ପ୍ରଚାର କରୁଥିଲେ । ଏହି ସମୟରେ ବିରୋଧୀ ଗୋଷ୍ଠୀର କେତେକ ଯୁବକ ସେଠାରେ ପହଞ୍ଚି ଶ୍ରୀ ସାହୁଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ଏଥିରେ ଶ୍ରୀ ସାହୁ ଆହତ ହୋଇଥିଲେ । ଶ୍ରୀ ସାହୁଙ୍କୁ ଚିକିତ୍ସା ଲାଗି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଅନ୍ୟପକ୍ଷରେ ତାଙ୍କ ସମର୍ଥକମାନେ ତେଇଶିପୁରସ୍ଥିତ ପୋଡଙ୍ଗ ଗ୍ରାମ୍ୟଛକ ନିକଟରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ସନ୍ଧ୍ୟା ସାଢେ ୬ଟାରୁ ଅବରୋଧ କ଼ରିଥିଲେ । ଏଣେ ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀ ବିକ୍ରମ ଆହତ ହୋଇଥିବା ଓ ସେ ସାକ୍ଷୀଗୋପାଳ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଭିଯୋଗ ହୋଇଥିଲା ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!