ମାନସ ହତ୍ୟାକାଣ୍ଡ ପଛରେ ବହୁ ବଡ ବଡ ଶକ୍ତି, ଅଫିସରଙ୍କ ଠାରୁ ମନ୍ତ୍ରୀ …

ଭୁବନେଶ୍ୱର -: କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡ ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ବିଶେଷକରି ଜଣେ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଧରାପଡ଼ିବା ପରେ ଘଟଣା ନୂଆ ମୋଡ଼ ନେଇଛି  । ଏଥିରେ ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପୃକ୍ତି ନେଇ ଚର୍ଚ୍ଚା ହେଉଥିବାବେଳେ ମାନସଙ୍କ ପତ୍ନୀ ସଂଗୀନ ଅଭିଯୋଗ ବାଢ଼ିଛନ୍ତି  ।

Advertisement

ଏହି ଘଟଣାରେ ଦୁଇ ମନ୍ତ୍ରୀଙ୍କ ସଂପୃକ୍ତି ରହିଛି ବୋଲି ଅଭିଯୋଗ ହୋଇଛି  । ଗୁମର ଖୋଲିଯିବା ଭୟରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଛି  । ଏମିତିକି ନ୍ୟାୟ ନମିଳିଲେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି  ।

ସୂଚନାଯୋଗ୍ୟଯେ, ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କର ବହୁ ପ୍ରଭାବଶାଳୀ ନେତାଙ୍କ ସହ ସମ୍ପର୍କ ରହିଥିଲା  । ନୂଆବର୍ଷ ବା କୌଣସି ଉତ୍ସବରେ ସେ ବହୁ ମନ୍ତ୍ରୀଙ୍କ ପାଖକୁ ଯାଇ ଫୁଲତୋଡ଼ା ଦେବାର ବି ନଜିର ରହିଛି  । ସେହି ଫଟୋଗୁଡ଼ିକୁ ଶର୍ମିଷ୍ଠା ଫେସବୁକରେ ଅପଲୋଡ଼ କରିଥା’ନ୍ତି  । ଏସବୁକୁ ଲକ୍ଷ୍ୟ କରି ମାନସଙ୍କ ପତ୍ନୀ ଦୁଇ ମନ୍ତ୍ରୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି  । ଏମିତିକି ଜେଲରେ ଶର୍ମିଷ୍ଠା ପୁଲିସଙ୍କ ସହଯୋଗରେ କଏଦୀଙ୍କ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ  । ଏହି ଘଟଣାରେ ୫ ଜଣ ଗିରଫ ହୋଇ ସାରିଥିବାବେଳେ ଶର୍ମିଷ୍ଠା ଓ ତା’ର ସହଯୋଗୀ ଝୁନାକୁ ପୁଲିସ ଧରିବାରେ ସଫଳ ହୋଇପାରିନାହିଁ  । ଅପରପକ୍ଷରେ ଶର୍ମିଷ୍ଠା ଆଗୁଆ ଜାମିନ ଆବେଦନ କରିଥିବାବେଳେ ତାହାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି  ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!