ମାର୍ଚ୍ଚ ୨୫ ଶୁକ୍ରବାର ରାଶିଫଳ – ଏହି ରାଶିଧାରୀଙ୍କର ଧନ ଲାଭ, ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

ମେଷ: ଆପଣଙ୍କ ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ । ସନ୍ତାନଠୁଁ ଖୁସି ଖବର ପାଇବେ । ଜୀବନସାଥୀଙ୍କ ସହ ଲାଗି ରହିଥିବା ମନାନ୍ତର ଦୂର ହୋଇଯିବ ।

Advertisement

ବୃଷ: ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ । ସରକାରୀ ଚାକିରିଆଙ୍କ କାମରେ ଅଧିକାରୀ ବର୍ଗ ଖୁସି ରହିବେ । ଦାମ୍ପତ୍ୟ ଜୀବନରେ ନୂଆ ଖୁସିର ଆଗମନ ହେବ ।

ମିଥୁନ: ଜୀବନସାଥୀଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ । ମକଦ୍ଦମାରେ ଜୟଯୁକ୍ତ ହେବେ । ବେକାରଙ୍କୁ ଚାକିରି ମିଳିପାରେ ।

କର୍କଟ: ଅଧିକ ସମୟ ପୂଜାପାଠରେ ବିତିବ । ଆର୍ôଥକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ । ପରିଶ୍ରମର ସଂପୂର୍ଣ୍ଣ ଫଳ ପାଇବେ । ବିଦ୍ୟାର୍ଥୀଙ୍କ ମନ ଲେଖାପଢ଼ାରେ ଲାଗିବ ।

ସିଂହ: ପରିବାର ଲୋକଙ୍କ ସହିତ ବାଦ ବିବାଦ ହୋଇପାରେ । କଳା କ୍ଷେତ୍ରରେ ଥିବା ଲୋକେ କିଛି ନୂଆ କରିବେ । ବ୍ୟବସାୟରେ ଉନ୍ନତି ହେବ ।

କନ୍ୟା: କୈାଣସି ପୁରୁଣା ବିବାଦ ସମ୍ମୁଖକୁ ଆସିପାରେ । ଦୁଃସାହସିକ ପଦକ୍ଷେପ ନେବାରୁ ନିବୃତ୍ତ ରୁହନ୍ତୁ । ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ ।

ତୁଳା: କାମରେ ଭଲ ପ୍ରଦର୍ଶନ ପାଇଁ କିଛି ନୂଆ କରିବେ । ଶତ୍ରୁ ଯେତେ ସମସ୍ୟା ସୃଷ୍ଟି କରିବେ ଆପଣଙ୍କୁ ସେତେ ଲାଭ ମିଳିବ । ଜୀବନସାଥୀଙ୍କୁ ସମୟ ଦିଅନ୍ତୁ ।

ବିଛା: କାର୍ଯ୍ୟରେ ଭାଗ୍ୟର ସହଯୋଗ ପାଇବେ । ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ । ଧନପ୍ରାପ୍ତିର ଭଲ ଯୋଗ ରହିଛି ।

ଧନୁ: ବନ୍ଧୁ ସହଯୋଗରେ ସ୍ଥଗିତ କାମ ସଂପୂର୍ଣ୍ଣ ହେବ । ସରକାରୀ କର୍ମଚାରୀଙ୍କ ଲାଗି ଭଲ ଦିନଟିଏ । ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ ।

ମକର: ଆପଣ ସକାରାତ୍ମକ ରହିବେ । ମନରେ ନୂଆ ଆଶା ସୃଷ୍ଟି ହେବ । ବିଦ୍ୟାର୍ଥୀ ନିଜର କ୍ୟାରିୟର ଗଢ଼ିବା ପାଇଁ ଅଧିକ ପରିଶ୍ରମ କରିବେ ।

କୁମ୍ଭ: ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଦିନଟି ବ୍ୟସ୍ତତାରେ କଟିବ । ଅନ୍ତରଙ୍ଗ ବନ୍ଧୁ ଆପଣଙ୍କୁ ଆର୍ôଥକ ସହାୟତା ମାଗି ପାରନ୍ତି । ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ମନ ଦିଅନ୍ତୁ ।

ମୀନ: ପୁରୁଣା ସମସ୍ୟାର ସମାଧାନ ହେବ । ରାଜନେତା ନୂଆ କାର୍ଯ୍ୟଭାର ଗ୍ରହଣ କରିବେ । ବ୍ୟବସାୟରେ ଆଶାଜନକ ଫଳ ପାଇବେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!