ହାଇକୋର୍ଟରେ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ଉପରେ କଣ ଶୁଣାଣି ହେଲା ଆସନ୍ତୁ ଜାଣିବା

କଟକ -: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ମାନସଙ୍କ ବାପା ପଞ୍ଚାନନ ସ୍ୱାଇଁ ମାମଲାରେ ପୁଲିସ ନିଷ୍କ୍ରିୟତା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ମାନସଙ୍କ ଅପହରଣ ନେଇ ଚାନ୍ଦବାଲି ଥାନାରେ ଫେବ୍ରୁଆରି ୧୪ରେ ଏତଲା ଦେଇଥିବା ବେଳେ ପୁଲିସ ତ୍ୱରିତ ପଦକ୍ଷେପ ଗ୍ରହଣ କରି ନଥିଲା ବୋଲି ଆବେଦନରେ ଦର୍ଶାଯାଇଛି ।

Advertisement


ସୂଚନାଯୋଗ୍ୟ, ଚାନ୍ଦବାଲି ଥାନାରେ ମାନସଙ୍କ ନିଖୋଜ ନେଇ ୨୦୨୨, ଫେବ୍ରୁଆରି ୧୪ରେ ପରିବାର ତରଫରୁ ଏତଲା ଦିଆଯିବାପରେ ପୁଲିସ ଆଇପିସିର ଦଫା ୩୬୩ ଓ ୩୪ରେ ମାମଲା ରୁଜୁ କରିଥିଲା । ଏହାପରେ ଚାନ୍ଦବାଲି ଥାନାରେ ରୁଜୁ ୬୩/୨୦୨୨ ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡାଇବା ପାଇଁ ଶର୍ମିଷ୍ଠା ଫେବ୍ରୁଆରି ୨୩ରେ ହାଇକୋର୍ଟରେ ଆଗୁଆ ଜାମିନ ଲୋଡ଼ି ଆବେଦନ କରିଥିଲେ ବୋଲି ଜଣାପଡ଼ିଛି ।

ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ଏହି ଘଟଣାର ଉପଯୁକ୍ତ ତଦନ୍ତ କରାଯାଉ ନାହିଁ । ଘଟଣାର ମାଷ୍ଟରମାଇଣ୍ଡର ଠାବ ଓ ଘଟଣା ପଛର ରହସ୍ୟ ଉନ୍ମୋଚନ କରିବାରେ ପୁଲିସ ବିଫଳ ହୋଇଛି । ଏହି ଘଟଣାରେ ବହୁ ପ୍ରଭାବଶାଳୀ ବ୍ୟକ୍ତି ସଂପୃକ୍ତ ଥିବାରୁ ଠିକ୍ ଭାବେ ତଦନ୍ତ କରାଯାଉ ନାହିଁ । ଘଟଣାର ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ ସିବିଆଇ ବା ଅନ୍ୟ କୈାଣସି ସ୍ୱାଧୀନ ଏଜେନ୍ସିକୁ ଦାୟିତ୍ୱ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି । ମାମଲାରେ ଗୃହ ସଚିବ, ଭଦ୍ରକ ଏସ୍‌ପି ଓ ଚାନ୍ଦବାଲି ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି । ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସୂର୍ଯ୍ୟକାନ୍ତ ଦ୍ୱିବେଦୀ ମାମଲା ପରିଚାଳନା କରୁଛନ୍ତି ।

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ଓ ହତ୍ୟାପଛର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ଗତକାଲି ଆଗୁଆ ଜାମିନ ଲୋଡ଼ି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟରେ ତାଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ଶେଷ ହୋଇଥିଲା । କିନ୍ତୁ ପରେ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ କରିଥିଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!