ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର : ମୁମ୍ବାଇରେ ୧୨ଟଙ୍କା, ଜାଣନ୍ତୁ କେଉଁ ସହରରେ କେତେ ରହିଛି ଦାମ୍‌

ନୂଆଦିଲ୍ଲୀ : ନିର୍ବାଚନକୁ ଦୃଷ୍ଟିରେ ରଖି ତୈଳ ଦରରେ ଲଗାମ ଲାଗିଥିଲା । ଯାହା ଆଶଙ୍କା କରାଯାଉଥିଲା ଶେଷରେ ତାହା ହିଁ ହେଲା । ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ସରିବା ପରେ ଏବେ ବଢ଼ିଲା ତୈଳ ଦର । ଟଙ୍କାଏ କି ୨ଟଙ୍କା ନୁହେଁ, ଏହା ସାଙ୍ଗରେ ୧୨ଟଙ୍କା ବଢ଼ିଛି ତୈଳ ଦର । ଭାରତର ବଡ଼ ବଡ଼ ସହରରେ ତୈଳ ଦର ବୃଦ୍ଧି ହୋଇଥିବା ଜଣାପଡ଼ିଛି । ମୁମ୍ବାଇରେ ତୈଳ ଦର ୧୨ଟଙ୍କା ବୃଦ୍ଧି ପରେ ପେଟ୍ରୋଲ ଲିଟର ପିଛା ୧୦୯.୯୮ଟଙ୍କାରୁ ୧୧୫.୮୫ରେ ପହଞ୍ଚିଛି । ସେହିଭଳି ଡିଜେଲ ଲିଟର ପିଛା ୯୪.୧୪ଟଙ୍କାରୁ ୧୦୬.୬୨ଟଙ୍କାରେ ପହଞ୍ଚିଛି ।

Advertisement

ନଭେମ୍ବର ୨୦୨୧ଠାରୁ ତୈଳ ଦର ଅପରିବର୍ତ୍ତିତ ରହିଥିଲା । ଏମିତିକି ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବଢ଼ିଥିଲେ ବି ଭାରତରେ ତୈଳର ମୂଲ୍ୟ ଅପରିବର୍ତ୍ତିତ ରହିଥିଲା । ନିର୍ବାଚନ ପରେ ଦର ବୃଦ୍ଧି ହେବ ବୋଲି କୁହାଯାଉଥିବା ବେଳେ ଏବେ ତାହା ସତ ହୋଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬.୨୧ ଟଙ୍କା ଏବଂ ଡିଜେଲର ଲିଟର ପିଛା ୮୭.୪୭ ଟଙ୍କା ରହିଥିବା ବେଳେ ସେଠାରେ ମାତ୍ର ୧ଟଙ୍କା ବୃଦ୍ଧି ଘଟିଛି ।

କୋଲକାତାରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୧୦.୮୨ ଟଙ୍କା ଥିବାବେଳେ ଡିଜେଲ ଦର ଲିଟର ପିଛା ୯୫ ଟଙ୍କାକୁ ବୃଦ୍ଧି ପାଇଛି । ସେହିଭଳି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୧.୮୧ ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା ୯୧.୬୨ ରହିଛି ।

ତାମିଲନାଡୁର ଚେନ୍ନାଇରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯଥାକ୍ରମେ ଲିଟର ପିଛା ୧୦୨.୧୬ ଟଙ୍କା ଏବଂ ୯୨.୧୯ ଟଙ୍କାକୁ ବୃଦ୍ଧି ପାଇଛି । ତେବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରହିଥାଏ । ଭାଟ୍ ଏବଂ ପରିବହନ ପରି ସ୍ଥାନୀୟ ଟିକସ ଉପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ନିର୍ଭର କରେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!