ଇତିହାସ ରଚିଲା ଏହି ଚଳଚିତ୍ର, ରିଲିଜ୍ ପୂର୍ବରୁ ୮୦୦ କୋଟି ଲାଭ

ମୁମ୍ବାଇ: ମାର୍ଚ୍ଚ ୨୫ ତାରିଖ ରିଲିଜ୍ ହେବାରୁ ଯାଉଥିବା ‘ଆରଆରଆ’ର୍ ଚଳଚ୍ଚିତ୍ରକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ପ୍ରାୟ ୫୫୦ କୋଟି ଟଙ୍କାରେ ତିଆରି ହୋଇଥିବା ଏହି ଚଳଚ୍ଚିତ୍ରକୁ ନେଇ ଦର୍ଶକମାନେ କେତେ ଉତ୍ସାହିତ ତାହା ଏଥିରୁ ଜଣା ପଡୁଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ରର ୬୦ କୋଟି ଟଙ୍କାରୁ ଅଧିକର ଆଡଭାନ୍ସଡ ବୁକିଂ ହୋଇଛି । ଚଳଚ୍ଚିତ୍ର ବ୍ୟବସାୟ ବିଶେଷଜ୍ଞଙ୍କ ଅନୁସାରେ ଏହି ଚଳଚ୍ଚିତ୍ର ରିଲିଜ୍ ହେବାର ପ୍ରଥମ ଦିନ ହିଁ ୧୦୦ କୋଟି ଟଙ୍କାରୁ ଅଧିକ ଆୟ କରିବ । ରିଲିଜ୍ ପୂର୍ବରୁ ହିଁ ‘ଆରଆରଆ’ର୍ ଅନେକ ରେକର୍ଡକୁ ଭାଙ୍ଗି ଦେଇଛି । ବିତରଣ, ସାଟେଲାଇଟ୍‌, ମ୍ୟୁଜିକ୍ ଭଳି ରାଇଟ୍ସ୍ ବିକ୍ରି କରି ଏହି ଚଳଚ୍ଚିତ୍ର ବିପୁଳ ୮୦୦ କୋଟି ଟଙ୍କା ଆୟ କରିଛି । ରିଲିଜ୍ ପୂର୍ବରୁ ୮୦୦ କୋଟି ଆୟ କରିବାରେ ‘ଆରଆରଆ’ର୍ ଭାରତର ପ୍ରଥମ ଚଳଚ୍ଚିତ୍ର ହୋଇଛି ।

Advertisement

ଖବର ଅନୁସାରେ ଏସ୍‌.ଏସ୍‌. ରାଜାମୌଲିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ସବୁଭାଷାର ପ୍ରି-ରିଲିଜ୍ ଥିଏଟ୍ରିକାଲ ବ୍ୟବସାୟ ୪୭୦ କୋଟିରୁ ଅଧିକ । ଏଥି ସହିତ ପ୍ରି-ରିଲିଜ୍ ଥିଏଟ୍ରିକାଲ ବ୍ୟବସାୟ କରିବାରେ ଏହି ଚଳଚ୍ଚିତ୍ର ଭାରତର ସବୁ ଚଳଚ୍ଚିତ୍ରର ରେକର୍ଡକୁ ଭାଙ୍ଗି ଦେଇଛି । ବାହୁବଳି ୩୫୦ କୋଟିର ପ୍ରି-ରିଲିଜ୍ ଥିଏଟ୍ରିକାଲ ବ୍ୟବସାୟ କରିଥିଲା ।
‘ଆରଆରଆ’ର୍ର ନନ୍‌-ଥିଏଟ୍ରିକାଲ୍ ବ୍ୟବସାୟ (ଡିଜିଟାଲ୍‌, ସାଟେଲାଇଟ୍‌, ମ୍ୟୁଜିକ୍ ରାଇଟ୍ସରୁ ଆୟ) ୨୭୫ରୁ ୩୦୦ କୋଟି । ଏହି ଅନୁସାରେ ଏହି ଚଳଚ୍ଚିତ୍ର ରିଲିଜ୍ ପୂର୍ବରୁ ହିଁ ୭୫୦ ରୁ ୮୦୦ କୋଟି ଟଙ୍କା ଆୟ କରିଛି ।
ରିପୋର୍ଟ୍ ଅନୁସାରେ ଆମେରିକାରେ ପ୍ରିମିୟର ସମୟରେ ‘ଆରଆରଆ’ର୍ ୧୬ କୋଟି ଟଙ୍କାରୁ ଅଧିକ ଆୟ କରି ସାରିଛି । ବାହୁବଳି ପ୍ରଥମ ଦିନରେ ସମସ୍ତ ଭାଷାରେ ପାଖାପାଖି ୧୨୧ କୋଟି ଟଙ୍କା ବ୍ୟବସାୟ କରିଥିଲା । ଏବେ ‘ଆରଆରଆ’ର୍ର ଏଡଭାନ୍ସଡ ବୁକିଂରୁ ଅନୁମାନ ଲଗାଯାଉଛି ଯେ ଏହି ଚଳଚ୍ଚିତ୍ରଟି ବାହୁବଳି-୨ର ବି ରେକର୍ଡ ଭାଙ୍ଗି ପାରେ । ‘ଆରଆରଆ’ର୍ ଚଳଚ୍ଚିତ୍ରର ଏଡଭାନ୍ସଡ ବୁକିଂ ସାରା ଭାରତରେ ବହୁତ ଭଲ ଅଛି । ଆମ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ‘ଆରଆରଆ’ର୍ର ଆଡଭାନ୍ସଡ ବୁକିଂ ଆରମ୍ଭ ହୋଇ ଅନେକ ସୋ’ ଟାଇମ୍ ହାଉସ୍ ଫୁଲ୍ ହୋଇ ସାରିଲାଣି ।

ଫିଲ୍ମ ବ୍ୟବସାୟ ବିଶେଷଜ୍ଞଙ୍କ ଅନୁସାରେ ‘ଆରଆରଆ’ର୍ ବକ୍ସ ଅଫିସରେ ୧ ହଜାର କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିବ । ତେବେ ରିଲିଜ୍ ହେବା ପରେ ହିଁ ଜଣା ପଡିବ ‘ଆରଆରଆ’ର୍କୁ ଲୋକମାନେ କେତେ ପସନ୍ଦ କରୁଛନ୍ତି । ଲୋକମାନଙ୍କୁ ‘ଆରଆରଆ’ର୍ ଭଲ ନ ଲାଗିଲେ, ଏହି ଚଳଚ୍ଚିତ୍ରର ବ୍ୟବସାୟ ଭଲ ହେବ ନାହିଁ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!