ଭଦ୍ରକରେ ନିର୍ବାଚନି ହିଂସା, ଛୁରି ଭୁଜାଲିର ଖେଳ

ଭଦ୍ରକ: ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ର ୯ ନମ୍ବର ୱାର୍ଡର ୧୬ ନମ୍ବର ବୁଥ୍ ସାମ୍ନାରେ ଜଣେ ବିଜେପି ଯୁବ ସମର୍ଥକଙ୍କୁ ଛୁରାମାଡ଼ ଘଟଣାରେ ୧୪୪ ଲାଗୁ କରାଯାଇଛି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି । ପୁଲିସ ଟିମ୍ ସନ୍ଧ୍ୟାରେ ଫ୍ଲାଗମାର୍ଚ୍ଚ କରିଛି । ଏହା ପୂର୍ବରୁ ଛୁରାମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ ହୋଇଛି । ଛୁରା ମାଡ ଘଟଣାକୁ କେନ୍ଦ୍ର କରି ଧାମନଗରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ ସହ ପୋଡ଼ାଜଳା କରିଥିଲେ । ଅନ୍ୟପଟରେ ଛୁରାମାଡ଼ର ଶିକାର ହୋଇଥିବା ଯୁବକଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Advertisement

ସୂଚନାଯୋଗ୍ୟ, ଧାମନଗର ଏନଏସି ୯ ନମ୍ବର ୱାର୍ଡ ୧୬ ନମ୍ବର ବୁଥ୍ ସାମ୍ନାରେ ବଜାର ସାହିର ରମେଶ ଲେଙ୍କା(୨୮) ଭୋଟ୍ ଦେବାକୁ ଯାଇଥିବା ବେଳେ ସେଠାରେ ପ୍ରତିପକ୍ଷ ଦଳର କର୍ମୀଙ୍କ ସହ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଜଣେ ଯୁବକ ରମେଶ ଲେଙ୍କାଙ୍କ ପେଟରେ ଛୁରି ଭୁସି ଦେଇଥିଲେ ।

ସୂଚନାଯୋଗ୍ୟ, ଛୁରାମାଡ଼ କରିବା ପରେ ଅଭିଯୁକ୍ତ ତତକ୍ଷଣାତ୍ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ଲୋକେ ରମେଶ ଲେଙ୍କାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରିଥିଲେ । ଚଳିତ ବର୍ଷ ଧାମନଗର ଏନ୍‌ଏସିରେ ପ୍ରଥମ ଥର ପାଇଁ ନିର୍ବାଚନ ହେଉଛି ।

ଆସନ୍ତାକାଲି ଭଦ୍ରକ ପୈାରାଞ୍ଚଳର ୨୪ ନମ୍ବର ୱାର୍ଡ ଅନ୍ତର୍ଗତ ୫୫ ଓ ୫୬ ନମ୍ବର ବୁଥରେ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ । ଆଜି ଏଠାରେ ଗଣ୍ଡଗୋଳ ହୋଇଥିଲା । ଜଣେ ଯୁବକ ଆହତ ହୋଇଥିଲା । ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!